ବାସ୍ତବବ୍ୟୁରୋ:(ଚୌଦ୍ଵାର) ତମ୍ବା ଚୋରା ଚାଲାଣ ହେଉଥିବା ଗାଡ଼ିକୁ ଧରିବାରେ ସଫଳ ହେଇଛି ଜଗତପୁର ପୋଲିସ । ଜବତ ହୋଇଥିବା ତମ୍ବାର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ଅନୁମାନ କରିଛି । ଏଥିସହ ଗାଡ଼ି ଚାଳକକୁ ପୁଲିସ୍ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଗାଡ଼ି ଚାଳକ ଜଣକ ଟାଙ୍ଗୀ ଥାନା ଭଟିମୁଣ୍ଡା ଅଞ୍ଚଳର ଶଙ୍କର୍ଷଣ ପୃଷ୍ଟି (୪୦) ।
ଶୁକ୍ରବାର ବଢି ଭୋର୍ ସମୟରେ ଏକ ତିନି ଚକିଆ ଅଟୋରେ ଚୋରା ତମ୍ବା ବୋଝେଇ ଭଟିମୁଣ୍ଡାରୁ କଟକ ଅଭିମୁଖେ ଯାଉଥିବା ସମୟରେ ଜଗତପୁର ପୁଲିସକୁ ବିଶେଷ ସୂତ୍ରରୁ ଖବର ପାଇ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଏକ ଟିମ୍ ଧରି ଜଗତପୁର ଫ୍ଲାଏ ଓଭର ବ୍ରିଜ ଉପରେ ଜଗି ରହିଥିଲେ ।ଏହି ସମୟରେ ତମ୍ବା ବୋଝେଇ ଗାଡ଼ି ଫ୍ଲାଏ ଓଭର ବ୍ରିଜ ଦେଇ ଯିବା ସମୟରେ ତମ୍ବା ବୋଝେଇ ଗାଡ଼ି ଯାହାର ନଂ (ଓଡି-୦୫-ଜେଡ୍-୬୮୫୧) କୁ ଜବତ କରି ଚାଳକକୁ କାବୁ କରିଥିଲେ । ଥାନାରେ ଅଟୋ ଚାଳକକୁ ପଚରାଉଚରା ବେଳେ ସେ ଚୋରାରେ ତମ୍ବା ଗୁଡିକୁ ବିକ୍ରି କରିବାକୁ ନେଉଥିବା ପୁଲିସ ସାମ୍ନାରେ ସ୍ବୀକାର କରିଥିବା ଥାନା ଅଧିକାରୀ ଶ୍ରୀ ମେହେର ସୂଚନା ଦେଇଛନ୍ତି ।