କଟକର ନଦୀକୂଳିଆ ଅଞ୍ଚଳର କଚ୍ଚା ଘରେ ରହୁଥିବା ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର

Photo:bastab media

ବାସ୍ତବବ୍ୟୁରୋ:(ଚୌଦ୍ୱାର କଟକ) କ୍ଷୀପ୍ର ବେଗରେ ମାଡି ଆସୁଛି ବାତ୍ୟା ୟସ, ବାତ୍ୟାର ଆଖିରେ ୪ ଜିଲ୍ଲା ରହିଥିବାରୁ କଟକ ଜିଲ୍ଲାକୁ ଅରେଞ୍ଜ୍ ଜୋନ୍ ରେ ଘୋଷଣା କରାଯାଇଛି। ବାତ୍ୟାର ତାଣ୍ଡବରେ ବହୁ କଚ୍ଚା ଘର ଭାଙ୍ଗିବାର ସମ୍ଭାବନା ଥିବାବେଳେ କଟକର ନଦୀକୂଳିଆ ଅଞ୍ଚଳ ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସହରର ବିଭିନ୍ନ ସ୍ଥାନରେ ରଖାଯାଇଛି। ସେଠାରେ ବସତି ସ୍ଥାପନ କରୁଥିବା ଲୋକମାନଙ୍କୁ ଉଦ୍ଧାର କରାଯାଇ ସହରର ବିଭିନ୍ନ ସ୍କୁଲ, ଆଶ୍ରୟସ୍ଥଳ ଏବଂ କ୍ଲବ୍ ମାନଙ୍କରେ କଟକ ମହାନଗର ନିଗମ ପକ୍ଷରୁ ରଖାଯାଇଛି। ଆଉ ଏଥିପାଇଁ ସିଏମସି ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏବେ ସୁଦ୍ଧା ପାଖାପାଖି ୫୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆଉ ଆଜି ରାତି ସୁଦ୍ଧା ବାକି ଥିବା ଲୋକଙ୍କୁ ସଚେତନ କରାଇ ବିଭିନ୍ନ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ବସ୍ ଏବଂ ଟ୍ରାକ୍ଟରକୁ ନିୟୋଜିତ କରାଯାଇଛି। ଏଥିପାଇଁ ବିଭିନ୍ନ ୱାର୍ଡରେ ଥିବା ଅଧିକାରୀଙ୍କୁ ସିଏମସି ପକ୍ଷରୁ ଦାୟିତ୍ୱ ଦିଆଯାଇଛି। ଆଶ୍ରୟସ୍ଥଳରେ ଥିବା ଲୋକମାନଙ୍କୁ ଶୁଖିଲା ଏବଂ ରନ୍ଧାଖାଦ୍ୟ,ପାଣି ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ସିଏମସି ଡେପୁଟି କମିସନର୍ ଅବିନାଶ ରାଉତ।

ଅନ୍ୟପଟେ ବର୍ଷା ଯୋଗୁଁ ସହରରେ ଜଳବନ୍ଦୀ ସମସ୍ୟା ଉପର ମଧ୍ୟ ଗୁରୁତ୍ୱ ଦେଇଛି ସିଏମସି। ଜଳ ନିଷ୍କାସନ ପାଇଁ ବିଭିନ୍ନ ସ୍ଥାନରେ ମୋଟର୍ ପମ୍ପ୍ ମଧ୍ୟ ରଖାଯାଇଛି, ବାତ୍ୟା ପାଇଁ ସିଏମସି ପୁରା ସଜାଗ ରହିଥିବା କହିଛନ୍ତି ଡେପୁଟି କମିସନର୍ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚୌଦ୍ୱାର ପୋଲିସ କୁ ମିଳି ଚାଲିଛି ସଫଳତା ପରେ ସଫଳତା...

Tue May 25 , 2021
ଚୌଦ୍ୱାର:(ଦୀପକ୍ କୁମାର ବେଉରା) ଗତ ୧୮ ତାରିଖ ବିଳମ୍ବିତ ରାତିରେ ଚୌଦ୍ୱାର ଥାନା ଅନ୍ତର୍ଗତ ଆଗ୍ରାହଟ ଗ୍ରାମର ଭାଗ୍ୟଧର ବେହେରା ଙ୍କ ଘରୁ ହୋଇ ଥିବା ଲୁଟ ର ମହା ଖୁଳସା କରିଛି ଚୌଦ୍ୱାର ପୋଲିସ୍ । ଭାଗ୍ୟଧର ଙ୍କ ଘରୁ ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟ ହୋଇ ଥିବାର ଚୌଦ୍ୱାର ଥାନା ରେ ଲିଖିତ ଅଭିଯୋଗ ହୋଇଥିଲା।ଚୌଦ୍ୱାର ପୁଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ […]

You May Like

Pin It on Pinterest