ବେଗ ବଢ଼ାଉଛି ବାତ୍ୟା ‘ୟାସ୍‌’ଘଣ୍ଟା ପ୍ରତି ବେଗ ୧୭ କିଲୋମିଟର, କେତେ ଦୂରରେ ଅଛି …

ବାସ୍ତବବ୍ୟୁରୋ:(ଭୁବନେଶ୍ଵର) ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ, ଅତୀ ଭୀଷଣ ରୂପ ଧରି ସାମୁଦ୍ରିକ ଝଡ ‘ୟାସ୍‌’ ସ୍ଥଳଭାଗ ଆଡକୁ ମୁହାଁଇଛି। ଏହାର ଘଣ୍ଟା ପ୍ରତି ବେଗ ୧୭ କିଲୋମିଟର ରହିଛି।ବର୍ତ୍ତମାନ ପାରାଦୀପଠୁ ୨୨୦ କିମି ଦୂରରେ ରହିଛି ଥିବାବେଳେ,ବାଲେଶ୍ଵରଠୁ ୩୩୦ ଓ ଦୀଘାଠାରୁ ୩୨୦ କିମି ଦୂରରେ ରହିଛି ବାତ୍ୟା ‘ୟାସ୍‌’। ଆସନ୍ତାକାଲି ସକାଳେ ଏହା ଧାମରା ନିକଟରେ ଲ୍ୟାଣ୍ଡଫଲ କରିବ ।

ଏହି ବାତ୍ୟା ‘ୟାସ୍‌’ ଧାମରା ଓ ଚାନ୍ଦବାଲିରେ ସବୁଠୁ ଅଧିକ କ୍ଷତି ଘଟାଇବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆକଳନ କରିଛନ୍ତି | ସବୁଠୁ ଅଧିକ ପ୍ରଭାବିତ ହେବ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲା। ଏହି ଦୁଇ ଜିଲ୍ଲାରେ ସମୁଦ୍ରରେ ୪ ମିଟର ଉଚ୍ଚତା ଯାଏଁ ଜୁଆର ଆସିବ। ସେହି ପରି କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାରେ ୨ ମିଟରର ଜୁଆର ଆସିବ। ବାତ୍ୟାର ପ୍ରଭାବ ମୟୂରଭଞ୍ଜ, ପୁରୀ, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲା ମଧ୍ୟ ଅନୁଭୂତ ହେବ।

ଶ୍ରୀ ମହାପାତ୍ର କହିଛନ୍ତି, ଆଜି ସନ୍ଧ୍ୟା ସୁଦ୍ଧା ୟାସ୍ ଅଧିକ ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାରେ ପରିଣତ ହେବ।ଏହା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୫୫ ରୁ ୧୬୫ କିମି ରହିବ। ଏପରିକି ବେଳେ ବେଳେ ପବନ ୧୮୫ କିମିରେ ମଧ୍ୟ ବହିବ। ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ଅତି ଗୁରୁତ୍ଵପୂର୍ଣ୍ଣ ରହିବ। ଆଜି ମଧ୍ୟ ରାତ୍ରରୁ ୮୦ ରୁ ୯୦ କିମି ବେଗରେ ପବନ ବହିବା ଆରମ୍ଭ ହୋଇଯିବ। ଆସନ୍ତାକାଲି ସକାଳୁ ପବନର ବେଗ ୧୫୦ରୁ ୧୬୦ କିମିରେ ବହିବ।

ଭିତରକନିକା, ଚାନ୍ଦବାଲି ଓ ଧାମରାରେ ଲ୍ୟାଣ୍ଡଫଲ କରିବାର ଆକଳନ କରି ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ଏସଆରସି କହିଛନ୍ତି । କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ଵରକୁ ହାଇଜୋନରେ ରଖାଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପରଲୋକରେ ପୂର୍ବତନ ବିଧାୟକ ତଥା ଅଭିନେତା ଉମାକାନ୍ତ ମିଶ୍ର...

Tue May 25 , 2021
ଭଞ୍ଜନଗରର ପରଲୋକରେ ପୂର୍ବତନ ବିଧାୟକ ତଥା ଅଭିନେତା ଉମାକାନ୍ତ ମିଶ୍ର ।କରୋନା ସଂକ୍ରମନରେ ତାଙ୍କର ଦେହାନ୍ତ ହୋଇଛି । ୧୯୩୯ ମସିହା ମେ’ ମାସ ୧୪ ତାରିଖରେ ସେ ଭଞ୍ଜନଗର ନିକଟ ସାନକୋଦଣ୍ଡା ଗ୍ରାମରେ ’ ମାସ ୧୪ ଜନ୍ମ ଗ୍ରହଣ କରିଥିଲେ । ୧୯ ୮୫ରେ ସେ କଂଗ୍ରେସରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୯୭ରୁ ୧୯୯୯ ମସିହା ଓରେଡା ନିଗମ ଅଧକ୍ଷ ଓ ୧୯୯୭ରୁ ୨୦୦୧ […]

You May Like

Pin It on Pinterest