ପାଟଣାଗଡ ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ପରଲୋକ…

ବାସ୍ତବବ୍ୟୁରୋ:(ବଲାଙ୍ଗିର ) ପାଟଣାଗଡ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ୭୯ ବର୍ଷ ବୟସରେ ଆଜି ପରଲୋକ ହୋଇଯାଇଛି । ଗତ ୨ ବର୍ଷ ହେବ ସେ କିଡ୍ନୀ ରୋଗରେ ପୀଡିତ ହୋଇ ଚିକିତ୍ସା ହେଉ ଥିଲେ ।

ଶନିବାର ରାତିରେ ତାଙ୍କର ଦେହ ଅଧିକ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ କଟକ ନେବା ବାଟରେ ରେ ତାଙ୍କର ଦେହାନ୍ତ ହୋଇଥିଲା । ସ୍ୱର୍ଗତ ମେହେର ପାଟଣାଗଡ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ୧୯୭୭ ମସିହାରୁ ୧୯୮୦ ମସିହା ଓ ୧୯୯୦ରୁ ୧୯୯୫ ବିଧାୟକ ଭାବେ ଜନତା ଦଳରୁ ଟିକେଟ ପାଇ ବିଧାୟକ ହୋଇଥିଲେ । ଶ୍ରୀ ମେହେର ୧୯୮୧ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଜନତା ଦଳ ତରଫରୁ ବଲାଙ୍ଗିର ଜିଲ୍ଲା ସଭାପତି ମଧ୍ୟ ରହିଥିଲେ |ତାଙ୍କ ବିୟୋଗ ପାଟଣାଗଡ ଅଂଚଳ ପାଇଁ ଏକ ଅପୁରଣୀୟ କ୍ଷତି ଘଟିଛି ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର....

Sun Apr 18 , 2021
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୪୪କୁ ବୃଦ୍ଧି ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୬୮୨୫୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୧୪୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୪୪୮୨୫ଜଣ ସୁସ୍ଥ ହୋଇ ଘରକୁ […]

You May Like

Pin It on Pinterest