ବାସ୍ତବବ୍ୟୁରୋ:ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ। ଏଥିରେ ଗୁଜୁରାଟ ନିର୍ବାଚନରେ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଚୂଡାନ୍ତ ହେବ। ଡିସେମ୍ବର ୧ ଓ ୫ ତାରିଖରେ ଗୁଜୁରାଟରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏବଂ ଡିସେମ୍ବର ୮ ରେ ଭୋଟ୍ ଗଣନା କରାଯିବ। ଏହାପୂର୍ବରୁ ଦଳର ମୁଖ୍ୟ ଜେପି ନାଡାଙ୍କ ବାସଭବନରେ ଗୁଜୁରାଟ ନିର୍ବାଚନ ସମ୍ପର୍କରେ ବିଜେପି ମୂଳ ଗୋଷ୍ଠୀର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। […]
National news in odia
ବାସ୍ତବବ୍ୟୁରୋ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳଠାରେ ଦୁଇଟି ନିର୍ବାଚନ ରାଲି କରିବେ। ଏଥିମଧ୍ୟରୁ ଗୋଟିଏ ରାଲି କଙ୍ଗରା ଜିଲ୍ଲାର ଚମ୍ବି ମଇଦାନରେ ଏବଂ ଅନ୍ୟଟି ହମିରପୁର ଜିଲ୍ଲାର ସୁଜନପୁରରେ ଅନୁଷ୍ଠିତ ହେବ। ନଭେମ୍ବର ୧୨ ରେ ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୮ ରେ ନିର୍ବାଚନ ଫଳାଫଳ ଆସିବ।
ବାସ୍ତବବ୍ୟୁରୋ:ଗୁଜୁରାଟ ବିଧାନସଭା ନିର୍ବାଚନ ବିଗୁଲ ବାଜିବା ପରେ,ସବୁ ଦଳର ନେତା ଓ କର୍ମୀମାନେ ସଜାଗ ହୋଇଉଠିଛନ୍ତି । ଏଥର ଗୁଜୁରାଟରେନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଥିବା ଆମ୍ ଆଦମୀ ପାର୍ଟି,ଆଜି ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ସିଏମ୍ ପ୍ରାର୍ଥୀ ଘୋଷଣା କରିବ। ସୂଚନା ଥାଉକି, ଡିସେମ୍ବର ୧ ଓ ୫ ତାରିଖରେ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ ଗୁରୁବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। […]
ବାସ୍ତବ ବ୍ୟୁରୋ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର । ଆଜି (ଗୁରୁବାର) ଦିନ ୧୨ ଟାରେ ସାମ୍ବାଦିକ ସମ୍ମିଳନୀରେ ତାରିଖ ଘୋଷଣା ହୋଇଛି । ଡିସେମ୍ବର ୧ ଓ ୫ ରେ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ବିଧାନସଭା ନିର୍ବାଚନ ହେବ ଏବଂ ୮ ଡିସେମ୍ବରରେ ଭୋଟ୍ ଗଣନା କରାଯିବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୫ […]
ବାସ୍ତବ ବ୍ୟୁରୋ: ଦାୟିତ୍ବ ଗ୍ରହଣ କରିବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆସନ୍ତା ୧୦ରେ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବେ। ଗସ୍ତ କାଳରେ ସେ ରାଜଭବନରେ ଅବସ୍ଥାନ କରିବେ ଓ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ୧୧ ତାରିଖରେ ଦିଲ୍ଲୀ ଫେରିଯିବେ। ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନ ସଚିବାଳୟ ପକ୍ଷରୁ ଓଡ଼ିଶା ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଛି।
ବାସ୍ତବ ବ୍ୟୁରୋ : ଗୁଜରାଟରେ ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର ବଡ ନିଷ୍ପତ୍ତି । ପଡୋଶୀ ଦେଶ ଯେମିତିକି ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଆସି ଗୁଜରାଟରେ ରହୁଥିବା ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାରସି ଏବଂ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକଙ୍କୁ ମିଳିବ ନାଗରିକତା । ଏହି ନିଷ୍ପତ୍ତି ନାଗରିକତା ଆଇନ, ୧୯୫୫ ଆଧାରରେ ଲାଗୁ କରାଯାଇଛି। ସୂଚନା ଥାଉ କି, ସିଏଏ ଅନୁଯାୟୀ ଆଫଗାନିସ୍ତାନ, ବାଂଲାଦେଶ ଏବଂ ପାକିସ୍ତାନରୁ […]
ବାସ୍ତବବ୍ୟୁରୋ:ଗୁଜରାଟ ମୋର୍ବିରେ ଘଟିଥିବା ଝୁଲା ପୋଲ ଟ୍ରାଜେଡ଼ି ପରେ ଆଜି ଘଟଣାସ୍ଥଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପ୍ରଚାର ପାଇଁ ତିନିଦିନିଆ ଗୁଜୁରାଟ ଗସ୍ତରେ ଥିବା ମୋଦି ଗତକାଲି ବ୍ରିଜ୍ ଟ୍ରାଜେଡିର ସମୀକ୍ଷା କରିଥିଲେ। ତେବେ ଆଜି ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ। ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଆହତମାନଙ୍କୁ ଭେଟିବେ। ଏହାପୂର୍ବରୁ ଗତକାଲି ଗାନ୍ଧିନଗର ରାଜଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ […]
ବାସ୍ତବବ୍ୟୁରୋ:ଦୀପାବଳି ପରେ ମାହାଙ୍ଗାଇରୁ ମୁକ୍ତି ପାଇବା ଖବର ଆସିଛି। ସାରା ଦେଶରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ କରାଯାଇଛି। ବର୍ତ୍ତମାନ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀର ଇଣ୍ଡେନ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ନଭେମ୍ବର ୧ (ମଙ୍ଗଳବାର) ରୁ ୧୧୫.୫ ଟଙ୍କା ହ୍ରାସ କରାଯାଇଛି। ସେହିପରି କୋଲକାତାରେ ୧୧୩ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା ଏବଂ ଚେନ୍ନାଇରେ ୧୧୬.୫ ଟଙ୍କା ହ୍ରାସ କରାଯାଇଛି। ଏହାପୂର୍ବରୁ […]
ମନୋଜ ମହାନ୍ତି(ଭୁବନେଶ୍ବର): ଚଳିତ ବର୍ଷ ୨୦୨୨ ପାଇଁ FAP ( ଫେଡେରେଶନ୍ ଅଫ ପ୍ରାଇଭେଟ୍ ସ୍କୁଲ ଆଣ୍ଡ ଆସୋସିଏସନ୍ ଅଫ ପଞ୍ଜାବ) ତରଫରୁ ଭୁବନେଶ୍ୱର ମଳିପଡା ସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟର୍ ନ୍ୟାସନାଲ ସ୍କୁଲକୁ ‘ବେଷ୍ଟ ସ୍କୁଲ ଆୱାର୍ଡ଼’ – ୨୦୨୨ (ଇନ୍ଫ୍ରାଷ୍ଟ୍ରକଚର୍ କାଟାଗୋରୀ) ପ୍ରଦାନ କରାଯାଇଅଛି ।ଏଥିସହ ବିଦ୍ୟାଳୟର ଅଧ୍ୟକ୍ଷ ଡ.ସ୍ୱରୂପା ନନ୍ଦ ମିଶ୍ରଙ୍କୁ ନିଜର କର୍ମ, କର୍ତ୍ତବ୍ୟ ନିଷ୍ଠା ଓ ଉତ୍ତମ ପରିଚାଳନା ପାଇଁ ଡାଇନାମିକ୍ ପ୍ରିନ୍ସିପାଲ୍ ଆୱାର୍ଡ […]
ବାସ୍ତବ ବ୍ୟୁରୋ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ‘ମନ୍ କୀ ବାତ୍’ର ୯୪ତମ ସଂସ୍କରଣ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇ ଛଟ୍ ପୂଜାର ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଦେଶର ଅନେକ ସ୍ଥାନରେ ସୂର୍ଯ୍ୟ ପୂଜାର ମହାନ ପର୍ବ ପାଳନ କରାଯାଉଛି । ମୁଁ ପ୍ରାର୍ଥନା କରୁଛି ସୂର୍ଯ୍ୟ ଦେବ ସମସ୍ତଙ୍କୁ କଲ୍ୟାଣ ଓ ଆଶୀର୍ବାଦ କରନ୍ତୁ ।“ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର […]