ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୮୫୨ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୯୨୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୧୮୬୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୭୭୯୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବାତ୍ୟା ‘ୟଶ୍’ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଜଳ ସଂପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରି ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନୁଗୁଳ ସାତକୋଶିଆର ମହାନଦୀ ଗଣ୍ଡରେ ମା ଘଡ଼ିଆଳ କୁମ୍ଭୀର ସହ ୨୮ଟି ଛୁଆ(ଶାବକ) ଘଡ଼ିଆଳ ପାଣିରେ ଖେଳୁଥିବା ଦେଖିବାକୁ ମିଳିଛି । ଦୀର୍ଘ ୩୦ ବର୍ଷ ପରେ ମହାନଦୀର ପ୍ରାକୃତିକ ପରିବେଶରେ ଜନ୍ମହେଲେ ୨୮ଟି ଛୁଆ ଘଡ଼ିଆଳ ।
ବାଲେଶ୍ଵର ଜିଲ୍ଲା ଧୋବଶିଳା ପଞ୍ଚାୟତର ତିନୋଟି ମନ୍ଦିରରୁ ଚୋରି । ଶନିବାର ମଧ୍ୟ ରାତ୍ରରେ ଦୁର୍ବୃତ୍ତମାନେ ମାଆ ବଉଳାଇ ମନ୍ଦିର, ମହାଦେବ ମନ୍ଦିର,ସିନ୍ଦୁରାବତୀ ମନ୍ଦିରରେ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଗହଣା,ସାମଗ୍ରୀ ଲୁଟ କରିଛନ୍ତି ।
ବାତ୍ୟା ‘ୟଶ୍’ ଓଡ଼ିଶାରେ ସିଧା ମାଡ଼ ହୋଇନପାରେ । ଅତି ଭୀଷଣ ବାତ୍ୟା ଅବସ୍ଥାରେ ୟଶ୍ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳ ଛୁଇଁବା ସମ୍ଭାବନା ଅଧିକ । ତଥାପି ଉତ୍ତର ଉପକୂଳ ଓ ସଂଲଗ୍ନ ଜିଲ୍ଲାକୁ ପ୍ରଭାବିତ କରିବ ବର୍ଷା, ପବନ । ମାତ୍ର ଏହାର ତୀବ୍ରତା ଓ ପ୍ରକୋପ ସେତେ ଭୟାନକ ହେବନି ଓଡ଼ିଶାରେ : ପାଣିପାଗ ବିଭାଗ (ଆଇଏମ୍ଡି) ।
ଶିଶୁଙ୍କ ବୟସ ବର୍ଗରେ କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଥିବାର ଖବର ସାମ୍ନାକୁ ଆସିବା ପରେ ରାଜ୍ୟସରକାର ଶିଶୁମାନଙ୍କ ପାଇଁ ସ୍ବତନ୍ତ୍ର ୱିଙ୍ଗସ ଉପରେ ଗୁରୁତ୍ବ ଦେଇଛନ୍ତି । କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୋଭିଡ ହସ୍ପିଟାଲରେ ଏକ ନିର୍ଦ୍ଦିଷ୍ଟ ‘ପେଡିଆଟ୍ରିକ କୋଭିଡ ୱିଙ୍ଗ’ ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି ।
ମାଲକାନଗିରି ସୀମାନ୍ତ ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର । ଜବାନ ଓ ମାଓବାଦୀଙ୍କ ମଧ୍ୟରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଗୁଳି ବିନିମୟ ହେବା ପରେ ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ନିହତ ହୋଇଥିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି ।
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟସର ମୁକାବିଲା ଲାଗି ଆଜି ୧୪ଟି ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଯିବେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ଏକ ଟିମ୍ । ପ୍ରସ୍ତୁତ ଥିବା ୧୭ଟି ଏନଡ଼ିଆରଫ,୨୦ଟି ଓଡ୍ରାଫ, ୧୫୦ଟି ଫାୟାର ଟିମକୁ ଆଜି ବିଭିନ୍ନ ଜିଲ୍ଲାକୁ ପଠାଯିବ।
ବାତ୍ୟା ଆଶ୍ରୟସ୍ଥଳୀ ରେ କରୋନା ସଂକ୍ରମଣର ଭୟ ରହିଛି । ବାତ୍ୟା ସମୟରେ ଗୋଟିଏ ସ୍ଥାନରେ ଏକାଧିକ ଲୋକେ ଏକଜୁଟ ହେବା ଦ୍ୱାରା ସଂକ୍ରମଣ ବଢିବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମଣ ଏଡାଇବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକ ମାନଙ୍କୁ ଅଣାଯିବା ପୂର୍ବରୁ ସେମାନଙ୍କର ରାପିଟ୍ ଆଣ୍ଟିଜେନ୍ ଟେଷ୍ଟ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଲକ୍ଷଣ ଥିବା ଲୋକ ମାନଙ୍କର ଯଦି ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସେ ତେବେ ସେମାନଙ୍କର ଆରଟିପିସିଆର ଟେଷ୍ଟ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।
ଅଲିମ୍ପିକ୍ ପଦକ ବିଜେତା କୁସ୍ତି ସୁଶୀଲ କୁମାରଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି ଏବଂ ବର୍ତ୍ତମାନ ତାଙ୍କୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବା ଲାଗି ପ୍ରକ୍ରିୟା ହୋଇଛି ।
ରାଜସ୍ଥାନରେ ତୃତୀୟ ଲହର ଆଶଙ୍କା ଦେଖାଦେଲାଣି । ଦୋସାରେ ୩୪୧ ପିଲାଙ୍କ ଶରୀରରେ ଭୂତାଣୁ ଚିହ୍ନଚ ହୋଇଛି । ତୃତୀୟ ଲହର ସମ୍ଭାବନାକୁ ଦେଖି ଦୋସା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । କରୋନା ଆକ୍ରାନ୍ତ ହୋଇଥିବା ପିଲାଙ୍କ ମଧ୍ୟରେ ପ୍ରାୟ ୦ରୁ ୧୮ ବର୍ଷର ପିଲା ଅଛନ୍ତି ।
ରାମଦେବ ବାବା ଏଲୋପାଥିକ ଔଷଧକୁ ଷ୍ଟୁପିଡ୍ ସାଇନ୍ସ ବୋଲି କହିଛନ୍ତି । ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଯୋଗ ଗୁରୁ ରାମଦେବଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ୟସ୍ ମୁକାବିଲା ପ୍ରସ୍ତୁତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସମୀକ୍ଷା କରିବେ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ ଏବଂ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ପରୀକ୍ଷା ବୋର୍ଡର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ଭର୍ଚୁଆଲ୍ ବୈଠକ ହେବ। ଏହି ବୈଠକରେ ଯେଉଁସବୁ ପରୀକ୍ଷାକୁ ନେଇ ଅନିଶ୍ଚିତତା ରହିଛି ସେ ବାବଦରେ ବିସ୍ତୁତ ଭାବରେ ଆଲୋଚନା ହେବ । ବୈଠକରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ମଧ୍ୟ ଉପସ୍ଥିତ ରହିବେ।
ମଣିପୁର ର ଅଖରୁଲରେ ଭୂକମ୍ପ ଅନୁଭୂତ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଛି । ସକାଳ ୬.୫୬ ମିନିଟରେ ହଲକା ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତେବା ଏଥିରେ କାହାର କିଛି କ୍ଷୟକ୍ଷିତ ହୋଇନି ।
ଜୈଶାଲମରରେ ନିୟୋଜିତ ଥିବା ଏକ ଇନଫେଣ୍ଟ୍ରି ବାଟାଲିଅନର କମାଣ୍ଡର ଅଫିସର ଚିଠି ଲେଖି ସୋନୁ ସୁଦଙ୍କୁ ସାହାଯ୍ୟ ମାଗିଛନ୍ତି । ସେ କୋଭିଡ୍ ହସ୍ପିଟାଲ ସହ କରୋନା ପାଇଁ ବିଭିନ୍ନ ଉପକରଣ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି । ଏହି ଚିଠି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛ ।
ନୂଆଦିଲ୍ଲୀ ସ୍ଥିତ ସାର୍ ଗଙ୍ଗା ରାମ ହସ୍ପିଟାଲରେ କରୋନାରୁ ସୁସ୍ଥ ରୋଗୀଙ୍କ ଠାରେ କ୍ଷୁଦ୍ର ଅନ୍ତନଳୀରେ ବ୍ଲାକ ଫଙ୍ଗସ ଚିହ୍ନଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏହି ବିରଳ ରୋଗ, ଯାହାକୁ ‘ବ୍ଲାକ ଫଙ୍ଗସ୍’ କୁହାଯାଏ । ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ମୋଟ ୨୧୯ ଜୀବନ ନେଲାଣି ମହାମାରୀ । ସାର୍ ଗଙ୍ଗା ରାମ ହସ୍ପିଟାଲ ଏକ ବିବୃତ୍ତିରେ ଏକଥା ସ୍ପଷ୍ଟ କରିଛି ।