ବାତ୍ୟା ପରେ ମାତ୍ର ୨୪ ଘଂଟାରେ ବିଦ୍ୟୁତ ସଂଯୋଗର ପ୍ରତିଶୃତି ପାଣିର ଗାର -୬ ଦିନ ପରେବି ଅପହଞ୍ଚ ବିଦ୍ୟୁତ ସେବା ଗ୍ରାମବାସୀଙ୍କ ରାଜପଥ ଅବରୋଧ

ବାସ୍ତବବ୍ୟୁରୋ:(ଭଦ୍ରକ) ବାତ୍ୟା ପରେ ମାତ୍ର ୨୪ ଘଂଟାରେ ବିଦ୍ୟୁତ ସେବା ଓ ପାନୀୟ ଜଳ ଯୋଗାଣ ଯୋଗାଇ ଦେବାଲାଗି ଡିଣ୍ଡିମ ପିଟୁଥିବା ବେଳେ ଆଜିକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସନ୍ଥପୁରା ଓ ଆରୁହା ଗ୍ରାମ ବିଦ୍ୟୁତ ସେବାରୁ ବଂଚିତ । ବାରମ୍ବାର ଦାବି ଓ ପ୍ରତିବାଦ କରିଆସୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ନିଦ ଭାଙ୍ଗୁନଥିବା ଅଭିଯୋଗ ହୋଇଛି ।

କରୋନା କାଳରେ ଘରେ ରୋଗୀ ସେବା ସହିତ ଅସହ୍ୟ ଗୁଳୁଗୁଳି ଓ ପିଲାମାନଙ୍କ ପାଠ ପଢାରେ ଘୋର ବ୍ୟାଘାତ ହେଉଥିବା ଅଭିଯୋଗ କରି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ସନ୍ଥପୁରା ଓ ଆରୁହା ଗ୍ରାମବାସୀ ଶନିବାର ସକାଳେ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଥିଲେ । ରାସ୍ତା ଉପରେ କଂଟା ଡାଳ ପକାଇ ଅବରୋଧ କରିବା ସହିତ ଉଭୟ ପାଶ୍ୱର୍ରେ ଗ୍ରାମର ପୁରୁଷ ଓ ମହିଳାମାନେ ପ୍ରତିବାଦ କରିଥିଲେ । ବାତ୍ୟା ୟସ ପ୍ରଭାବରେ ସେମାନଙ୍କର କ୍ଷୟକ୍ଷତି ହୋଇଥିଲେ ମଧ୍ୟ ବିଦ୍ୟୁତ ଖୁଣ୍ଟ ଅଥବା ତାର କୌଣସି ସ୍ଥାନରେ କ୍ଷତି ହୋଇନଥିବା ଏବଂ କାଁ ଭାଁ ଶଙ୍ଖ ଫାଟିଥିବା ବା ଫ୍ୟୁଜ୍ ଯାଇଥିବା ବେଳେ ଏହାର ମରାମତି କରିବା ଲାଗି କୌଣସି ପଦକ୍ଷେପ ନିଆ ଯାଉନାହିଁ ।

ଶୁଖିଲା ସ୍ଥାନରେ ଖୁଂଟ ରହିଥିବା ବେଳେ ପାଣି ଆଳ ଦେଖାଇ ବିଦ୍ୟୁତ କର୍ମଚାରୀମାନେ ଆଖି ଫେରେଇ ନେଉଛନ୍ତି । ବିଦ୍ୟୁତ ସେବାରୁ ବଂଚିତ ଏହି ଗ୍ରାମବାସୀଙ୍କ ପୁଞ୍ଜିଭୁତ ଅସନ୍ତୋଷ ଆଜି ଉଗ୍ରରୂପ ନେଇଛି । ନିରୁପାୟ ହେବା ସହିତ ପ୍ରଶାସନିକ ଅଧିକାରୀଙ୍କ ପାରିଆ ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବକ ସନ୍ଥପୁରା ଠାରେ ରାଜ୍ୟ ରାଜପଥ ଅବରୋଧ କରିଥିଲେ । ଫଳରେ ରାସ୍ତା ଉଭୟ ପାଶ୍ୱର୍ରେ ବହୁ ଜରୁରୀ କାଳୀନ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ପରେ ପୋଲିସ ଘଟଣାର ହସ୍ତକ୍ଷେପ କରିବା ସହିତ ତୁରନ୍ତ ବିଦ୍ୟୁତ ସଂଯୋଗ କରାଇ ଦେବାର ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ଏଲଟି ଲାଇନ୍‌ରେ ସିଲଭର ତାର (୩ ଶହ ମିଟର)କୁ ବଦଳାଇ କେବୁଲ ତାର ଲଗା ଯିବାନେଇ ଏପରି ବିଳମ୍ବ ହେଉଥିବା କହିଛନ୍ତି ବିଦ୍ୟୁତ ବିଭାଗୀୟ ଏସଡିଓ ଜିତେନ୍ଦ୍ର ବେହେରା

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୂଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୨ କୋଟି ୮୨ ଲକ୍ଷ ଟଙ୍କାର ରାସ୍ତା ର ଅବସ୍ଥା ୨୦ ଦିନରେ ବେହାଲ୍....

Sun May 30 , 2021
ବାସ୍ତବବ୍ୟୁରୋ:(ସାଲେପୁର) ଆମେ କହୁଛୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋତରା ପଂଚାୟତ ର କାଲୁରିଆ ଗାଁ ରାସ୍ତା ରେ। ଏହି ରାସ୍ତା ଟି ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ୨ କୋଟି ୮୨ ଲକ୍ଷ ଟଙ୍କା ବିନିଯୋଗ ରେ ହୋଇଥିବା ବେଳେ ମାତ୍ର ୨୦ ଦିନ ନ ପୁରୁଣୁ ରାସ୍ତା ର ଅବସ୍ଥା ବେହାଲ୍‌। ରାସ୍ତା ର ପାଖାପାଖି ୫୦୦ ମିଟର ଫାଟି ଯାଇଥିବା ବେଳେ ରାସ୍ତାର ଦୁଇ ପାଖରେ […]

You May Like

Pin It on Pinterest