ବାସ୍ତବବ୍ୟୁରୋ:(ଚାନ୍ଦବାଲି) ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇ ବାତ୍ଯାରେ ପରିଣତ ହୋଇଛି। ଆଜି ସକାଳୁ ଧାମରା, ଚାନ୍ଦବାଲି ଓ ଆରଡିର ବିଭିନ୍ନ ଅଞ୍ଚଳରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି।ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ନିଜ ବଳ ବଢ଼ାଉଛି ଓ ଧୀରେ ଧୀରେ ଆଗକୁ ବଢୁଛି । ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୬ରେ ଏହା ପାରାଦୀପ ଓ ସାଗରଦୀପ ମଧ୍ଯରେ ସ୍ଥଳଭାଗ ଛୁଇଁବ ବୋଲି କୁହାଯାଉଛି ।
ଗତ ୫ଦିନ ହେଲା ଏସ.ଆରସି ଘନଘନ ବୈଠକ କରିବା ସହ ଉପକୂଳବର୍ତ୍ତୀ ଜିଲାପାଳଙ୍କ ସହ ଆଲୋଚନା ଜାରୀ ରଖିଥିବା ବେଳେ ମୁଖ୍ଯମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି। ପ୍ରଭାବିତ ହେବାକୁ ଥିବା ଭଦ୍ରକ ଜିଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳର ସ୍ଥିତି ପରଖିବା ସହ ସଜାଗ ରହିବାକୁ ଚାନ୍ଦବାଲି ବିଡିଓ ଓ ତହସିଳିଦାରଙ୍କ ସହ ଜିଲାପାଳ ଆଲୋଚନା ଜାରୀ ରଖିଛନ୍ତି। ଅନ୍ଯପଟେ ବାତ୍ଯା ୟଶ ପ୍ରଭାବରେ ଏବେ ଜୋରରେ ପବନ ବହିବା ସହିତ ତୁହାକୁତୁହା ବର୍ଷା ଲାଗି ରହିଛି। ଏପରିକି ବିଭିନ୍ନ ବାତ୍ଯା ଆଶ୍ରୟସ୍ଥଳୀ ଓ ବିଦ୍ଯାଳୟଗୃହ ପ୍ରସ୍ତୁତ ମଧ୍ୟ କରାଯାଇଛି ।
ଜିଲାପାଳ ଭର୍ଚ୍ଚୁଆଲ ମିଟିଂ ମାଧ୍ଯମରେ ସାମ୍ଭାବ୍ଯ ବାତ୍ଯାର ମୁକାବିଲା ପାଇଁ ସମସ୍ତ ବ୍ଲକର ତହସିଲିଦାର ଓ ବିଡିଓ ଓ ଅନ୍ଯାନ ପ୍ରଦାଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦେଶ ଦେଇଛନ୍ତି। ଏପଟେ ବାତ୍ଯା ଅଧିକ ପ୍ରଭାବିତ ହେବାର ଆଶଙ୍କା କରି, ଚାନ୍ଦବାଲି, ଧାମରା, ଆରଡି ଅଞ୍ଚଳରେ ବ୍ଯାପକ ପ୍ରସ୍ତୁତ ଆରମ୍ଭ କରିଛନ୍ତି ତହସିଲିଦାର ଓ ବିଡିଓ।ଏବେ ପାରାଦୀପ ଠାରୁ ୫୩୦ କିଲୋମିଟର ଦୂର ଏବଂ ବାଲେଶ୍ୱର ଠାରୁ ୬୩୦ କିଲୋମିଟର ଦୂରରେ ରହିଛି ବାତ୍ୟା ୟାସ୍। ସେହିଭଳି ଦୀଘା ଠାରୁ ୬୨୦ କିଲୋମିଟର ଦୂରରେ ରହିଛି ।
ବିଶେଷକରି ୨୬ରେ ପୂର୍ଣ୍ଣିମାତିଥି ଥିବାରୁ ଉଚ୍ଚ ଲୁଣାଜୁଆର ଉଠିବ ବୋଲି ଆଶଙ୍କା ରହିଥିଲେ ମଧ୍ଯ ଅନେକ ସ୍ଥାନରେ ନଦୀବନ୍ଧ ମୁକୁଳା ପଡିଛି।ତେଣୁ ନଦୀ ତଳିଆ ଅଂଚଳର ଲୋକ ମାନଙ୍କ ମନରେ ୧୯୯୯ ବାତ୍ୟାର ଭୟ ଉଙ୍କି ମାରୁଛି | ଏବେ ସୁଧା ଧାମରା, ଚାନ୍ଦବିଲି ଓ ଆରଡିରେ ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ ବାହୀନ ପହଁଚି ସାରିଛନ୍ତି। ସଂଧ୍ଯାରେ ନଦୀକୂଳିଆ ଓ ତଳି ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ବିଡିଓ କହିଛନ୍ତୀ।