ପ୍ରମୋଦ ନାୟକ(ଭୁବନେଶ୍ୱର): ଉତ୍ତର ଭୁବନେଶ୍ୱର ଅଞ୍ଚଳରେ ଆତଙ୍କ ଖେଳାଇଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ବ୍ୟକ୍ତି ଜଣକ ଡମଣା ଗ୍ରାମର ହୃଦାନନ୍ଦ ବାରିକ୍‌(୬୫) । ହୃଦାନନ୍ଦଙ୍କ ପୁଅଙ୍କ କହିବା ଅନୁଯାଇ ତାଙ୍କ ବାପା ଗତ ଶନିବାର ଠାରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ ।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । […]

ବାସ୍ତବବ୍ୟୁରୋ:୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ,ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ମେଡିକାଲ ସହାୟତା ଯୋଗାଇଥିଲେ । ବାଧକ ସାଜିଥିବା ପଥର ଚଟାଣ କାଟିବା ପାଇଁ ଅନେକ ସମସ୍ୟାଥିଲା ତେବେ ଏହାକୁ କାଟିବା ପରେ ରାହୁଲକୁ […]

ପ୍ରମୋଦ ନାୟକ(ଭୁବନେଶ୍ୱର):ବହୁ ମହିଳାଙ୍କୁ ବିବାହ କରି ଠକିଥିବା ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ନାଁରେ ଆଜି ଚାର୍ଜସିଟ୍ ଦାଖଲ ହୋଇଛି। ରମେଶର ଭଉଣୀ ରଶ୍ମିତା, ଦ୍ୱିତୀୟ ପତ୍ନୀ କମଳା, ଦୁଇ ସହଯୋଗୀ ବିଶ୍ୱଜିତ ଓ ଚିତ୍ତରଞ୍ଜନ ନାଁରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ୧୦୨ ଜଣ ସାକ୍ଷୀ ଓ ସେମାନଙ୍କ ବୟାନ ରେକର୍ଡ ହୋଇଥିବା ନେଇ ଉଲ୍ଲେଖ ରହିଛି।ଭୁବନେଶ୍ୱର ମହିଳା ଥାନା ପକ୍ଷରୁ ୯୪୦ ପୃଷ୍ଠାର ଏହି ଚାର୍ଜସିଟ୍ […]

ପୁରୀ : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀଜିଉ। ଏଥିପାଇଁ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ନିର୍ଦ୍ଧାରିତ ସମୟରେ ଚାଲିଛି ସମସ୍ତ ନୀତିକାନ୍ତି। ଶ୍ରୀଜିଉଙ୍କ ସ୍ନାନଯାତ୍ରା,ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର।ରାତି ସାଢ଼େ ୩ଟାରେ ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ଭୋରରୁ ରତ୍ନବେଦୀ ଛାଡି ଧାଡି ପହଣ୍ଡିରେ ଆସି ସ୍ନାନବେଦିରେ ବିଜେ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସକାଳ […]

ଦେବକାନ୍ତ ମହାନ୍ତ(ଚାନ୍ଦବାଲି):୧୩/୦୬/୦୨୨ ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚା ଓ କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ଚାନ୍ଦବାଲି ତହସିଲ କାର୍ଯ୍ୟାଳୟ ଅଗରେ ନାରାବାଜି କରିବା ସହ ପ୍ରତିବାଦ ସଭା କରାଯାଇଛି । ବିଜେପି ଦଳ ପକ୍ଷରୁ ଶତାଧିକ କର୍ମୀ ଓ ନେତା ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରିବା ସହ ତହସିଲଦାରଙ୍କୁ ଗିରଫ ଦାବୀ କରିଥିଲେ । ଚାନ୍ଦବାଲି ବ୍ଲକ ଜଳେଶ୍ଵରପୁର ପଂଚାୟତର ଜଣେ ଦଳିତ […]

ଶ୍ରୀମନ୍ତ ପଣ୍ଡା: ରାଷ୍ଟ୍ରପତି ନିର୍ବାଚନର ତାରିଖ ଘୋଷଣା କରାଯାଇଛି ଏବଂ ବର୍ତ୍ତମାନ ଶାସକ ଦଳର ପ୍ରାର୍ଥୀ ତଥା ବିରୋଧୀ ଦଳର ଆଲୋଚନା ପାଇଁ ବଜାର ଗରମ ହେଉଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ବିଷୟରେ ମଧ୍ୟ କଳ୍ପନାଜଳ୍ପନା କରାଯାଉଛି। ଯଦି ବିରୋଧୀ ଦଳ ଶରଦ ପାୱାରଙ୍କ ନାମରେ ସହମତ ହୋଇପାରିବେ, ତେବେ ସେ ପ୍ରାର୍ଥୀ ହେବେ। ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ […]

ମନୋଜ ମହାନ୍ତି: ୨ୟ ଟି-ଟ୍ୱେଣ୍ଟିରେ ଦକ୍ଷିଣ ଆଫ୍ରିକା ଭାରତକୁ ୪ ୱିକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଭାରତ ୨୦ ଓଭରରେ ୬ ଟି ଉଇକେଟ ହରାଇ ୧୪୮ ସ୍କୋର କରିଥିଲା। ଏହାର ଉତ୍ତରରେ, ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବାଭୁମା ଏବଂ ହେନ୍ରିଚ୍ କ୍ଲାସେନ୍ଙ୍କ ମଧ୍ୟରେ ଉତ୍କୃଷ୍ଟ ଭାଗିଦାରୀ ହେତୁ ୧୦ ଟି ବଲ୍ ଥାଇ ଜିତିଥିଲେ | ଏହି […]

ନବୀନ ଦାଶ(ବରଗଡ଼)୧୨/୦୬:-ବରଗଡ଼ ଜିଲ୍ଲା ଅତାବିରା ଅଧିନସ୍ଥ ଦେବାହାଲ୍ ନିକଟ ତାଜ ଟିକ୍ରା ଠାରେ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର- ବରଗଡ଼ ୱେ ରେ ଅପରାହ୍ନ ଦୁଇ ଘଣ୍ଟା ତିରିଶ ମିନିଟ ସମୟରେ ୧୦୮ ଆମ୍ବୁଲାନ୍ସ ଗାଡ଼ି ନଂ ଓଡ଼ି ୦୨ବି ଜେ ୬୭୯୫ ର ସାମ୍ନା ପଟ ବାମ ଚକ ଫାଟି ଯିବାରୁ ଗାଡ଼ି ଟି ଭାର ସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଘାସ ବୁଦା […]

ସଞ୍ଜୟ ଶତପଥୀ(କଟକ): ତିନି ବର୍ଷ ପରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସୁପର ରବିବାର ଦିନ ହେବାକୁ ଥିବା ମ୍ୟାଚ୍ ପାଇଁ ସମସ୍ତ ଟିକେଟ୍ ବିକ୍ରି ଠିକ୍ ଥିଲା, କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଲା ଟିମ୍ ଇଣ୍ଡିଆର ଅଭ୍ୟାସ ମ୍ୟାଚ ଦେଖିବାକୁ ଷ୍ଟାଡିୟମ୍ ପ୍ୟାକ୍ ହୋଇଥିଲା। କଟକ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ କ୍ରିକେଟ୍ ପାଇଁ ଏପରି କ୍ରେଜ୍ ନାହିଁ, […]

ପ୍ରମୋଦ ନାୟକ(ଭୁବନେଶ୍ୱର) : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ବିକ୍ରି କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ ଯୋଜନା କରୁଛନ୍ତି । ରାଜ୍ୟ ବାହାରୁ ଏବଂ ବିଭିନ୍ନ ଦେଶରୁ ଆସୁଥିବା ଯାତ୍ରୀ ଏବଂ ଏଠାରୁ ଯାଉଥିବା ଯାତ୍ରୀ ଯେପରି ସୁବିଧାରେ ଜଗନ୍ନାଥ ଙ୍କ ମହାପ୍ରସାଦ ପାଇବେ ସେ ନେଇ ବ୍ୟବସ୍ଥା କରିବାକୁ ବିମାନ ବନ୍ଦର କର୍ତ୍ତୁପକ୍ଷ କହିଥିଲେ । ନିକଟରେ ବସିଥିବା ବିମାନ ବନ୍ଦରର […]

Breaking News

Pin It on Pinterest