ଭିଡିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀ କରିବେ କରୋନା ସମୀକ୍ଷା ବୈଠକ….

Photo:social media

ବାସ୍ତବବ୍ୟୁରୋ: ଏବେ ଦିନକୁ ଦିନ ରାଜ୍ୟରେ ବଢୁଥିବା କୋଭିଡ ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି
ସନ୍ଧ୍ୟାରେ କରିବେ ସମୀକ୍ଷା ବୈଠକ।ଏହି ବୈଠକରେ ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିସନର ଓ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବାର ସୂଚନା ମିଳିଛି । ଏହାଛଡା ବୈଠକରେ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।


ଭିଡିଓ କନଫରେନ୍ସି ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ ।ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇଛି ଓ ବଡ଼ ସମାବେଶ ଉପରେ କଟକଣା ଲଗାଯାଇଛି।ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି | ସବୁଠୁ ବଡ଼କଥା ହେଲା କେବଳ ଖୋର୍ଦ୍ଧାରୁ ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। କରୋନା ପୁଣି ଆଁ ମେଲେଇବା ପୂର୍ବରୁ ଏହାକୁ ନିୟନ୍ତ୍ରଣ କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷପ ନିଆଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆଜିର ଏ ସମୀକ୍ଷା ବୈଠକ।ଅନ୍ୟ ପକ୍ଷେ ଆସନ୍ତା ୮ ତାରିଖ ପ୍ରଧାନମନ୍ତ୍ରୀ ଡ଼ାକିଥିବା ମୁଖ୍ୟମନ୍ତ୍ରୀ ମାନଂକ ବୈଠକ ପାଇଁ ଏ ମଧ୍ୟ ଆମ ରାଜ୍ୟର ପ୍ରସ୍ତୁତି ବୈଠକ ହୋଇପାରେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଥିଲେ ବଙ୍ଗଳାରେ ଦିଦି'ଉତ୍ତର ଦେଲେ ଗୁଜୁରାଟୀରେ ….

Tue Apr 6 , 2021
ବାସ୍ତବବ୍ୟୁରୋ:ହାୱାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜନ୍ମଦିନରେ ସେ ବଙ୍ଗାଳୀରେ ଏକ ଚିଠି ଲେଖି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ ।ଗୁଜୁରାଟୀ ଭାଷାରେ ମମତା ବାନାର୍ଜୀ ତାଙ୍କ ଚିଠିର ଉତ୍ତର ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେ ଏହାକୁ ପସନ୍ଦ କରନ୍ତି। କିନ୍ତୁ ଯେତେବେଳେ ସେମାନେ ବଙ୍ଗଳା କଥା କୁହନ୍ତି, ‘ଦିଦି’ ସେମାନଙ୍କର ଉଚ୍ଚାରଣ ଦ୍ୱାରା ବିରୋଧ କରୁଛନ୍ତି | ୫ ଜାନୁଆରୀରେ […]

You May Like

Pin It on Pinterest