ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା ‘ରାଜସ୍ୱ ରଥ’ କାର୍ଯ୍ୟକ୍ରମ, ଘରେ ପହଂଚିବ ରାଜସ୍ୱ ବିଭାଗୀୟ ସମସ୍ତ ସୁବିଧା

ବାସ୍ତବବ୍ୟୁରୋ:(ନି.ପ୍ର ସତ୍ୟବାଦୀ) ପୁରୀ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ଆଜି ପ୍ରଥମ ଥର ରାଜସ୍ୱ ରଥର ଶୁଭାରମ୍ଭ କରାଯାଇଛି । ଆଜି ଡେଲାଙ୍ଗ ବ୍ଲକ ରେ ଗଡିଛି ରାଜସ୍ୱ ରଥ।ଏହାକୁ ସବୁଜ ପତକା ଦେଖାଇ ଶୁଭ ଉଦଘାଟନ କରିଛନ୍ତି ପୁରୀ ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ନାଥଶର୍ମା ତାଙ୍କ ସହିତ ଉପସ୍ଥିତ ଥିଲେ ଡେଲାଙ୍ଗ ତହସିଲଦାର ମହେନ୍ଦ୍ର କୁମାର ବଢେଇ ,ବିଡ଼ିଓ ଦିଲ୍ଲୀପ କୁମାର ଷଡଙ୍ଗୀ,ଡେଲାଙ୍ଗ ଥାନା ଅଧିକାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ।

ଏହି ରଥ ପହଞ୍ଚିଛି ଘରେ ଘରେ । ଡେଲାଙ୍ଗ ତହସିଲ କାର୍ଯ୍ୟାଳୟ ପରିସରରେ ଶୁଭାରମ୍ଭ ହୋଇଥିବା ରାଜସ୍ୱ ରଥ ଆଜି ତହସିଲ ଅଞ୍ଚଳରେ ପରିକ୍ରମା କରି ବିଭିନ୍ନ ଜନସାଧାରଣଙ୍କୁ ସହାୟତା ନିଜ ଘର ସମ୍ମୁଖରେ ପଟ୍ଟା ବଣ୍ଟନ କରି ସହାୟତା କରିଛନ୍ତି। ସୂଚନା ଅନୁସାରେ ରାଜସ୍ୱରଥ ଡେଲାଙ୍ଗ ତହସିଲ ଅଧିନସ୍ତ ପିଢ଼ପାଟନା, ବେରବୋଇ ଆଦି ଗ୍ରାମପଞ୍ଚାୟତରେ ପହଞ୍ଚି ୩୦ ଟି ପଟ୍ଟା ବଣ୍ଟନ କରିଥିବା ଜଣାପଡ଼ିଛି। ପ୍ରତି ସୋମବାର ଓ ଶୁକ୍ରବାର ଏହି ରଥ କାର୍ଯ୍ୟକ୍ରମ ଚାଲୁ ରହିବ।ଏଥିସହିତ କୋଭିଡ ମହାମାରି ଉପରେ ସମସ୍ତ ଜନସାଧାରଣ ଙ୍କୁ ସଚେତନ କରାଯାଇଛି। ଏହା ହେବା ଦ୍ୱାରା ଜନସାଧାରଣ କରୋନା ଦାଉରୁ ମୁକ୍ତି ପାଇବା ସହିତ କରୋନା ଚେନ ଭାଙ୍ଗି ପାରିବାରେ ସହାୟ ହେବ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୋଗରାଇ ବ୍ଲକରେ ଶକ୍ତି ମନ୍ତ୍ରୀ ଦିବ୍ଯ ସଂଙ୍କର ମିଶ୍ରଙ୍କ ସମୀକ୍ଷା ବୈଠକ...

Mon May 31 , 2021
ବାସ୍ତବବ୍ୟୁରୋ:(ନି.ପ୍ରଭୋଗରାଇ)ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ପରିଶରରେ, ଶକ୍ତି ମନ୍ତ୍ରୀ ଦିବ୍ଯ ସଂଙ୍କର ମିଶ୍ର ,ପର୍ଯ୍ଯଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ,ଭେଗରାଇ ବିଧାୟକ ଅନନ୍ତ ଦାସ ଓ ବିଦ୍ବତ୍ ବିଭାଗର ସମସ୍ତ ଅଧିକାରି ମାନେ ଉପସ୍ଥିତ ରହି ବାତ୍ୟା ‘ୟଶ୍’ ରେ ପ୍ରଭାବିତ ହୋଇଥିବା ବିଦ୍ୟୁତ କିପରି ଲୋକ ମାନଙ୍କ ପାଖରେ ଯେତେ ଶୀଘ୍ର ପହଂଚି ପାରିବ ଏ ନେଇ ଏକ ରିଭିୟୁ ମିଟିଙ୍ଗ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ […]

You May Like

Pin It on Pinterest