ବାସ୍ତବବ୍ୟୁରୋ: ପୂର୍ବତଟ ରେଲବାଇ ପକ୍ଷରୁ, ଓଡ଼ିଶା ଆସୁଥିବା ରେଳଯାତ୍ରୀଙ୍କ ପାଇଁ RT-PCR ଟେଷ୍ଟକୁ ଆଜିଠାରୁ ବାଧ୍ୟତାମୂଳକ କରାଯାଇଛି । ଏ ସମ୍ପର୍କରେ ପୂର୍ବତଟ ରେଲବାଇ ପକ୍ଷରୁ ସୂଚିତ କରାଯାଇଛି ।
ପୂର୍ବତଟ ରେଲବାଇର ନିୟମ ଅନୁଯାଇ ରେଳଯାତ୍ରାର ୭୨ ଘଣ୍ଟା ପୂର୍ବରୁ ଯାତ୍ରୀ RT-PCR ଟେଷ୍ଟ କରାଇବା ନିହାତି ଜରୁରୀ ।ଏଥିରେ ନେଗେଟିଭ୍ ରିପୋର୍ଟ ଆସିଲେ ରେଳରେ ଯାତ୍ରା କରିପାରିବେ । ନତୁବା ଯାତ୍ରୀଙ୍କର କୋଭିଡ ଦ୍ୱିତୀୟ ଡୋଜ୍ ଟିକାକରଣର ସାର୍ଟିଫିକେଟ୍ ଥିଲେ ଯାତ୍ରା କରିପାରିବେ । ଏହି ଏହି ଦୁଇଟି ପ୍ରମାଣ ପତ୍ରରୁ ଗୋଟିଏ ନିହାତି ଜରୁରୀ ନହେଲେ ଯାତ୍ରୀଙ୍କୁ ଙ୍କୁ ୭ ଦିନିଆ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ କରାଯିବ ବୋଲି ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀଙ୍କ ଯୋଗୁ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ବଢୁଥିବା କରୋନା ସଂକ୍ରମଣକୁ ନାଜରେ ରଖି ରେଲୱେ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି ।