ବାସ୍ତବ ବ୍ୟୁରୋ: ସକାଳ ୭ ଟାରୁ ଆରମ୍ଭ ହୋଇଥିବା ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସନ୍ଧ୍ୟା ୫ ଟାରେ ଶେଷ ହୋଇଥିଲା। କେତେକ ବୁଥରେ ଗୁଳି ବିନିମୟ ଓ ପଥର ଫିଙ୍ଗା ଘଟଣା ଘଟିଥିବା ବେଳେ ବାକି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଥିଲା। ଅପରାହ୍ନ ୫ ଟା ପର୍ଯ୍ୟନ୍ତ ମେଘାଳୟରେ ୭୪.୩୨% ଏବଂ ନାଗାଲାଣ୍ଡରେ ୮୩.୩୬% ଭୋଟିଂ ହୋଇଛି । ବିଧାନସଭାରେ ଉଭୟ ରାଜ୍ୟରେ […]

ବାସ୍ତବ ବ୍ୟୁରୋ(କୋଲକାତା): ସୋମବାର ସକାଳେ କୋଲକାତାରୁ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ ଭରିବା ସମୟରେ ହଠାତ୍‌ ବିମାନର ଗୋଟିଏ ଇଞ୍ଜିନ୍‌ ବ୍ଲେଡ୍‌ ଭାଙ୍ଗିଯାଇଥିବା ଦେଖି ପାଇଲଟ୍‌ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିଲେ। ପରେ ମଝି ଆକାଶରୁ ବିମାନଟି ବିମାନବନ୍ଦରକୁ ଫେରି ୧୮ ମିନିଟ୍‌ ପରେ ସୁରକ୍ଷିତ ଭାବେ ଅବତରଣ କରିଥିଲା। ଏହି ସ୍ପାଇସ୍‌ ଜେଟ୍‌ ବିମାନରେ ୧୭୮ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟ ଥିଲେ । […]

ବାସ୍ତବବ୍ୟୁରୋ(ନୂଆଦିଲ୍ଲୀ): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ)ର ଗ୍ରାହକଙ୍କ ପାଇଁ ଏକ ଖୁସି ଖବର ଆସିଛି ।ବର୍ଦ୍ଧିତ ପେନସନ ବାଛିବାର ଅବଧି ଆଉ ଦୁଇମାସ ବୃଦ୍ଧି କରାଗଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବର୍ଦ୍ଧିତ ପେନସନ ରାଶି ପାଇବା ପାଇଁ ଇଚ୍ଛୁକ ଇପିଏଫଓ ଗ୍ରାହକମାନେ ଆସନ୍ତା ମାର୍ଚ୍ଚ ୩ ସୁଦ୍ଧା ନିଜ ନିଯୁକ୍ତିଦାତାଙ୍କ ସହ ମିଳିତ ଭାବେ ଆବେଦନ କରିବା ପାଇଁ ଅବଧି ଘୋଷଣା କରାଯାଇଥିଲା । ଏଥିପାଇଁ ସେମାନଙ୍କୁ […]

ବାସ୍ତବ ବ୍ୟୁରୋ:ଆଜି ବଜେଟ୍‌ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ମୋବାଇଲ୍ ଫୋନ୍ କିଣିବା ଶସ୍ତା ହୋଇପାରେ, କିନ୍ତୁ ସୁନା ଓ ରୂପା କିଣିବା ମହଙ୍ଗା ହୋଇପାରେ । କାରଣ ମୋବାଇଲ୍ ଫୋନ ଉପରେ ସରକାର ଆମଦାନୀ ଶୁଳ୍କ ହ୍ରାସ କରିଥିବାବେଳେ ସୁନା ଓ ରୂପା ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି। ସୀମା ଶୁଳ୍କ ୧୩ ପ୍ରତିଶତ ହ୍ରାସ ହୋଇଥିବା […]

ବାସ୍ତବ ବ୍ୟୁରୋ: ଭାରତର ତୃତୀୟ ବୃହତ୍ତମ ଅଟୋ ଉତ୍ପାଦନକାରୀ କମ୍ପାନୀ ଏହାର ଗାଡିର ମୂଲ୍ୟ ୧ ଫେବୃଆରୀରୁ ବୃଦ୍ଧି କରିବାକୁ ଘୋଷଣା କରିଛି | କମ୍ପାନୀ ତିନି ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି କରିଛି। ଏହାପୂର୍ବରୁ ନଭେମ୍ବର ୭ ରେ ଟାଟା ମୋଟର୍ସ ଯାତ୍ରୀବାହୀ ଗାଡିର ମୂଲ୍ୟ ୦.୯୦% ବୃଦ୍ଧି କରିଥିଲା। କମ୍ପାନୀ କହିଛି ଯେ କାର ତିଆରିର କମ୍ପୋନେଣ୍ଟ ମୂଲ୍ୟ ବୃଦ୍ଧି ଏବଂ ନୂତନ […]

ବାସ୍ତବ ବ୍ୟୁରୋ: ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ODI ସିରିଜର ଦ୍ୱିତୀୟ ମ୍ୟାଚରେ ୮ ୱିକେଟରେ ପରାସ୍ତ କରିଛି । ଏହା ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ୨ -୦ ଅଗ୍ରଣୀ ହାସଲ କରିଛି। ସିରିଜର ଶେଷ ମ୍ୟାଚ୍ ୨୪ ଜାନୁଆରୀରେ ଇନ୍ଦୋରରେ ଖେଳାଯିବ । ରାୟପୁରରେ ଆଜି ଖେଳା ଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ […]

ବାସ୍ତବ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ମୁମ୍ବାଇରେ ପହଞ୍ଚି ୩୮,୮୦୦ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମୁମ୍ବାଇ ମେଟ୍ରୋ ଲାଇନ ୨ ଏ ଏବଂ ୭ ର ଉଦଘାଟନ କରିଛନ୍ତି। ଏଥିରେ ଆନ୍ଧେରିରୁ ଡାହିସର ପର୍ଯ୍ୟନ୍ତ ବିସ୍ତୃତ ୩୫ କିଲୋମିଟର ଉଚ୍ଚ କରିଡର ମଧ୍ୟ ଅନ୍ତର୍ଭୁକ୍ତ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପରେ ପ୍ରଥମ ଥର […]

ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଆଜି(ବୁଧବାର) ୩ ରାଜ୍ୟ ପାଇଁ ବାଜିଲା ବିଧାନସଭା ନିର୍ବାଚନୀ ବିଗୁଲ୍ । ଭାରତୀୟ ନିର୍ବାଚନ କମିଶନର ରାଜୀବ କୁମାର ୩ ରାଜ୍ୟରେ କେବେ ମତଦାନ ହେବ ଓ କେବେ ଭୋଟ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ, ସେ ସମ୍ପର୍କରେ ସୂଚନା ଦେଇଛନ୍ତି। ୩ଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ପାଇଁ ନିର୍ବାଚନୀ ବିଗୁଲ ବାଜିଛି । ତ୍ରିପୁରାରେ ଫେବ୍ରୁଆରି ୧୬ ରେ ଏବଂ […]

ଶ୍ରୀଚରଣ ନାୟକ(ନୂଆଦିଲ୍ଲୀ): ଦୁଇ ଦିନ ଧରି ଦିଲ୍ଲୀରେ ଚାଲିଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ ସହିତ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନକୁ ମାତ୍ର ୪୦୦ ଦିନ ବାକି ଅଛି। ନିର୍ବାଚନ ପୂର୍ବରୁ ଦଳୀୟ ନେତା ଓ କର୍ମୀମାନଙ୍କୁ ଅଧିକରୁ ଅଧିକ ଭୋଟରଙ୍କ ପାଖରେ ପହଞ୍ଚିବାକୁ ସେ ଗୁରୁମନ୍ତ୍ର ଦେଇଛନ୍ତି । ବୈଠକର ଦ୍ୱିତୀୟ ଦିନରେ […]

Pin It on Pinterest