
ବାସ୍ତବବ୍ୟୁରୋ: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରାମିତଙ୍କ ସଂଖ୍ୟା,ଅଣାୟତ୍ତ ହେଲାଣି ଆମ ରାଜ୍ୟର ପରିସ୍ତିଥି | ଗତ ୨୪ ଘଣ୍ଟାରେ ୬,୬୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହା ସହିତ ଲଗାତାର ତିନି ଦିନ ଧରି ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଉପରେ ରହି ଆସୁଛି ।ଏମାନଙ୍କ ମଧ୍ୟରୁ ୩,୮୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ବାକି ୨୭୯୨ ଜଣ ହେଉଛି ସ୍ଥାନୀୟ ବାସିନ୍ଦା ।
ରାଜ୍ୟର ଏହି ସଂକ୍ରମିତ ସଂଖ୍ୟା ,ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୧୮୯ ଜଣ, ଦ୍ୱିତୀୟରେ ସୁନ୍ଦରଗଡ଼ ଜିଲ୍ଲାରୁ ୭୮୮ ଜଣ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ା ତୃତୀୟ ସ୍ଥାନରେ,୫୫୯ ଅଛନ୍ତି |ସେହିପରି ପୁରୀରୁ ୩୯୫, କଳାହାଣ୍ଡିରୁ ୩୬୧, ଝାରସୁଗୁଡ଼ାରୁ ୩୪୩, କଟକରୁ ୩୩୬, ବରଗଡ଼ରୁ ୨୯୦, ବଲାଙ୍ଗିରରୁ ୨୩୪, ନବରଙ୍ଗପୁରରୁ ୨୨୪, କେନ୍ଦୁଝରରୁ ୧୮୩, ସମ୍ବଲପୁରରୁ ୧୭୫, ଗଞ୍ଜାମରୁ ୧୬୧, ଅନୁଗୋଳରୁ ୧୪୧, ଯାଜପୁରରୁ ୧୩୩, ମୟୂରଭଞ୍ଜରୁ ୧୨୨, ରାୟଗଡ଼ାରୁ ୧୧୬, ନୟାଗଡ଼ରୁ ୧୧୦, ଗଜପତିରୁ ୯୬, କୋରାପୁଟରୁ ୬୭ ଓ ବାଲେଶ୍ୱରରୁ ୫୩ ଜଣ ,ବାଲେଶ୍ୱରରୁ ୫୩ ଜଣ, ଭଦ୍ରକରୁ ୪୧, ବୌଦ୍ଧରୁ ୩୯, ଦେବଗଡ଼ରୁ ୩୪, ଜଗତସିଂହପୁରରୁ ୬୫, କନ୍ଧମାଳରୁ ୨୬, କେନ୍ଦ୍ରାପଡ଼ାରୁ ୪୭, ମାଲକାନଗିରିରୁ ୧୭ ଓ ସୋନପୁରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ, ଷ୍ଟେଟ୍ ପୁଲ୍ରୁ ୨୬୬ ଜଣ ଚିହ୍ନଟ ହୋଇଛନ୍ତି।
ଗତ ୨୪ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୮୧ରେ ପହଞ୍ଚିଛି।୬,୬୪୭ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୧, ୩୪୧ ଜଣରେ ପହଁଚିଥିବା ବେଳେ ଆକ୍ରାନ୍ତଙ୍କ ମଧ୍ୟରୁ ୩,୫୬,୦୦୩ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୪୩,୩୦୪ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।