୧ କେଜି ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ : ୨ ଗିରଫ

ବାସ୍ତବବ୍ୟୁରୋ:ନି.ପ୍ର(କଟକ) କଟକ ମଧୂପାଟଣା ଥାନା ପୋଲିସ କୁ ବଡ଼ ମିଳିଲା ସଫଳତା । ବ୍ରାଉନ ସୁଗାର ଚାଲାଣ ବେଳେ ଧରା ପଡିଲେ ୨ ଜଣ ଯୁବକ । ତାଙ୍କ ନିକଟରୁ ୧ କେଜି ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ। ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୧ କୋଟି ୧୦ ଲକ୍ଷ ଟଙ୍କା ହେବ। ସୂଚନା ଅନୁଯାୟୀ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଗ୍ରାମରେ ଥିବା ଆମ୍ବ ତୋଟା ପାଖରେ ଦୁଇ ଜଣ ଯୁବକ ବ୍ରାଉନ ସୁଗାର କିଣିବା ପାଇଁ ଛିଡା ହୋଇଥିବା ସମୟ ରେ କମିଶନରେଟ୍ ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ଉ କରି ଦୁଇଜଣଙ୍କୁ ଗିରଫ କରିଛି ।

ଉଭୟକୁ ଥାନାକୁ ଆଣି ପଚରାଉଚରା ବେଳେ ଉଭୟ ଯୁବକ ଜଗତସିଂପୂର୍ ର ହୋଇଥିବା ଜଣାପଡିଛି ।ଏମାନେ ବହୁତ୍ ଦିନ ଧରି ବ୍ରାଉନ ସୁଗାର ବେପାରରେ ଲିପ୍ତ ଥିଲେ ।ସେମାନେ ଏହି ବ୍ରାଉନ ସୁଗାର ଜଳେଶ୍ଵର ଅଞ୍ଚଳରୁ ଆଣି ବିଭିନ୍ନ ଜିଲ୍ଲା ମାନଙ୍କ ରେ ବିକ୍ରି କରୁଥିବାର ପୋଲିସ ସୂତ୍ରରୁ ପ୍ରକାଶ । ସେମାନଙ୍କ ଠାରୁ ୧ କେଜି ବ୍ରାଉନ ସୁଗାର୍ ସହିତ ଏକ ବଜାଜ ପ୍ଲାଟିନା ଗାଡ଼ି ଜବତ କରାଯାଇଛି। ଏହି ଘଟଣା ର କେଶ୍ ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ମଧୁପାଟଣା ଥାନା ପୋଲିସ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କରୋନା ଟୀକାକରଣ ପାଇଁ କଟକ ମହାନଗର ନିଗମ ପକ୍ଷରୁ କିନ୍ନର ମାନଙ୍କ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ୍

Thu Jun 3 , 2021
ବାସ୍ତବବ୍ୟୁରୋ:ନି.ପ୍ର(କଟକ) କିନ୍ନର ନେଲେ କରୋନା ଟୀକା। କଟକ ମହାନଗର ନିଗମ ପକ୍ଷରୁ କିନ୍ନର ମାନଙ୍କ ପାଇଁ ମତ୍ତଗଜପୁର ଠାରେ ଏକ ସ୍ୱତନ୍ତ୍ର କ୍ୟାମ୍ପ୍ କରାଯାଇଥିଲା। ସେହି କ୍ୟାମ୍ପରେ ସହରର ବହୁ କିନ୍ନର ମାନେ ନେଇଛନ୍ତି କରୋନା ଭ୍ୟାକସିନ୍ । ତେବେ କିନ୍ନର ମାନଙ୍କ ପାଇଁ ପୁର୍ବରୁ ଘରୋଇ ହସ୍ପିଟାଲରେ ଟୀକାକରଣ ର ବ୍ୟବସ୍ତା କରାଯାଇଥିଲା। ହେଲେ ଆଜି ନିଗମ ପ୍ରଶାସନ ପକ୍ଷରୁ ପ୍ରଥମ କରି କିନ୍ନର ମାନଙ୍କ ପାଇଁ ସୁବନ୍ଦୋବସ୍ତ […]

You May Like

Pin It on Pinterest