ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୯୨୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୬୭୫୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭୩୯୩୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି ଯେ, ୧୧ ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ବର୍ଷା ହେବା ସହ ମୌସୁମୀର ବି ଆଗମନ ସମ୍ଭାବନା ରହିଛି । ସୋମବାର ୧୫ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିବ ।

ବାଲେଶ୍ବର ଖଇରା ଓ ସିମୁଳିଆ ଅଞ୍ଚଳରେ କାଳବୈଶାଖୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘର ଓ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି । ବହୁ ଗଛ ପଡି ରାସ୍ତା ଅବରୋଧ ହେବା ସହିତ ଘର ଓ ମନ୍ଦିର ଭାଙ୍ଗି ଯାଇଥିବା ଜଣାପଡିଛି । ସେହିପରି ସିମୁଳିଆ ବ୍ଲକ ମହମ୍ମଦପୁର ଗାଁର ମନ୍ଦିର ପାଖରେ ଦୁଇଶହ ବର୍ଷ ଧରି ଥିବା ତେନ୍ତୁଳି ଗଛ ଏଥିରେ ଭାଙ୍ଗି ଯାଇଛି ।

ଆୟକର ବିଭାଗ ଆୟକରଦାତାଙ୍କ ସୁବିଧା ଲାଗି ସୋମବାର ନିଜର ନୂଆ ଇ-ଫାଇଲିଂ ପୋର୍ଟାଲ ଶୁଭାରମ୍ଭ କରିବ । ଏବେ ଆୟକର ରିଟର୍ଣ୍ଣ ଆଇଟିଆର ଦାଖଲ କରିବା ସମେତ ସମସ୍ତ ଜରୁରୀ କାମ ବିଭାଗର ନୂଆଁ ପୋର୍ଟାଲ www.incometax.gov.in  ମାଧ୍ୟମରେ ପରିଚାଳିତ ହେବ ।

ଆଜି (ସୋମବାର)ଠାରୁ ଦିଲ୍ଲୀ ଏମ୍ସରେ ୨ ରୁ ୧୮ ବର୍ଷ ବର୍ଗଙ୍କୁ କୋଭାକ୍ସିନ ଟିକାର ଟ୍ରାଏଲ ପ୍ରକ୍ରିୟା ଆରମ୍ଭ ହେବ । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ଖୁବ୍ ଶୀଘ୍ର ଶିଶୁମାନଙ୍କୁ ଟିକାକରଣରେ ସାମିଲ କରାଯିବ । ୮ ସପ୍ତାହ ମଧ୍ୟରେ ଏହି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଆଜିଠୁ ଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟ ଅନଲକ୍ । ପ୍ରଥମ ପର୍ଯ୍ୟାୟ ଅନଲକ୍ ଗତ ସପ୍ତାହରେ ଆରମ୍ଭ ହୋଇଥିଲା । ପ୍ରଥମ ପର୍ଯାୟ ଅନଲକରେ କାରଖାନା ଏବଂ ନିର୍ମାଣ ସ୍ଥାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଆଜିଠୁ ୨ୟ ପର୍ଯ୍ୟାୟ ଅନଲକ୍ ରେ ମାର୍କେଟ୍ ଏବଂ ମଲ୍ ଖୋଲିବାକୁ ଅନୁମତି ଦିଆଯିବ ।

ଆଜିଠୁ ମହାରାଷ୍ଟ୍ରରେ ପର୍ଯ୍ୟାୟକ୍ରମେ ଅନଲକ୍ ପ୍ରକ୍ରିୟା ଆରମ୍ଭ । ପଜିଟିଭିଟି ହାର ଏବଂ ଅକ୍ସିଜେନ୍ ବେଡ୍ ଉପଲବ୍ଧତା ଆଧାରରେ ‘ଲକଡାଉନ୍ ’ କଟକଣା କୋହଳ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସରକାର । ବିଭିନ୍ନ କାର୍ଯ୍ୟକଳାପ ପାଇଁ ଲାଗୁ ହେବ ୫ ସ୍ତରୀୟ କଟକଣା ।

କୋଭିଶିଲ୍ଡ ଏବଂ କୋଭାକ୍ସିନ ମଧ୍ୟରେ କେଉଁ ଟିକା ଅଧିକ ଆଣ୍ଟିବଡି ତିଆରି କରେ ସେ ନେଇ ଅନେକ ବିତର୍କ ଚାଲିଥିବା ବେଳେ ଏହି ସମୟରେ, ଏକ ରିସର୍ଚ୍ଚ ରିପୋର୍ଟ ଦାବି କରାଯାଇଛି ଯେ, କୋଭାକ୍ସିନ୍ ତୁଳନାରେ କୋଭିସିଲ୍ଡ ନେଉଥିବା ବ୍ୟକ୍ତିଙ୍କ ଶରୀରରେ ଅଧିକ ଆଣ୍ଟିବଡି ବିକଶିତ ହୋଇଛି । ଏହି ଅନୁସନ୍ଧାନ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ସହିତ କରାଯାଇଥିଲା, ଯେଉଁମାନେ କୋଭିଶିଲ୍ଡ କିମ୍ବା କୋଭାକ୍ସିନର ଉଭୟ ମାତ୍ରା ଗ୍ରହଣ କରିଛନ୍ତି । ଏହି ଅନୁସନ୍ଧାନ କରୋନା ଭ୍ୟାକ୍ସିନ୍ ପ୍ରେରିତ ଆଣ୍ଟିବଡି ଟାଇଟର୍ ଅର୍ଥାତ୍ COVAT ଦ୍ୱାରା କରାଯାଇଛି ।

ଦ୍ୱିତୀୟ ଥର ବାପା ମାଆ ହେଲେ ବ୍ରିଟେନର ଡ୍ୟୁକ୍ ପ୍ରିନ୍ସ ହ୍ୟାରି ଏବଂ ମେଗନ୍ ମର୍କଲେ । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି ମେଗାନ୍ ମର୍କେଲ । ପ୍ରିନ୍ସ ହ୍ୟାରି ତାଙ୍କ ଝିଅ ରାଣୀ ଏଲିଜାବେଥ ଏବଂ ତାଙ୍କ ମାଆ ରାଜକୁମାରୀ ଡାଏନାଙ୍କ ନାମକୁ ମିଶାଇ ଲିଲିବେଟ ଡାଏନା ନାମରେ ନାମିତ କରିଛନ୍ତି ।

ଆଫଗାନିସ୍ତାନର ଉତ୍ତର ପଶ୍ଚିମ ଅଞ୍ଚଳରେ କିଛି ଯାତ୍ରୀଙ୍କୁ ନେଇ ଏକ ମିନି ବସ୍‌ ରାସ୍ତାକଡ଼ରେ ଛିଡା ହୋଇଥିଲା । ଠିକ୍‌ ଏହି ସମୟରେ ରାସ୍ତାକଡ଼ରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା । ଯାହାଫଳରେ ବସ୍‌ଟି ରାସ୍ତା କଡ଼ ଘାଇକୁ ଖସିପଡିଥିଲା ।  ଯେଉଁଥିରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୩ଜଣ ଶିଶୁ ସାମିଲ ଥିବା ଜଣାପଡିଛି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆଜି(ସୋମବାର) ସକାଳେ ପାକିସ୍ତାନର ସିନ୍ଧର ଡାହରକି ଅଞ୍ଚଳରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି । ସିନ୍ଧର ଡାହରକି ଅଞ୍ଚଳରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଅନେକ ଲୋକ ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମଧ୍ୟରେ ଧକ୍କାରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ।ଏପର୍ଯ୍ୟନ୍ତ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି ।

ଇଂଲଣ୍ଡର ବୋଲର ଓଲି ରବିନସନଙ୍କ ଉପରେ କରାଯାଇଥିବା ୭-୮ ବର୍ଷର ପୁରୁଣା ପୋଷ୍ଟ ଅଡୁଆ ସୃଷ୍ଟି କରିଛି । ଇଂଲଣ୍ଡ ଏବଂ ୱେଲ୍‌ସ କ୍ରିକେଟ ବୋର୍ଡ (ଇସିବି) ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ଇସିବି ଅନୁଶାସନାତ୍ମକ ଯାଂଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ ରବିନସନଙ୍କୁ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ନିଲମ୍ବନ କରିଛି । ତାଙ୍କର ଉପରେ ୨୦୧୨ ଓ ୨୦୧୩ରେ ଟୁଇଟରରେ କରାଯାଇଥିବା ପୋଷ୍ଟ ନେଇ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । 

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବାତ୍ଯା ୟାସ କ୍ଷୟକ୍ଷତିର ଆକଳନ ପାଇଁ ଧାମରାରେ କେନ୍ଦ୍ରୀୟ ପ୍ରତିନିଧି ଦଳ...

Mon Jun 7 , 2021
ବାସ୍ତବବ୍ୟୁରୋ:ନି.ପ୍ର(ଚାନ୍ଦବାଲି) ବାତ୍ଯା ୟାସରେ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା ଅଞ୍ଚଳର ଅନୁଧ୍ଯାନ ପାଇଁ ଆଜି(ସୋମବାର ) ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ଧାମରାବନ୍ଦରସ୍ଥିତ ଅ।ଦାନୀ ହ୍ଯାଲିପେଡରେ ଓହ୍ଲାଇବା ପରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ଏହା ପରେ ଜିଲା ପ୍ରଶାସନର ଖସଡା ଅନୁଯାୟୀ କେନ୍ଦ୍ରୀୟ ଟିମର ସଦସ୍ଯମାନେ ପ୍ରଥମେ ଧାମରା ସମୁଦ୍ରମୁହାଣର ସାବିତ୍ରୀ ସାରାଇ,ଚନ୍ଦିନପାଳ, କାଳିନାଳୀ ,ବିଦ୍ୟୁତପ୍ରଭା , ଆଦି ପ୍ରଭାବିତ ଅଞ୍ଚଳ […]

You May Like

Pin It on Pinterest