ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ବ୍ରହ୍ମପୁର ଶାଖା କାର୍ଯ୍ୟଳୟ ଶୁଭାରମ୍ଭ । ବାସ୍ତବବ୍ୟୁରୋ(ବ୍ରହ୍ମପୁର): ହାରିଡ଼ାଖଣ୍ଡି ଅଞ୍ଚଳର ଦ୍ବାରିକା ନଗର ଠାରେ ଚାଲିଥିବା ବିବେକାନନ୍ଦ ସଂସ୍କୃତି ମେଳା ପରିସରରେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଏବଂ ପ୍ରତିଷ୍ଠିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା,ଗଞ୍ଜାମ ତରଫରୁ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାରସ୍ୱତ ବନ୍ଧୁ ମିଳନ ଗତ ୧୨ତାରିଖରେ ଆୟୋଜିତ ହେଇଯାଇଛି ।ବିକ୍ଷିପ୍ତା ସାହିତ୍ୟ ପ୍ରାତିଷ୍ଠାନ ର ସାଧାରଣ […]
odiasambad
ବରଗଡ:-୧୦.୭(ନବୀନ କୁମାର ଦାଶ):ବରଗଡ ଜିଲ୍ଲା ଅତାବିରା ବ୍ଲକ ସଭାଗୃହ ଠାରେ ଷଷ୍ଠ ତମ ପଞ୍ଚାୟତ ସମିତିର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି।ବୈଠକ ରେ ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ନବ ନିର୍ବାଚିତ ବିଜେପି ବିଧାୟକ ଶ୍ରୀଯୁକ୍ତ ନିହାର ରଞ୍ଜନ ମହାନନ୍ଦ ନୂତନ ଭାବେ ଯୋଗ ଦେଇଥିଲେ । ବ୍ଲକ୍ ଅଧ୍ୟକ୍ଷା ଗୀତାଞ୍ଜଳି ନାଏକ,ବ୍ଲକ୍ ଉପାଧ୍ୟକ୍ଷ ଅନନ୍ତ ମେହେର, ତହସିଲ […]
ବାସ୍ତବବ୍ୟୁରୋ: ସାନଖେମୁଣ୍ଡି/ଦିଗପହଣ୍ଡି ୧୬/୪ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇର ସାନଖେମୁଣ୍ଡି ଓ ବଡ଼ଖେମୁଣ୍ଡି ଆଞ୍ଚଳିକ ପରିଷଦର ପରିବର୍ଦ୍ଧିତ ବୈଠକ ଦିଗପହଣ୍ଡି ସ୍ଥିତ ମୁକ୍ତେଶ୍ଵର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସାଥୀ ତପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚଳିତ ୨୦୨୪ ସାଧାରଣ ନିର୍ବାଚନରେ ସିପିଆଇର ଭିତ୍ତିଭୂମୀ ଥିବା ସାନଖେମୁଣ୍ଡି ଓ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ପାର୍ଟିର ନିର୍ବାଚନୀ କାର୍ଯକ୍ରମ ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ଆଗତ ସହ ଦୁଇ ଜୋନାଲ କମିଟିର ନିର୍ବାଚନୀ […]
ତ୍ରିନାଥ ବାରିକ(ପୁରୀ):ପୁରୀ ଡୁଡୁୱଲା ଧର୍ମଶାଳା ଠାରେ ବରିଷ୍ଠ ଦଇତାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ଦାସମହାପାତ୍ରଙ୍କ ମାର୍ଗଦର୍ଶନରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଦ୍ଵାରା ‘ଶ୍ରୀଜଗନ୍ନାଥ କଥା ଗୁରୁକୂଳମ୍- ୪୭ତମ ଚାରଣ ସମ୍ମିଳନୀ’ ର ଉଦଯାପନୀ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି। ଚାରଣ ମାନଙ୍କର ସାଧନା ହେଉଛି ସ୍ୱାଧ୍ୟାୟ ଯାହା ସେମାନେ ପ୍ରତିଦିନ ତାଙ୍କ ବାସଭବନରେ କରନ୍ତି। କିନ୍ତୁ ମହାପ୍ରଭୁଙ୍କ କରୁଣାରୁ ସେମାନେ ଶ୍ରୀ ମନ୍ଦିର ସମ୍ମୁଖରେ ପ୍ରାତଃ ୫ ଘଟିକା ସମୟରେ ଉପଦଳପତି […]
ବରଗଡ:-୨/୪(ନବୀନ କୁମାର ଦାଶ):ଲାଲ ଡୋଲେଶ୍ୱେର ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ସୁଶୀଳ କୁମାର ସେଟ୍ ଙ୍କ ଅଧ୍ୟକ୍ଷତା ରେ ବାର୍ଷିକ ପରୀକ୍ଷା ଫଳାଫଳ ଘୋଷଣା କରାଯାଇଥିଲା। ସମ୍ମାନିତ ଅଥିତି ଭାବେ ବିଦ୍ୟାଳୟ ର ସଭାପତି ତପସ୍ଵିନୀ ମେହର ,ମୁଖ୍ୟ ଅତିଥି ଭାବେ ପାହାଡ଼ଶ୍ରୀଗିଡା ସି.ଆର.ସି.ସି ଜୟଦେବ ନାଏକ ଓ ବରିଷ୍ଟ ଶିକ୍ଷୟିତ୍ରୀ ସୌଦାମିନୀ ସାହୁ ଯୋଗଦାନ କରିଥିଲେ।ଶ୍ରୀ ନାଏକ ସରକାରଂକ ଦ୍ୱାରା ମିଳୁଥିବା ସୁବିଧା […]
ନର୍ଲା୧୪/୦୨/୨୪(ସନ୍ତୋଷ ପାତ୍ର):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଠାରେ ଆଦିବାସୀ ତଥା କୁଟିଆ କନ୍ଧ ମାନଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ କେ.କେ.ଡି.ଏ ସଂସ୍ଥା କାର୍ଯ୍ୟାଳୟ ରହିଥିବା ବେଳେ ଲାଞ୍ଜିଗଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ରୁ ତାହାକୁ ଦୃଷ୍ଟିରେ ରଖି ଆଦିବାସୀଙ୍କ ଉନ୍ନତି ମୂଳକ କାର୍ଯ୍ୟ ସୂଚାରୁ ରୂପେ କର୍ଯ୍ୟ ତୁଲାଇଥିବା ବ୍ଳକ୍ ଓ ଜିଲ୍ଲା ପ୍ରଶାସନ ଅଧିକାରୀ ମାନେ ବାହାବାହା ନେଉଥିବା ବେଳେ ଠିକ୍ […]
ସଂଜୟ ଶତପଥୀ(କଟକ):ସଂପ୍ରତି କଟକ ସହରର ରାସ୍ତାଘାଟ ଶୋଚନୀୟ ହୋଇପଡିଛି। କଟକ ମହାନଗର ନିଗମ ସ୍ବାସ୍ଥ୍ଯ ବିଭାଗର ରାସ୍ତା ସଫେଇ ଦିଗରେ ଅପାରଗତା ଚରମ ସୀମାରେ ପହଞ୍ଚିଛି, ଯାହାଫଳରେ କି କଟକ ସହରର ରାସ୍ତାଘାଟ ଉପରେ ବାଲି,ମାଟି ଓ ନର୍ଦ୍ଦମା ମାଟି ଜମା ହେବା ଫଳରେ ଜନସାଧାରଣଙ୍କ ଯାତାୟତରେ ଅସୁବିଧା ହେବା ସହ ବିଭିନ୍ନ ପ୍ରକାର ଦୁର୍ଘଟଣା ଓ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। କେବଳ ନିୟୋଜିତ ଟ୍ରାଫିକ୍ ପୋଲିସ୍ କର୍ମଚାରୀ […]
ବାସ୍ତବ ବ୍ୟୁରୋ: ବିଶିଷ୍ଟ ସାହିତ୍ୟିକ ତଥା ରାଜନେତା ହୁସେନ ରବି ଗାନ୍ଧୀଙ୍କର ଆଜି ମଧ୍ୟାହ୍ନରେ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା। ତାଙ୍କର ଶେଷ ଦର୍ଶନ ଲାଗି ମରଶରୀରକୁ କଟକ ବାସଭବନରେ ରଖାଯାଇଛି। ସେ ୨୦୦୮ରୁ ୨୦୧୦ ଯାଏ ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ଦାୟିତ୍ବ ନିର୍ବାହ କରିଥିଲେ। ହୁସେନ ରବି ଗାନ୍ଧୀ ୧୯୪୮ ମସିହା ଏପ୍ରିଲ ୨୩ ତାରିଖରେ ଯାଜପୁର […]
ନମିତା କୁଅଁର(ଭୁବନେଶ୍ୱର):ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ଵାରା ଭଞ୍ଜ କଳା ମଣ୍ଡପରେ ଆୟୋଜିତ ଦ୍ଵିଦିବସୀୟ ରାଜସ୍ତରୀୟ ପାଲା ଓ ଦାସକାଠିଆ ଉତ୍ସବର ଉଦ୍ ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଲବ୍ଧପ୍ରତିଷ୍ଠ ନାଟ୍ୟକାର , ନିର୍ଦ୍ଦେଶକ ଓ ଅଭିନେତା ତଥା ଏକାଡେମୀର ସଚିବ ଡଃ ପ୍ରବୋଧ କୁମାର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବିଶିଷ୍ଟ ଗବେଷକ ଡଃ ମନ୍ମଥ ନାଥ ଶତପଥୀ ,ନବନାଟ୍ୟ ଆନ୍ଦୋଳନର କର୍ଣ୍ଣଧାର ମନୋଜ ପଟ୍ଟନାୟକ, ବିଶିଷ୍ଟ କଳାକାର […]
ବାସ୍ତବ ବ୍ୟୁରୋ: ଏଥର ଦୀପାବଳିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ତାରିଖ ବେଳକୁ ଅବପାତ କିମ୍ବା ଛୋଟ ଧରଣର ବାତ୍ୟା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରହି ତେବେ ନା ଦୀପ ଜଳିବ ନା ଜମିବ ଆତସବାଜି, ଫିକା ପଡ଼ିଯିବ ଦୀପାବଳି । ଏବେ ବି ପାଣିପାଗକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ବିଭିନ୍ନ ପାଣିପାଗ ମଡେଲ୍ ଭିନ୍ନ ଭିନ୍ନ ପୂର୍ବାନୁମାନ […]