
ବାସ୍ତବବ୍ୟୁରୋ:(ନି.ପ୍ର ଜଳେଶ୍ୱର) ରାଜ୍ୟ କଂଗ୍ରେସ ର ପ୍ରବକ୍ତା ସୁଦର୍ଶନ ଦାସ ଆଜି ଜଳେଶ୍ୱର ଶୋଭା କଲ୍ୟାଣ ମଣ୍ଡପ ରେ ଚାଷୀଙ୍କ ସମସ୍ୟା ନେଇ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଜଳେଶ୍ୱର ବ୍ଲକରେ ଚାଷୀ ମାନେ ମଣ୍ଡି ରେ ଧାନ ଦେଇପାରୁ ନାହାନ୍ତି, କୋଉଠି ଚାଷୀଙ୍କ ର ଟୋକାନ ଲପ୍ସ ହୋଇଛି, ଫଳରେରେ ଲକ୍ଷ୍ମଣନାଥ ନାମ୍ପୋ, ଅଲ।ଲପୁର, ସେବା ସମବାୟ ସମିତି ରେ ଧାରଣା ବସିଛନ୍ତି।
ଧାନ ଦେବା ପାଇଁ ମିଳିଥିବା ଟୋକାନ ର ସମୟ ସୀମା ୧ ମାସ କରିବା,ସମସ୍ତ ଚାଷୀଙ୍କ ପକ୍ଷରୁ ଧାନ କିଣିବା ଦାବି ରେ ଆଜି ଶ୍ରୀ ଦାସ ସାମ୍ବାଦିକ ସମିଳନୀ ଜରିଆରେ ରେ ରାଜ୍ୟ ସରକାରଙ୍କୁ ଚେତାଵନୀ ଦେଇଛନ୍ତି।ଏହି ସାମ୍ବାଦିକ ସମିଳନୀ ରେ ଜଳେସ୍ବେର ବ୍ଲକ ସଭାପତି ରାଜୀବ ପରିଡା, ଟାଉନ ସଭାପତି ଗିରିଜା ଶଙ୍କର ଦାସ,ହେମନ୍ତ ଗିରି, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର ସମେତ ବହୁତ କଂଗ୍ରେସ କର୍ମୀମାନେ ଉପସ୍ଥିତ ଥିଲେ |