ଜଜ୍ଜବା’ର ନିଆରା ପ୍ରୟାସ, ଭିନ୍ନକ୍ଷମ ଙ୍କ ମୁହଁରେ ହସ ଫୁଟାଇବାର ପ୍ରଚେଷ୍ଟା …

ବାସ୍ତବବ୍ୟୁରୋ:ନି.ପ୍ର (ମାହାଙ୍ଗା)ଜଜବା ର ନିଆରା ପ୍ରୟାସ । ଭିନ୍ନକ୍ଷମ ଙ୍କ ମୁହଁରେ ହସ ଫୁଟାଇଛି ଜଜବା । ବଣ୍ଟନ ହେଲା ମାସ,ସନିତାଇଜର ଓ ଖାଦ୍ୟ ପୁଡିଆ ଓ ଶୁଖିଲା ରାସନ୍ । କରୋନା କହର ରେ ଯେତେବେଳେ ସାରା ରାଜ୍ୟ କବଳିତ । ଏଭଳି ଏକ ଘଡିସନ୍ଧୀ ସମୟରେ ପୁଣି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ । ଭିନ୍ନକ୍ଷମ ମାନେ ବି କରୋନା ରେ ବହୁ ଅସୁବିଧା ରେ ଜୀବନ କାଟୁଛନ୍ତି । ଏହି ସମୟରେ ଏମାନଙ୍କ ଦୁଃଖ କୁ ହୃଦୟଙ୍ଗମ କରି ସହଯୋଗ ର ହାତ ବଢ଼ାଇଛି ଜଜବା ଅନୁଷ୍ଠାନ ।

Photo:bastab media

ଏ ନେଇ ରାଜ୍ୟର ଭୁବନେଶ୍ୱର,କଟକ,ସାଲେପୁର, ନିଶ୍ଚିନ୍ତକୋଇଲି,ଖୋର୍ଦ୍ଧା,ଜଟଣୀ ,ନିଆଳି,କଟକ ସଦର ର ବିଭିନ୍ନ ସ୍ଥାନରେ ଜଜବା ଅନୁଷ୍ଠାନ ର ଅଧ୍ୟକ୍ଷ ସଫଦର ହାଶୀମ ଙ୍କ ନେତୃତ୍ୱରେ ରହୁଥିବା ଅସହାୟ ଗରିବ ଲୋକ,ବସ୍ତି ବାସିନ୍ଦା,କଳାକାର,ବ୍ରାହ୍ମଣ , ମୌଲାନା ଓ ଭିନ୍ନକ୍ଷମ ଙ୍କୁ ଗୋଟିଏ ମାସର ରାସନ ସାମଗ୍ରୀ ସହାୟତା କରାଯାଇଛି । ଏହି କାର୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମଧୁମିତା ସାମଲ, ସିଦ୍ଧାର୍ଥ ଦାସ,କମେଡିଆନ ସ୍ମୃତି (ନଟିଆ ) ଯୋଗ ଦେଇ ଭିନ୍ନକ୍ଷମ ପିଲା ମାନଙ୍କୁ Covid 19 ନିୟମ ଅନୁସାରେ ବଣ୍ଟନ କରାଯାଇଛି ।କାର୍ଯକ୍ରମ ରେ ଅଭିନେତା ବାବୁ ରାଜା ପରିଚାଳନା କରିଥିଲେ । ଆଗକୁ ଏଭଳି କାର୍ଯକ୍ରମ ଜାରି ରହିବ ବୋଲି ଟ୍ରଷ୍ଟ ପକ୍ଷ ରୁ ସୂଚନା ଦିଆଯାଇଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଛେପ ପକା'କୁ ନେଇ ଗୋଷ୍ଠୀ ସଙ୍ଘର୍ଷ ୧ ମୃତ ୪ଗୁରୁତ୍ୱର...

Sat Jun 5 , 2021
ବାସ୍ତବବ୍ୟୁରୋ:-(ଚାନ୍ଦବାଲି) ଘଣ୍ଟେଶ୍ୱର ଗୋପୀନାଥପୁରରେ ଛେପ ପକାଇବାକୁ ନେଇ ଗୋଷ୍ଠୀ ସଙ୍ଘର୍ଷ,୧ ମୃତ ୪ଗୁରୁତ୍ୱର lଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅଧିନ ଗୋପୀନାଥପୁର ପଂଚାୟତରେ ସାମାନ୍ୟ ଛେପ ପକାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣତ୍ମକ ଆକ୍ରମଣ,ଏହି ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି, ଉଭୟ ପକ୍ଷରୁ ତିହିଡି ମେଡିକାଲ ଭର୍ତ୍ତି l ସେୟାର କରନ୍ତୁ

You May Like

Pin It on Pinterest