ବାସ୍ତବବ୍ୟୁରୋ:ଭୁବନେଶ୍ବର: ଲର୍ଣ୍ଣର୍ସ ଲାଇସେନ୍ସ କୁ ନେଇ ବେସ୍ତ ହେବାର କିଛିନାହିଁ । ଆସନ୍ତା ଜୁନ ୩୦ ଯାଏଁ ସରକାର ବଢ଼ାଇଲେ ଲର୍ଣ୍ଣର୍ସ ଲାଇସେନ୍ସ ବୈଧତା ଅବଧି। ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ସରିଯାଇଥିଲେବି ଏହାକୁ ଜୁନ ୩୦ ଯାଏ ବୈଧ ଧରାଯିବ | ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି ।କରୋନା ମହାମାରୀ ସଂକ୍ରମଣ କୁ ଦୃଷ୍ଟିରେ ରଖି ପରିବହନ କମିସନର ଏପରି ନିଷ୍ପତ୍ତି ନେଇଥିବାର ଜଣାଯାଇଛି ।
ଏହା ପୂର୍ବରୁ ଲର୍ଣ୍ଣର୍ସ ଲାଇସେନ୍ସ ଅବଧି ମାର୍ଚ୍ଚ ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଥିଲା। ଯାହାକୁ ଏବେ ଜୁନ ୩୦ ଯାଏଁ ରାଜ୍ୟ ସରକାର ବଢ଼ାଇ ଦେଇଛନ୍ତି । ଏହି ସମୟ ମଧ୍ୟରେ ଲର୍ଣ୍ଣର୍ସ ଲାଇସେନ୍ସଧାରୀ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ ଗାଡ଼ି ଚାଳକଙ୍କ ପାଇଁ ରାଜ୍ୟ ସରକାର ଏପରି ସୁବିଧା ଆଣିଛନ୍ତି ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଅଛି ।