ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୧୪୫୦ରେ ପହଞ୍ଚିଛି । ଏଥି ମଧ୍ୟରୁ ୧୬୮୮୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୨୫୭୦ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୩୮କୁ ବୃଦ୍ଧି ପାଇଛି ।

ଓଡିଶା ଫେରିଲା ଗ୍ୟାଙ୍ଗଷ୍ଟର ହାଇଦର୍ ।  ଗତକାଲି ତେଲେଙ୍ଗାନ ସଙ୍ଗାରେଡ୍ଡିରୁ ଗିରଫ ପରେ ଆଜି ଓଡ଼ିଶାରେ ଆସି ପହଞ୍ଚିଛି । ତେଲେଙ୍ଗାନାରୁ ସ୍ୱତନ୍ତ୍ର ବିମାନ ଯୋଗେ ତାକୁ ଓଡ଼ିଶା ଅଣାଯାଇଛି । ବିମାନ ବନ୍ଦରରୁ ତାକୁ ସିଧାସଳଖ କଟକ ଅଭମୁଖେ ନିଆଯିଇଥିଲା ।

୧୭ ତାରିଖରୁ ରାଜ୍ୟର ୧୦ଟି ଛତିଶଗଡ ସମୀନ୍ତ ଜିଲ୍ଲାରେ ସନ୍ଧ୍ୟା ୬ରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ସେହିପରି ଅନ୍ୟ ସବୁ ଜିଲ୍ଲାର ସହରାଞ୍ଚଳରେ ରାତି ୯ରୁ ସକାଳ ୫ ଯାଏଁ ରାତ୍ରିକାଳିନ କର୍ଫ୍ୟୁ ରହିବ । ଏହି ସମୟରେ ସାଧାରଣ ଜନତାଙ୍କ ଗତିବିଧିକୁ ବନ୍ଦ କରାଯାଇଛି । ନାଇଟ୍‌ କର୍ଫ୍ୟୁବେଳେ ସମସ୍ତ ଜରୁରୀକାଳୀନ ସେବା ଓ ମାଲ୍‌ ପରିବହନ ଜାରି ରହିବ । ଜଳଯୋଗାଣ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍‌ ସେବା, ଏଲ୍‌ପିଜି ଗ୍ୟାସ ବିତରଣ, ଟେଲିକମ, ଫୁଡ୍‌ ଡେଲିଭରି ସଂସ୍ଥା, ଆଇଟି କମ୍ପାନି, ନିର୍ମାଣ କାର୍ଯ୍ୟ, ଶିଳ୍ପାନୁଷ୍ଠାନ ସହ ଜଡ଼ିତ କର୍ମଚାରୀମାନେ ପରିଚୟପତ୍ର ଦେଖାଇ ଯାତାୟତ କରିପାରିବେ। ରେଳ ଷ୍ଟେସନ, ବିମାନବନ୍ଦର ଓ ବସଷ୍ଟାଣ୍ଡକୁ ଯାତ୍ରୀ ନେବା ଆଣିବା ପାଇଁ ଗାଡ଼ି ଯାଇପାରିବ । ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀମାନେ ନାଇଟ୍‌ କର୍ଫ୍ୟୁବେଳେ ଯାତାୟତ କରିପାରିବେ ।

 ଏଏସଆଇ ଦ୍ୱାରା ପରିଚାଳିତ କୀର୍ତ୍ତିରାଜି, ସାଇଟ ଓ ମ୍ୟୁଜିଅମ ଆଜିଠୁ ମେ 15 ଯାଏଁ ବନ୍ଦ ରହିବ କରୋନା ସଂକ୍ରମଣକୁ ଦୃଷ୍ଟିରୁ ରଖି କେନ୍ଦ୍ର ସରକାରଙ୍କ ପ୍ରତ୍ନୋତତ୍ୱ ବିଭାଗ ଏଏସଆଇ ଦ୍ୱାରା କୀର୍ତ୍ତିରାଜି ବନ୍ଦ ପାଇଁ ନିଷ୍ପତି ନିଆଯାଇଛି

ଆଜିଠୁ ହାଇଦ୍ରାବାଦ ଓ ହାୱଡ଼ା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍‌ ଚଳାଚଳ ଆରମ୍ଭ କରିବ । ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ହାଇଦ୍ରାବାଦ-ହାୱଡ଼ା ବିଶେଷ ଟ୍ରେନ ହାଇଦ୍ରାବାଦରୁ ୧୬ରୁ ୩୦ ତାରିଖ ମଧ୍ୟରେ ପ୍ରତିଦିନ ସକାଳ ୮ଟାରେ ହାଇଦ୍ରାବାରୁ ଛାଡ଼ିବ ।

ଆଜି ସକାଳ ପ୍ରାୟ ୪:୩୦ ସମୟରେ ଦିଲ୍ଲୀରେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ ରଞ୍ଜିତ ସିହ୍ନାଙ୍କ ୬୮ବର୍ଷରେ ଦେହାନ୍ତ ହୋଇଛି କରୋନା ଭାଇରସ ସମ୍ବନ୍ଧୀୟ ଜଟିଳତା ଯୋଗୁଁ ରଞ୍ଜିତ ସିହ୍ନାଙ୍କର ମୃତ୍ୟୁ ହୋଇଛି

ଭାରତୀୟ ରେଳବାଇ ୭୦ ପ୍ରତିଶତ ଟ୍ରେନକୁ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛି । ରେଳବାଇ ଆଗାମୀ ୨ ସପ୍ତାହ ମଧ୍ୟରେ ଆହୁରି ୧୩୩ଟି ଟ୍ରେନ ଚଳାଚଳ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏଥିରେ ୮୮ଟି ଗ୍ରୀଷ୍ମ ସ୍ୱତନ୍ତ୍ର ହୋଇଥିବା ବେଳେ ୪୫ଟି ପର୍ବ ପାଇଁ । 

ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମି ବର୍ଷା ସ୍ୱଭାବିକ ରହିବ : ଭାରତୀୟ ପାଣିପାଗ ବିଭାଗ । ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ୯୮ ପ୍ରତିଶତ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି...

Fri Apr 16 , 2021
ବାସ୍ତବବ୍ୟୁରୋ :ଭୁବନେଶ୍ୱର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ନାନା କଳ୍ପନା ଜଳ୍ପନା ଚାଲିଥିବା ବେଳେ ।ସାଂସଦ ସପ୍ତଗିରି ଉଳାକା ଟ୍ୱିଟ କରି ସୂଚନା ଦେଇଛନ୍ତିକି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ସେ କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟ ଠିକ୍ ଅଛି, ସେ ରୁଟିନ ଚେକଅପ୍ ପାଇଁ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ନିରଞ୍ଜନ ସୁସ୍ଥ […]

You May Like

Pin It on Pinterest