ଆଜି ଖାସ୍ ଖବର

ଓଡିଶାରେ ବାତ୍ୟା ‘ୟାସ୍’ କରିଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବାତ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି ।ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ଓ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୀକ୍ଷା ବୈଠକରେ ବାତ୍ୟା ମୁକାବିଲାର ସ୍ଥାୟୀ ସମାଧାନ ପାଇଁ ଦାବି କଲା ଓଡ଼ିଶା । ୟାସ୍ କ୍ଷୟକ୍ଷତିକୁ ଆମେ ମ୍ୟାନେଜ କରିଦେବୁ । ଉପକୂଳ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ ବ୍ୟବସ୍ଥା ପାଇଁ ଏହି ବୈଠକରେ ଦାବି କରାଯାଇଥିଲା । ଜୁଆର ଅଟକାଇବାକୁ ବ୍ୟବସ୍ଥା କରିବାକୁ ଓଡ଼ିଶା ପକ୍ଷରୁ କେନ୍ଦ୍ରର ସହାୟତା ଲୋଡ଼ାଯାଇଥିଲାବା : SRC ପ୍ରଦୀପ ଜେନା।

ବାତ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଛାଡ଼ି ସବୁଠି ଟିକାକରଣ ଚାଲିଛି ।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୨୧୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୬୫୧କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭୩୯୯୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୨୦୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୬୩୫୧୭୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ବାତ୍ୟା ୟାସ୍ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା କାରଣରୁ ସୁବର୍ଣ୍ଣ ରେଖା ନଦୀରେ ବଢୁଛି ଜଳସ୍ତର । ଉପର ମୁଣ୍ଡାରେ ପ୍ରବଳ ପାଣି ପ୍ରବାହିତ ହେଉଥିବା ବେଳେ ଏବେ ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି ।

ଆସନ୍ତା ୩୧ ତାରିଖବେଳକୁ ମୌସୁମୀ କେରଳ ଉପକୂଳ ଛୁଇଁପାରେ । ଓଡ଼ିଶାକୁ ମଧ୍ୟ ସ୍ୱାଭାବିକ ସମୟ କିମ୍ବା ତା’ଠାରୁ ସାମାନ୍ୟ ଆଗୁଆ ଆସିପାରେ ମୌସୁମୀ । ଓଡ଼ିଶାକୁ ଜୁନ୍‌ ୧୦ ତାରିଖ କିମ୍ବା ତା’ର ଦୁଇଦିନ ଆଗରୁ ଆସିପାରେ ମୌସୁମୀ । 

ବୈତରଣୀରେ ବନ୍ୟା ଆସିବା ଯୋଗୁଁ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ବହୁ ତଳି ଅଞ୍ଚଳ ଜଳମଗ୍ନ ହୋଇଛି । ଭଣ୍ଡାରିପୋଖରୀ ବ୍ଲକର ୬ଟି ପଞ୍ଚାୟତର କିଛି ଗାଁ ଓ ଧାମନଗର ବ୍ଲକର ୮ଟି ପଞ୍ଚାୟତର କିଛି ଅଞ୍ଚଳ ଜଳମଗ୍ନ ହୋଇଛି ।

ରାଜ୍ୟର ୩୩ଟି ଜେଲରେ ୮୧୬ ଜଣ କଏଦୀ କରୋନା ପଜିଟିଭ୍ ପରୀକ୍ଷା ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୨୦ ଜଣ ସଂକ୍ରମଣରୁ ଉଦ୍ଧାର ହୋଇଛନ୍ତି ।

ରାଜ୍ୟରେ ଯେହେତୁ ଲକଡାଉନ ଫଳପ୍ରଦ ହେଉଛି ତେଣୁୁ ସଂକ୍ରମଣ ହାର ରୋକିବାକୁ ଅବଧି ଦୁଇ ସପ୍ତାହ ବଢାଯାଉ : ସ୍ବାସ୍ଥ୍ୟ ବିଶେଷଜ୍ଞ ଡ. ନିରୋଜ ମିଶ୍ର ।

ଆସନ୍ତା ଜୁନ୍ ୨୬ରେ ମହାନଦୀ ଜଳବିବାଦ ମାମଲାରେ ଟ୍ରିବୁନାଲରେ ଶୁଣାଣି ହେବ। ଏନେଇ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍‌ ରେଜିଷ୍ଟ୍ରାର୍‌ଙ୍କ ପକ୍ଷରୁ ସୂଚିତ କରାଯାଇଛି।

ଆଜି ୪୩ତମ ଜିଏସଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଛି ଯେଉଁଥିରେ କୋଭିଡ ଔଷଧ, ଟିକା ଏବଂ ଚିକିତ୍ସା ଉପକରଣ ଭଳି ବିଷୟବସ୍ତୁ ଟିକସ ହାର ହ୍ରାସ କରିବାକୁ ନିଷ୍ପତ୍ତି ନିଆଯିବ । ଏହା ବ୍ୟତୀତ ରାଜସ୍ୱ କ୍ଷତି ପାଇଁ ରାଜ୍ୟଗୁଡିକୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା କରାଯିବ। ପ୍ରାୟ ଆଠ ମାସ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ପରିଷଦର ଏହା ପ୍ରଥମ ବୈଠକ ହେବ ବୋଲି ସୂତ୍ରରୁ ପ୍ରକାଶ।

ବ୍ଲାକ୍ , ହ୍ୱାଇଟ୍ ଓ ୟେଲୋ ଫଙ୍ଗସ୍ ପରେ ଗୁଜୁରାଟରେ ଏବେ ଦେଖିବାକୁ ମିଳିଛି ‘ଆସ୍ପରଜିଲୋସିସ୍’ । ଯେଉଁଭଳି ବ୍ଲାକ୍ ଏବଂ ହ୍ଲାଇଟ୍ ଫଙ୍ଗସ୍ କରୋନାରୁ ସୁସ୍ଥ ହେବା ପରେ ଶରୀରକୁ କ୍ଷତି ପହଞ୍ଚାଉଛି, ସେହିପରି ‘ଆସ୍ପରଜିଲୋସିସ୍’ ମଧ୍ୟ କରୋନା ସଂକ୍ରମିତ ଲୋକ କିମ୍ବା କରୋନା ସଂକ୍ରମଣରୁ ସୁସ୍ଥ ହୋଇସାରିଥିବା ଲୋକଙ୍କ ଜୀବନ ବିପଦରେ ପକାଉଛି । ଏହା ବ୍ଲାକ୍ ଫଙ୍ଗସ୍ ଭଳି ଘାତକ ନହେଲେ ବି ଏହା ଜୀବନ ନେଇପାରେ ।

ଜମ୍ମୁ କାଶ୍ମୀରର ଉଧମପୁର ଅଞ୍ଚଳରେ ଥିବା ଏକ କେମିକାଲ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ବାୟୁସେନାକୁ ଡକାଯାଇଥିଲା । ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିଲେ ।

ନୂଆ ୨ହଜାର ଟଙ୍କା ଛପା ବନ୍ଦ କରିଦେଇଥିବା କେନ୍ଦ୍ରୀୟ ବ୍ୟାଙ୍କ କହିଛି । ତେଣୁ ବ୍ୟାଙ୍କ ଗୁଡ଼ିକୁ ଆଉ ନୂଆ ୨ ହଜାର ଟଙ୍କିଆ ନୋଟ୍‌ ଆସୁନାହିଁ କି ଏଟିମ୍‌ରେ ନୂଆ ନୋଟ୍‌ ବାହାରୁ ନାହିଁ ।

ଜର୍ମାନୀରେ ଆସନ୍ତା ଜୁନ୍ ୭ରୁ କୋଭିଡ-୧୯ ବିରୋଧରେ ୧୨ ବର୍ଷରୁ ଅଧିକ ପିଲାମାନଙ୍କ ପାଇଁ ଟିକାକରଣ ଆରମ୍ଭ ହେବ ବୋଲି ଜର୍ମାନୀର ଚାନ୍‌ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି । ଏହି ଟିକାକରଣ ବାଧ୍ୟତାମୂଳକ ନୁହେଁ ବୋଲି ସେ ଜଣାଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ତରଫରୁ କରୋନା ରୋଗୀଙ୍କ ପାଇଁ ମାଗଣାରେ ଅକ୍ସିଜେନ୍ ସେବା

Fri May 28 , 2021
ବାସ୍ତବବ୍ୟୁରୋ:(ଚୌଦ୍ଵାର) ଚୌଦ୍ୱାର ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଚୌଦ୍ୱାର ଶାଖା ମିଳିତ ଉଦ୍ୟମରେ ସ୍ଥାନୀୟ ଓ ଟି ଏମ୍ କଲୋନୀ ସ୍ଥିତ ସ୍ବାମୀ ବିବେକାନନ୍ଦ ସୋସିଆଲ ଡେଭଲପମେଣ୍ଟ ଅଫିସ ଗୃହରେ , ଚୌଦ୍ୱାର ପୌରାଞ୍ଚଳ ଓ ଟାଙ୍ଗୀ ବ୍ଲକ ଅନ୍ତର୍ଗତ ସମସ୍ତ ଗ୍ରାମାଂଚଳ ରେ କୋଭିଡ ରେ ଆକ୍ରାନ୍ତ ହୋଇ ଘରେ ରହି ଚିକିତ୍ସା ହେଉଥିବା ରୋଗୀ […]

You May Like

Pin It on Pinterest