୧-ଓସିଏ ସଂପାଦକ ଭାବେ ନିର୍ବାଚିତ ହେଲେ ସଞ୍ଜୟ ବେହେରା।ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି ନିର୍ବାଚିତ ।
୨-ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡରେ ପୋଲିସ୍, ହସ୍ପିଟାଲ ଓ ଆରଟିଓ ଅଫିସରୁ ଦୁଇ ଦିନରେ ୧୦୫ ଗିରଫ।
୩-ଚାଷୀଙ୍କ ପାଇଁ ଖୁସୀଖବର: ପିଏମ୍ କିଷାନ୍ ଯୋଜନାରେ ବର୍ଷକୁ ୬୦୦୦ଟଙ୍କା ପାଇବା ଲାଗି ସିଧାସଳଖ ନିଜ ନାଁ କରିପାରିବେ ପଞ୍ଜୀକରଣ।
୪-ନୂଆଦିଲ୍ଲୀ : ସ୍କୁଲ ଶିକ୍ଷାର ଗୁଣବତ୍ତାରେ ଓଡ଼ିଶା ଦେଶରେ ଦ୍ୱାଦଶ ସ୍ଥାନରେ :ନିତି ଆୟୋଗ।
୫-ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ, ଦୁଇ ଦିନ ବର୍ଷା ସମ୍ଭାବନା। ଶୀତ ଆସିପାରେ ଡେରିରେ।
୬-ଦୁର୍ନିତୀ ଅଭିଯୋଗରେ 15 ଜଣ ଅଫିସରଙ୍କୁ ଜବରଦସ୍ତି ଅବସର ଦେଲା କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ।
୭-ଜାତିସଂଘର ୭୪ତମ ଅଧିବେଶନକୁ ମୋଦିଙ୍କ ସମ୍ବୋଧନ, ଭାରତର ବିକାଶ ମନ୍ତ୍ର ଦେଲେ ବିଶ୍ୱକୁ, ଆତଙ୍କବାଦ ପ୍ରସଙ୍ଗରେ ଏକ ହେବାକୁ ଆହ୍ୱାନ।
୮-ଓଡ଼ିଶାରେ ସେନା ମୁଖ୍ୟ ଜେନେରାଲ ବିପିନ୍ ରାୱତ।ଗୋଳାବନ୍ଧ ଆର୍ମି ଏୟାର୍ ଡିଫେନ୍ସ କଲେଜ ଦୀକ୍ଷାନ୍ତ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
୯-ଆଜି ନୌସେନାରେ ସାମିଲ ହେବ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନଏସ ଖଣ୍ଡେରୀ, ଏହାର ଯୁଦ୍ଧ କୈ।ଶଳ ନିଦ ହଜେଇ ଦବ ଶତୃପକ୍ଷର।
୧୦-ବାବ୍ରୀ ମସଜିଦ ଧ୍ଵଂସ ମାମଲା: କଲ୍ୟାଣ ସିଂହଙ୍କୁ ଆଶ୍ଵସ୍ତି, ୨ ଲକ୍ଷ ମୁଚଲିକାରେ ମିଳିଲା ଜାମିନ।
୧୧-ଶୀଘ୍ର ନ୍ୟାୟ ଦେବାକୁ ସରକାରଙ୍କ ପ୍ରୟାସ, ଦେଶର 389ଟି ଜିଲ୍ଲାରେ ତିଆରି ହେବ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ।