ପାଣିପାଗ ବିଭାଗ ତଥ୍ୟ ଅନୁସାରେ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ…

ବାସ୍ତବବ୍ୟୁରୋ:(ଭୁବନେଶ୍ବର)ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁଯାଇ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ଯୋଗୁ ରାଜ୍ୟରେ, ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଅଛି ।ହେଲେ ତାପମାତ୍ରା ଉପରେ ଏହାର ତତ୍‌କ୍ଷଣାତ୍‌ ପ୍ରଭାବ ପଡ଼ିବ ନାହିଁ। ୨ ତାରିଖରୁ ସାରା ଓଡ଼ିଶାରେ ତାପମାତ୍ରା ହ୍ରାସ ପାଇବ। ୩ରୁ କାଳବୈଶାଖୀ ବଢ଼ିବ । ୮ ତାରିଖ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରକୋପ କମ୍‌ ରହିବ ।ପାଣିପାଗ ବିଭାଗ କାହିବାନୁଯାଇ, ଆଜି ଯେଉଁଭଳି ତାପମାତ୍ରା ଥିଲା, ଆସନ୍ତା ଦୁଇଦିନ ପ୍ରାୟତଃ ସେଇଭଳି ସ୍ଥିତି ରହିବ ୨ ଦିନ ପରେ ପାରଦ ପ୍ରାୟ ୩ଡିଗ୍ରି ପର୍ଯ୍ୟନ୍ତ ଖସିବ ।

ପାଣିପାଗ ବିଭାଗ ତଥ୍ୟ ଅନୁସାରେ ,ଶୁକ୍ରବାର ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, କୋରାପୁଟ, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ,କେତେକ ଜାଗାରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା, ହୋଇପାରେ । ବର୍ତ୍ତମାନ ପ୍ରତ୍ୟେକ ଦିନ କାଳବୈଶାଖୀ ବର୍ଷା କିଛି ଜାଗାରେ ହେବା ସମ୍ଭାବନା ଅଛି । ବର୍ଷା ହେଲେ ତାତି ପ୍ରକୋପରୁ ତ୍ରାହୀ ମିଳିବ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ବୃଦ୍ଧିକୁ ନଜରରେ ରଖି ସ୍ବତନ୍ତ୍ର ଟ୍ରେନ୍‌ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ...

Fri Apr 30 , 2021
ବାସ୍ତବବ୍ୟୁରୋ:ଭୁବନେଶ୍ବର : କରୋନା ସଂକ୍ରମଣର କାୟା ବିସ୍ତାରକୁ ନଜରରେ ରଖି ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୩ଟି ସ୍ବତନ୍ତ୍ର ଟ୍ରେନ୍‌କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରାଯାଇଛି । ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୦୮/୦୮୫୦୭) ଏପ୍ରିଲ ୩୦ରୁ ବିଶାଖାପାଟଣା ଓ ରାୟଗଡାରୁ ମେ’ ୧ରୁ, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୨୨/୦୮୫୨୧) ଏପ୍ରିଲ ୩୦ରୁ ଉଭୟ ଦିଗରୁ ବାତିଲ ରହିବ। ବିଶାଖାପାଟଣା-ପଲାସା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୩୨/୦୮୫୩୧) ଏପ୍ରିଲ ୩୦ରୁ ବିଶାଖାପାଟଣାରୁ ଓ ପଲାସାରୁ […]

You May Like

Pin It on Pinterest