ବାସ୍ତବବ୍ୟୁରୋ:ଭୁବନେଶ୍ୱର ମହାନଗର ନିଗମ ସୂଚନାନୁଯାଇ ଭୁବନେଶ୍ୱରରର ଟଙ୍କ ପାଣି ରୋଡ୍ ସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍ କରାଯାଇଛି ।

ଆପାର୍ଟମେଣ୍ଟ୍ରୁ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ, ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ସିଲ୍ କରାଯାଇଛି । ଆପାର୍ଟମେଣ୍ଟ୍ ଭିତରୁ କେହି ବାହାରକୁ ଆସିପାରିବେ ନାହିଁ କିମ୍ବା ବାହାରୁ କେହି ଆପାର୍ଟମେଣ୍ଟ୍ ଭିତରକୁ ଯାଇପାରିବେ ନାହିଁ । କେବଳ ସ୍ୱୀକୃତି ଦିଆଯାଇଥିବା ମହାନଗର ନିଗମ ଅଧିକାରୀ ଭିତରକୁ ଯାଇପାରିବେ ବୋଲି ,ମହାନିଗମ ଏକ ବିଜ୍ଞପ୍ତି ଜାରିକରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।


