ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ…

ବାସ୍ତବବ୍ୟୁରୋ:ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ | କଟକ ଜିଲ୍ଲା ନରସିଂହପୁର ବ୍ଲକ ଓସ୍ତ ନାରାୟଣପୁର ଗ୍ରାମର ଦେବନ୍ଦ୍ର ପଟ୍ଟନାୟକଙ୍କ ଘରେ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛି।

ମିଳିଥିବା ଖାବ ଅନୁଯାଇ, ସର୍ଟ ସର୍କିଟ ଯୋଗୁଁ ଓସ୍ତ ନାରାୟଣପୁର ଗ୍ରାମର ଦେବନ୍ଦ୍ର ପଟ୍ଟନାୟକଙ୍କ ଘରେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକମାନେ ନିକଟସ୍ଥ ଦମକଳ ବାହୀନିକୁ ଖବର ଦେବା ଫଳରେ ଘଟଣା ସ୍ଥଳରେ ଅଗ୍ନିଶମ ବାହୀନି ପହଂଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । ପ୍ରାୟ ଏକ ଘଣ୍ଟାର ପ୍ରୟାସ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ । ତେବେ ନିଆଁ ଲିଭାଇବା ବେଳକୁ ଦେବେନ୍ଦ୍ର ପଟ୍ଟନାୟକଙ୍କ ତିନି ବଖରା ଘର ସମେତ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇ ଯାଇଛି । ଏ ଖବର ପାଇବା ପରେ ତହସିଲଦାରଙ୍କ ତରଫରୁ ସ୍ଥାନୀୟ ଆରଆଇ ଘଟଣାସ୍ଥଳରେ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ସରକାରୀ ସହାୟତା ଯୋଗାଇ ଦେଇଥିବା ସୂଚନା ମିଳିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗରିବଙ୍କ ପାଇଁ ପୁଣି ମାଗଣା ରାସନ ଘୋଷଣା ଜୁନ୍ ପର୍ଯନ୍ତ ୫ କିଲୋଗ୍ରାମ ଅତିରିକ୍ତ ଶସ୍ୟ...

Fri Apr 23 , 2021
ବାସ୍ତବବ୍ୟୁରୋ:କରୋନାଭାଇରସର ଦ୍ୱିତୀୟ ତରଙ୍ଗ ପରେ କେନ୍ଦ୍ର ସରକାର ଗରିବ ପରିବାର ପାଇଁ ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଅନ୍ନ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ କେନ୍ଦ୍ର ସରକାର ମେ ଏବଂ ଜୁନ୍ ମାସରେ ରାସନ କାର୍ଡ ଧାରୀମାନଙ୍କୁ ମାଗଣାରେ ୫ କିଲୋଗ୍ରାମ ଅତିରିକ୍ତ ଖାଦ୍ୟ ଶସ୍ୟ (ଚାଉଳ / ଗହମ) ଯୋଗାଇ ଦେବେ | ଏହାଦ୍ୱାରା ୮୦ କୋଟି ହିତାଧିକାରୀ ଉପକୃତ ହେବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ […]

You May Like

Pin It on Pinterest