:କଟକ ବଡ ମେଡିକାଲ ସର୍ଜରୀ ଓ୍ଵାର୍ଡ କ୍ୟାବିନ୍‌ ନମ୍ବର ୫ ରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର – କେମିତି…?

ବାସ୍ତବବ୍ୟୁରୋ:କଟକ ବଡ ମେଡିକାଲ ସର୍ଜରୀ ଓ୍ଵାର୍ଡ କ୍ୟାବିନ୍‌ ନମ୍ବର ୫ ରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର। ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସ୍ପଷ୍ଟ କରିଛନ୍ତିଯେ ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ କରି ଡାକ୍ତରଖାନା ବେଡ୍‌ରୁ ଛୁ ମାରିଛି କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। କଟକରେ ସର୍ଚ୍ଚ ଅପରେସନ ଜୋରଧରିଛି ହାଇଦର ଧରିବା ପାଇଁ |ଡିସିପିଙ୍କ ନେତୃତ୍ଵରେ ଅପରେସନ ଜୋରଦାର ଜାରି ରହିଛି।

ଗ୍ୟାଙ୍ଗଷ୍ଟର ହାଇଦର ପାଇଁ ଡାକ୍ତରଖାନାରେ ୪ ସୁରକ୍ଷାକର୍ମୀ ନିୟୋଜିତ ଥିଲେ ମଧ୍ୟ, ସଫଳ ମିଳିନି | ପ୍ରଶ୍ନ ଉଠିଛି ପୋଲିସର ପାରିବା ପଣ ଉପରେ |ଶନିବାର ଅପରାହ୍ନରୁ ହାଇଦର ଫେରାର ହାଇଦରକୁ ଧରିବା ପାଇଁ ପୋଲିସର ଉଦ୍ୟମ ଆରମ୍ଭ କରିଛି । ଖବର ଅନୁଯାଇ କଟକର ସମସ୍ତ ପ୍ରବେଶ ଏବଂ ପ୍ରସ୍ତାନ ପଥ ସିଲ୍ କରାଯାଇଛି। ଡିଆଇଜି ଓ କଟକ ଡିସିପି ଏସବୁ ତଦାରଖ କରୁଛନ୍ତି। ହେଲେ ପୋଲିସ ସୁରକ୍ଷାରେ ଥାଇ ଗ୍ୟାଙ୍ଗଷ୍ଟାର କପିରି ଡାକ୍ତରଖାନାରୁ ଫେରାର ହେବାରେ ସଫଳହେଲା ତାହା ସମସ୍ତଙ୍କ ମନରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ ହୋଇ କାରାବାସରେ ଥିଲା ହାଇଦର |ଏହା ବ୍ୟତିର ଅନେକ ଅପରାଧରେ ତାର ମଧ୍ୟ ସମ୍ପୃକ୍ତି ଟୀଲା,ସମ୍ବଲପୁର ସର୍କଲ ଜେଲ୍‌ରେ ହାଇଦର ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲାରେ ଭର୍ତ୍ତି କରାଯାଇଥିଲା,ଏଇ କିଛି ଦିନ ହେବ କଟକ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା ଚିକିତ୍ସା ପାଇଁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ଖାସ୍ ଖବର

Sun Apr 11 , 2021
 ଗତ ୨୪ ଘଣ୍ଟା ମଧ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪୯୫୬୧ରେ ପହଞ୍ଚିଛି । ଏଥି ମଧ୍ୟରୁ ୭୯୭୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୩୯୬୦୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏସସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର । ପୋଲିସ କମିଶନର କହିଛନ୍ତି ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର ଏସପିଙ୍କୁ ଏନେଇ ଆଲର୍ଟ କରାଯାଇଛି । ମୟୁରଭଞ୍ଜ […]

You May Like

Pin It on Pinterest