ବାସ୍ତବବ୍ୟୁରୋ:(ଭୁବନେଶ୍ୱର) ଆଜି ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ |ଭିଡିଓ କନ୍ଫେରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ନିବାସର ବୈଠକରେ ସାମିଲ ହେବେ |ହୋଇପାରେ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ୍ ବୈଠକ ବସିବ।ଏହି ବୈଠକରେ ୧୦ରୁ ଊର୍ଦ୍ଧ୍ବ ପ୍ରସ୍ତାବକୁ ଅନୁମୋଦନ ମିଳିପାରେ
ଆଜିର କ୍ୟାବିନେଟ ବୈଠକରେ, ମୁଖ୍ୟତଃ ପୂର୍ତ୍ତ ବିଭାଗ, ନଗର ଉନ୍ନୟନ ବିଭାଗ, ଗଣଶିକ୍ଷା ବିଭାଗ ଓ ସ୍ୱାସ୍ଥ୍ୟବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବମାନ ରହିଥିବା ବେଳେ, ଦୀର୍ଘଦିନ ଧରି ସରକାରଙ୍କଠାରେ ଓଏଏସ୍ ସଂଘ ପକ୍ଷରୁ କ୍ୟାଡର ପୁର୍ନଗଠନ ଦାବି ଉପରେ ନିଷ୍ପତି ନିଆଯିବ । ସେମାନଙ୍କ ଦାବି ଉପରେ ସରକାର ମୋହର ମାରିପାରନ୍ତି। ଫଳତଃ ଉକ୍ତ ବର୍ଗର ୨୨୦ଟି ଅତିରିକ୍ତ ପଦ ସୃଷ୍ଟି ହେବ।ଏହି ପଦରେ ପର୍ଯ୍ୟାୟକ୍ରମେ ବରିଷ୍ଠ ଓଏଏସଙ୍କୁ ସ୍ୱତନ୍ତ୍ର ସଚିବ, ଅତିରିକ୍ତ ଶାସନ ସଚିବ, ଯୁଗ୍ମ ସଚିବ ଓ ଉପସଚିବ ପଦରେ ଅବସ୍ଥାପିତ କରାଯିବାର ପଥ ପରିସ୍କାର ହେବ ।