କୋଭିଡ ହସପିଟାଲରେ ନିଆରା ପ୍ରେମ କାହାଣୀ ଉଭୟ କରୋନା ସଂକ୍ରମିତ, ହେଲେ ଭୁଲି ନାହାନ୍ତି ବିବାହ ବାର୍ଷିକ…

ବାସ୍ତବବ୍ୟୁରୋ:(ବିଶ୍ବ ରଞ୍ଜନ ମହାନ୍ତି) ମେ ୨୮ ତାରିଖ କରୋନା ସଂକ୍ରମିତ ହୁଅନ୍ତି ୭୩ ବର୍ଷୀୟ ଶ୍ରୀମତୀ ମନୋରମା ମହାନ୍ତି | ଭୁବନେଶ୍ୱର କୀମ୍ସ କୋଭିଡ ହସପିଟାଲ ବେଡ଼ ନମ୍ବର ୧୨୪ ପଞ୍ଚମ ମହଲା ହୋଇଯାଏ ଠିକଣା । ଏହା ବିଶ୍ୱାସ ନହେଲେ ବି ପୁରାପୁରି ସତ୍ୟ ଘଟଣା । ଠିକ ତା’ପର ଦିନ ଅର୍ଥାତ ୨୯ /୫ /୨୦୨୧ ବିଧିର ବିଡମ୍ବନା କରୋନା ସଂକ୍ରମିତ ଚିହ୍ନଟ ହୁଅନ୍ତି ତାଙ୍କର ସ୍ୱାମୀ ଶ୍ରୀ ହରେନ୍ଦ୍ରନାଥ ମହାନ୍ତି | ୮୦ବର୍ଷୀୟ ଶ୍ରୀ ମହାନ୍ତି ଙ୍କର ଠିକଣା ବି ସେଇ ଏକା କୀମ୍ସ କୋଭିଡ ହସପିଟାଲ,ହେଲେ ୫ମ ମହଲା ପରିବର୍ତେ ଗ୍ରାଉଣ୍ଡ ଫ୍ଲୋର, ହଲ ନମ୍ବର ୩ ବେଡ଼ ନମ୍ବର ୬୧୯ ରେ ଭର୍ତ୍ତି ହୁଅନ୍ତି ।

ସାଂସାରିକ ବନ୍ଧନରେ ବାନ୍ଧି ହେବା ଦିନଠାରୁ ହରେନ କେବେ ଭୁଲି ନାହାନ୍ତି ବିବାହ ବାର୍ଷିକ ପାଳନ ଦିନକୁ | ଆଜିବା କେମିତି ଭୁଲି ଯାଇଥାନ୍ତେ, ପରିଣତ ବୟସରେ ବେଶୀ ନିବିଡ଼ତା ବଢେ | ସଂସାର ଯେତିକି ଦୁରକୁ ଦୂର ଲଂବେ, ସେତିକି ଅଧିକ ପ୍ରେମ ବଢେ |ଡେଣା ଲାଗିଯାଇଥାଏ ସବୁ ସେବକ ମାନଙ୍କ ଠାରେ |ଆଉ ଡେଣା ଛିଡି ଛିଡି ଆସେ ବାପା ମା ମାନଙ୍କର | ସେମାନେ ନିଜ ସଂସାରରେ ବ୍ୟସ୍ତ |ସବୁ ପୁଅ ମାନେ ବାପା ହେବା ପରେ ବାପାମାନେ ବୁଢା ହୋଇଯାଆନ୍ତି |

ଆଜି ମେ ମାସ ୩୧ ତାରିଖ ହରେନ୍ଦ୍ରନାଥ ଓ ମନୋରମାଙ୍କ ବିବାହ ବାର୍ଷିକ |କେମିତ କରିବେ ପାଳନ ।କରୋନା କାଳହେଲା ଗ୍ରାଉଣ୍ଡ ଫ୍ଲୋରରେ ହରେନ୍ଦ୍ର ୫ମ ମହଲାରେ ମନୋରମା | କାଲି କଣହେବ କିଏ ଜାଣିଛି ହେଲେ ଆଜି ପାଇଁ ଉଭୟ କାକୁତି ମିନତୀ କରନ୍ତି କୋଭିଡ ହସ୍ପିଟାଲର କର୍ମଚାରୀଙ୍କ ପାଖରେ, ସେଠାରେ ଥିବା ଅନ୍ୟ ମାନଙ୍କର କହିବା ଅନୁସାରେ ଏଭଳି ପରିଣୀତ ବୟସ ଓ ଦୃଢ ମନୋବଳ ଓ ସେମାନଙ୍କର ପ୍ରେମ ଓ ସମ୍ପର୍କ ଆଗରେ କରୋନା ହାର ମାନିଛି । ଏହା ଦୁନିଆ ପାଇଁ ଏକ ବିରଳ ଉଦାହରଣ…..

ଇଶ୍ୱର ଦୀର୍ଘାୟୁ କରନ୍ତୁ ତାଙ୍କ ପ୍ରେମ ଏମିତି ସବୁଦିନ ଥାଉ |ଶୀଘ୍ର ଆରୋଗ୍ୟ ଲାଭ କରି ନିଜ ସଂସାରର ମାୟାରେ ହସଖୁସିରେ କାଳାତିପାତ କରନ୍ତୁ |ହରେନ୍ଦ୍ର ଓ ମନୋରମଙ୍କ ବିବାହ ବାର୍ଷିକରେ ବାସ୍ତବ ପରିବାରର ଈଶ୍ୱରଙ୍କ ପାଖରେ ଏତିକି କାମନା

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ନୂତନ ମଦ ଦୋକାନକୁ ବିରୋଧ, ଟାୟାର ଜାଳି ରାସ୍ତାରୋକ କଲେ ପଞ୍ଚାୟତ ବାସି

Mon May 31 , 2021
ବାସ୍ତବବ୍ୟୁରୋ:(ନି.ପ୍ରଭଦ୍ର)କବର୍ତ୍ତମାନ ନୂତନ ମଦଦୋକାନ ଖୋଲିବାକୁ ବିରୋଧ କରି ସାରା ରାଜ୍ୟରେ ଆନ୍ଦୋଳନ ଜାରିରହିଛି କାରଣ ଲୋକମାନଙ୍କର ଅଭିଯୋଗ ଅନୁଯାଇ ଅନେକ ସ୍ଥାନରେ ମନ୍ଦିର ସ୍କୁଲ ଓ ଯନବସତୀ ସ୍ଥାନରେ ମଦ ଦୋକାନ ଖୋଲାଯାଉଛି |ସେମିତି ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅନ୍ତର୍ଗତ ସାହସପୁର ପଞ୍ଚାୟତରେ ରାସ୍ତା କଡରେ ନୂତନ କରି ହେଉଥିବା ମଦ ଦୋକାନକୁ ବିରୋଧ କରି ଶତାଧିକ ମହିଳା ଓ ପୁରୁଷ ଧୂଷୁରୀ ତିହିଡି ରାସ୍ତା ଅବରୋଧ କରିଛନ୍ତି […]

You May Like

Pin It on Pinterest