ଆଜି ମୋହନ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ୩ୟ କ୍ୟାବିନେଟ ବୈଠକ….

ଭୁବନେଶ୍ୱର(ନି.ପ୍ର): ରାତି ୮ଟା ୩୦ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ରାଜ୍ୟ ବଜେଟ ଆସିବା ପୂର୍ବରୁ କ୍ୟାବିନେଟ ବୈଠକ ବସୁଥିବା ବେଳେ ଏହା ବେଶ ଗରୁତ୍ବପୂର୍ଣ୍ଣ ରହିବ। କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହ ୪ରୁ ୫ଟି ଏଜେଣ୍ଡା ଉପରେ ମୋହର ବାଜିବା ନେଇ ଆଶା କରଯାଉଛି।

ତେବେ ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ଏହା ହେବ ତୃତୀୟ କ୍ୟାବିନେଟ ବୈଠକ। ପୂର୍ବରୁ ଦୁଇଟି କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ମୋହନ ଚରଣ ମାଝୀ। ଏହି ଦୁଇଟି ବୈଠକରେ ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି। ବିଧାନସଭା ଚାଲୁଥିବା ସମୟରେ କ୍ୟାବିନେଟ ବୈଠକ ବସୁଥିବାରୁ ଏହା ବେଶ ଗୁରୁତ୍ବପୂର୍ଣ୍ଣ। କ୍ୟାବିନେଟରେ କଣ ନିଷ୍ପତ୍ତି ହେଲା ସେନେଇ ଆସନ୍ତାକାଲି ବିଧାନସଭାରେ ବିସ୍ତୃତ ସୂଚନା ଦେବେ ମୁଖ୍ୟମନ୍ତ୍ରୀ କିମ୍ବା ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ସେୟାର କରନ୍ତୁ

Next Post

ଅନାସ୍ଥାରେ ହାରିଲେ ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି...

Wed Jul 24 , 2024
ଫୁଲବାଣୀ(ନିପ୍ର): ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଅନାସ୍ଥାରେ ହାରିଲେ। ଅନାସ୍ଥା ସପକ୍ଷରେ ୧୧ଜଣ କାଉନସିଲର ଭୋଟ୍ ଦେଇଛନ୍ତି। ସେ ମଧ୍ୟରେ ୭ଜଣ ବିଜେଡି, ୨ ଜଣ ବିଜେପି ଓ ୨ ସ୍ବାଧୀନ କାଉନସିଲର ଅଛନ୍ତି । ଜଣଙ୍କ ଭୋଟ୍ ନାକଚ ହୋଇଥିବା ବେଳେ ୧୦ଟି ଭୋଟ୍ କାୟମ ରହିଛି। ଗତ ଏପ୍ରିଲ ମାସରେ ପୌର ପରିଷଦର ୧୧ ଜଣ କାଉନସିଲର ଅନାସ୍ଥା ଆଗତ କରିଥିଲେ। ଜିଲ୍ଲାପାଳ ପ୍ରସ୍ତାବ ଗ୍ରହଣ […]

You May Like

Pin It on Pinterest