ମନ୍ତ୍ରୀ ପ୍ରତାପ ଜେନାଙ୍କ ପକ୍ଷରୁ ୩0 ହଜାର କରୋନା ପ୍ରଭାବିତ ପରିବାର ପାଖରେ ପହଂଚିଲା ସାନିଟାରୀ ସାମଗ୍ରୀ

photo: Bastab media

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଟି ଗ୍ରାମ ପଞ୍ଚାୟତରେ ବସବାସ କରୁଥିବା ୩0 ହଜାର ପରିବାର ପାଖରେ ବିଭିନ୍ନ ସାନିଟାରୀ ସାମଗ୍ରୀ ପହଂଚାଇବା କାର୍ଯ୍ୟକ୍ରମ ଆଜିଠାରୁ ଆରଂଭ ହୋଇଛି l

ବାସ୍ତବବ୍ୟୁରୋ:(ନି.ପ୍ରମାହାଙ୍ଗା)ମାନ୍ୟବର ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିଧାୟକ ପାଣ୍ଠିରୁ ଏହି ଅର୍ଥ ଭରଣା କରାଯିବ ବୋଲି ସୂଚନା ମିଳିଛି l ନିଶ୍ଚିନ୍ତକୋଇଲି ବ୍ଲକ ୨୭ ଗୋଟି ପଂଚାୟତର ୩୦ ହଜାର ପରିବାରକୁ ମହାମାରୀ କରୋନାରୁ କିପରି ସୁରକ୍ଷିତ ରଖାଯାଇପାରିବ, ସେଥିପାଇଁ ଏହି ଅଭିଯାନ ଆରଂଭ ହୋଇଛି lବ୍ଲକରେ ଥିବା ସ୍ଵୟଂସହାୟକ ଗୋଷ୍ଠୀର ମହିଳାମାନଙ୍କ ଠାରୁ ମାସ୍କ କିଣିବା ପାଇଁ ସ୍ଥିର ହୋଇଥିଲା l

ବ୍ଲକର ପ୍ରତି ଘରପିଛା ୪ ଗୋଟି ମାସ୍କ, ୨ ଟି ସାବୁନ ବଣ୍ଟନ କରାଯାଇଥିବା ବେଳେ କରୋନା ସମୟରେ ସଚେତନ ଓ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦିଆଯିବା ଦେଖିବାକୁ ମିଳିଥିଲା lମନ୍ତ୍ରୀ ପ୍ରତାପ ଜେନାଙ୍କ ବ୍ୟକ୍ତିଗତ ସହାୟକ ଉମାଶଙ୍କର ବିଶ୍ୱାଳ, ବ୍ଲକ ଚେୟାରମ୍ୟାନ ସବିତା ଓଝା, ପୂର୍ବତନ ଚେୟାରମ୍ୟାନ ଗିରିଶ ରଞ୍ଜନ ମହାପାତ୍ର, ବ୍ଲକ ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଯୁବନେତା ଅଶୋକ ଓଝା ପ୍ରମୁଖ ପରିଚାଳନା କରିଥିଲେ l
ମନ୍ତ୍ରୀଙ୍କ ଏଭଳି ସହଯୋଗ ମୂଳକ ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯିବା ଦେଖିବାକୁ ମିଳିଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଧାମରାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କଲେ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, କୃଷି ମନ୍ତ୍ରୀ ,ଚାନ୍ଦବାଲି ବିଧାୟକ ଓ ଭଦ୍ରକ ବିଧାୟକ...

Tue Jun 1 , 2021
ବାସ୍ତବବ୍ୟୁରୋ:(ନି.ପ୍ରଚାନ୍ଦବାଲି) ଆଜି ଦିନ୧୨.୨୦ ବେଳେ ମନ୍ତ୍ରୀ ଅରୁଣ ସାହୁ ଓ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଧାମରାର ବିଭିନ୍ନ ସ୍ଥାନରେ ବୁଲି ବାତ୍ୟା ୟାସର କ୍ଷୟକ୍ଷତି ଅନୁଧ୍ୟାନ କଲେ । ଧାମରାର ଦୋଷୀଙ୍ଗା ପଂଚାୟତରେ ଓରାମାଳ ,ଜୟଦୁର୍ଗା ପାଟଣା,ପାଇକ ସାହି ଓ ଧାମରା ପଂଚାୟତ ଝାଡକାଟି ଆଦି ବିଭିନ୍ନ ସ୍ଥାନ ବୁଲି ବାତ୍ୟା ବିପନ୍ନ ମାନଙ୍କ ସହିତ କଥା ହେଲେ । ଲୋକମାନେ ସେମାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ସମ୍ପର୍କରେ […]

You May Like

Pin It on Pinterest