ପରଲୋକରେ ପୂର୍ବତନ ବିଧାୟକ ତଥା ଅଭିନେତା ଉମାକାନ୍ତ ମିଶ୍ର…

ଭଞ୍ଜନଗରର ପରଲୋକରେ ପୂର୍ବତନ ବିଧାୟକ ତଥା ଅଭିନେତା ଉମାକାନ୍ତ ମିଶ୍ର ।କରୋନା ସଂକ୍ରମନରେ ତାଙ୍କର ଦେହାନ୍ତ ହୋଇଛି । ୧୯୩୯ ମସିହା ମେ’ ମାସ ୧୪ ତାରିଖରେ ସେ ଭଞ୍ଜନଗର ନିକଟ ସାନକୋଦଣ୍ଡା ଗ୍ରାମରେ ’ ମାସ ୧୪ ଜନ୍ମ ଗ୍ରହଣ କରିଥିଲେ । ୧୯ ୮୫ରେ ସେ କଂଗ୍ରେସରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୯୭ରୁ ୧୯୯୯ ମସିହା ଓରେଡା ନିଗମ ଅଧକ୍ଷ ଓ ୧୯୯୭ରୁ ୨୦୦୧ ମସିହା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ରହିଥିଲେ |

ତାଙ୍କ ଅଭିନୟ ଜୀବନ ଖାଲି ଓଡିଶା ଭିତରେ ସୀମିତ ନଥିଲା ଅଭିନୟର ଯାଦୁ ଓଲିଉଡରୁ ବଲିଉଡ ପର୍ଯ୍ୟନ୍ତ ବ୍ୟାପି ଥିଲା | ଓଡ଼ିଆ ଚଳଚିତ୍ର ମା’, କା’, ଅମଡ଼ା ବାଟ ଆଦିରେ ଅଭିନୟ କରିବା ସହ ସୁପରହିଟ୍ ହିନ୍ଦୀ ଚଳଚ୍ଚିତ୍ର ଭିଗେ ପଲକେରେ ରାଜବବର ଏବଂ ସ୍ମିତା ପାଟିଲଙ୍କ ସହ ମଧ୍ୟ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ରାଜବବରଙ୍କ ସହ ଭଲ ବନ୍ଧୁତା ସୃଷ୍ଟି ହୋଇଥିଲା | ଶ୍ରୀ ମିଶ୍ରଙ୍କ ଦେହାନ୍ତ ରେ ସାରା ଭଂଜନଗରରେ ଶୋକର ଛାୟା ଖେଳିଯାଇଛି |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକର ନଦୀକୂଳିଆ ଅଞ୍ଚଳର କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

Tue May 25 , 2021
ବାସ୍ତବବ୍ୟୁରୋ:(ଚୌଦ୍ୱାର କଟକ) କ୍ଷୀପ୍ର ବେଗରେ ମାଡି ଆସୁଛି ବାତ୍ୟା ୟସ, ବାତ୍ୟାର ଆଖିରେ ୪ ଜିଲ୍ଲା ରହିଥିବାରୁ କଟକ ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ରେ ଘୋଷଣା କରାଯାଇଛି। ବାତ୍ୟାର ତାଣ୍ଡବରେ ବହୁ କଚ୍ଚା ଘର ଭାଙ୍ଗିବାର ସମ୍ଭାବନା ଥିବାବେଳେ କଟକର ନଦୀକୂଳିଆ ଅଞ୍ଚଳ ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସହରର ବିଭିନ୍ନ ସ୍ଥାନରେ ରଖାଯାଇଛି। ସେଠାରେ ବସତି ସ୍ଥାପନ କରୁଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ସହରର ବିଭିନ୍ନ ସ୍କୁଲ, […]

You May Like

Pin It on Pinterest