ବାସ୍ତବବ୍ୟୁରୋ:(ନୂଆଦିଲ୍ଲୀ )କୋଭିଡ-୧୯ ସଂକ୍ରମଣ ବୃଦ୍ଧି କାରଣକୁ ନଜର ରେ ରଖି ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ମେନ୍ ୨୦୨୧କୁ ସ୍ଥଗିତ କରାଯାଇଛି ।ଏପ୍ରିଲ ୨୭, ୨୮ ଏବଂ ୩୦ ତାରିଖରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା (JEE) ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ।
ନେସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ରବିବାର JEE ସ୍ଥଗିତ ହେବା ନେଇ ସୂଚନା ଦିଆଯାଇଛି । ହେଲେ ପୁଣି ଥରେ ପରୀକ୍ଷା କେବେ କରାଯିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ସେ ସମ୍ବଧୀୟ ସୂଚନା ଦିଆଯାଇନାହିଁ ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି |୧୫ ଦିନ ପୂର୍ବରୁ ପରୀକ୍ଷାର ପୁନଶ୍ଚ ତାରିଖ ପ୍ରକାଶ ପାଇବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି ।



