ଆଜି ଠାରୁ ରାତି ୮ ପରେ ଶ୍ରୀମନ୍ଦିର ପ୍ରବେଶ ମନା…

ବାସ୍ତବବ୍ୟୁରୋ: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବାର ପ୍ରଚେଷ୍ଟାରେ ଆଜିଠାରୁ ୨୦ଟି ଜିଲ୍ଲାର ସହରାଞ୍ଚଳରେ ନାଇଟ କରଫୁ ରାତି ୯ଟାରୁ ସକାଳ ୫ଟା ଯାଏଁ । ଏହି ୨୦ ଜିଲ୍ଲା ମଧ୍ୟରେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ପ୍ରସ୍ତୁତି |ସେଥିପାଇଁ କାଳିଆ ଦର୍ଶନ ବ୍ୟବସ୍ଥାରେ ମଧ୍ୟ ଲାଗିଛି କଟକଣା |ଆଜି ଠାରୁ ରାତି ୮ ପରେ ମନ୍ଦିର ପ୍ରବେଶ ମନା |

ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ସୂଚନାନୁଯାଇ, ରାତି ୮ଟାରେ ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଥିବା ସ୍ୱତନ୍ତ୍ର ବ୍ୟାରିକେଡକୁ ସିଲ କରାଯିବ। ରାତି ସାଢେ ୮ଟା ସୁଦ୍ଧା ଶ୍ରୀମନ୍ଦିରରୁ ଭକ୍ତ ମାନଙ୍କୁ ଖାଲି କରାଯିବ। ଏଥିସହ ଆସନ୍ତା ସପ୍ତାହରୁ ଶନିବାର ଓ ରବିବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସୁର ଭାଇଙ୍କ କରୋନା ଟିପ୍ସ ଜାଣନ୍ତୁ କଣ କଲେ କରୁଣା ଫରୁଣା କେହି ପାଖକୁ ଆସିବନି....

Sun Apr 18 , 2021
ବାସ୍ତବବ୍ୟୁରୋ: (ଭୁବନେଶ୍ୱର) ସୁର ଭାଇଙ୍କ କରୋନା ଟିପ୍ସ ସବୁବେଳେ ସୁରାଭାଇଙ୍କ ଠାରୁ କିଛିନାକିଛି ଶୁଣିବା ପାଇଁ ରାଜ୍ୟବାସୀଙ୍କ ଉତ୍କଣ୍ଠା ଥାଏ |ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ କଂଗ୍ରେସର ବରିଷ୍ଠ ନେତା ସୁରାଭାଇଙ୍କ କହିଥିଲେ କି “ସକାଳେ ଉଠି ଗୋଟିଏ ପିଆଜ ପକେଟ୍‌ରେ ରଖିବେ। ସେ ପିଆଜ ସେମିତି ପକେଟ୍‌ରେ ପଡ଼ିଥିବ। ଆଉ ଯେତେବେଳେ ଭାତ ଖାଇବେ, ସେତେବେଳେ ଦୁଇ କୋଲା ରସୁଣ ଚୋବାଇ ଖାଇଦେବେ। ରସୁଣ […]

You May Like

Pin It on Pinterest