ବରଗଡ଼୨୩/୧(ନବୀନ କୁମାର ଦାଶ):ବରଗଡ଼ ଜିଲ୍ଲା ଅତାବିରା ଶିକ୍ଷା ବିଭାଗ ଅଧୀନସ୍ଥ ଗୋଡ଼ଭଗା ଜନତା ଉଚ୍ଚ ବିଦ୍ୟାଳୟ ରେ ଅଧ୍ୟକ୍ଷ ଅଦନ ସୁନା ଙ୍କ ସଭାପତିତ୍ବରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମହା ସମାରୋହରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବୁର୍ଲା ଉଚ୍ଚ ବାଳକ ବିଦ୍ୟାଳୟ ଓଡ଼ିଆ ଶିକ୍ଷକ ରାମକୃଷ୍ଣ ରଥ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସର ଶିକ୍ଷକ କୈଳାସ […]
odisha
ସଂଜୟ ଶତପଥୀ(କଟକ):- ୨୦/୧ – ପ୍ରଫେସର ଡାକ୍ତର ଗୋପାଳ ଚନ୍ଦ୍ର କରଙ୍କର ଗତ ରବିବାର ସକାଳ ୧୦ ଘଟିକାରେ ପୁରୀଘାଟସ୍ଥିତ ବାସଭବନରେ ପରଲୋକ ହୋଇଯାଇଅଛି । ମୃତ୍ୟୁବେଳକୁ ସେ ୮୦ବର୍ଷ ବୟସରେ ପଦାର୍ପଣ କରିଥିଲେ । ଡାକ୍ତର କର ଓଡ଼ିଶା ସରକାରଙ୍କ ଅଧୀନରେ ସ୍ଵାସ୍ଥ୍ୟ ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି) ଭାବେ କାର୍ଯ୍ୟ କରିଥିଲେ । ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ପ୍ରିନ୍ସପାଲ ଓ ମାନସିକରୋଗ ବିଭାଗର ଏଚଓଡି ଭାବେ […]
ସଂଜୟ ଶତପଥୀ(କଟକ): ଆଜି ପ୍ରତ୍ୟେକ ହିନ୍ଦୁଧର୍ମୀ ମାନେ ମହାସମାରୋହରେ ପାଳନ କରୁଛନ୍ତି ପବିତ୍ର ପୁଷ୍ୟାଭିଷେକ ଉତ୍ସବ। ଏହି ପବିତ୍ର ଦିବସରେ ଆଜି କଟକ ର ମହୀଦାସ ବଜାର ର ଶ୍ରୀ ଜଗନ୍ନାଥ ରଥଯାତ୍ରା ପରିଚାଳନା ସମିତି ପକ୍ଷରୁ ତ୍ରୀଦିବସୀୟ ଉତ୍ସବକୁ ପାଳନ ଅବସରରେ ପୁଷ୍ୟାଭିଷେକ ଓ ଶ୍ରୀମଦ୍ଭାଗବଦ୍ କଥାମୃତ ଉତ୍ସବ ବହୁ ଆଧ୍ୟାତ୍ମିକ ପ୍ରବକ୍ତା ଓ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତି ରେ ଆରମ୍ଭ ହୋଇଯାଇଛି। ଉତ୍ସବ ର ପ୍ରଥମ ଦିବସରେ ବରେଣ୍ୟ […]
ସଂଜୟ ଶତପଥୀ(କଟକ): ଦ୍ବୈତ ନଗରୀ କଟକ-ଭୁବନେଶ୍ବର ରେ ସଚେତନତା ଅଭାବରୁ ଜନସାଧାରଣ ଦୈନନ୍ଦିନ ସଡକ ଦୁର୍ଘଟଣାର ଶୀକାର ହେଉଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ର ଆରମ୍ଭ କରାଯାଇଛି। ବିଭିନ୍ନ ସ୍ଥାନରେ ଆଞ୍ଚଳିକ ପରିବହନ ବିଭାଗ, ଓଡ଼ିଶା ଟ୍ରାଫିକ ପୋଲିସ୍, ସମାଜସେବୀ ଅନୁଷ୍ଠାନମାନେ ପ୍ରତି ଛକ, ରାସ୍ତା ପାର୍ଶ୍ବରେ ଉପସ୍ଥିତ ରହି ଗାଡ଼ି ଚାଳକମାନଙ୍କୁ ସରକାରୀ ନିୟମାନୁସାରେ ଗାଡ଼ି ଚଲାଇବାକୁ ତଥା ଆକସ୍ମିକ ଦୁର୍ଘଟଣା […]
ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ବ୍ରହ୍ମପୁର ଶାଖା କାର୍ଯ୍ୟଳୟ ଶୁଭାରମ୍ଭ । ବାସ୍ତବବ୍ୟୁରୋ(ବ୍ରହ୍ମପୁର): ହାରିଡ଼ାଖଣ୍ଡି ଅଞ୍ଚଳର ଦ୍ବାରିକା ନଗର ଠାରେ ଚାଲିଥିବା ବିବେକାନନ୍ଦ ସଂସ୍କୃତି ମେଳା ପରିସରରେ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଏବଂ ପ୍ରତିଷ୍ଠିତ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡ଼ା,ଗଞ୍ଜାମ ତରଫରୁ ଆଲୋଚନା ଚକ୍ର, ସମ୍ବର୍ଦ୍ଧନା ସଭା ଏବଂ ସାରସ୍ୱତ ବନ୍ଧୁ ମିଳନ ଗତ ୧୨ତାରିଖରେ ଆୟୋଜିତ ହେଇଯାଇଛି ।ବିକ୍ଷିପ୍ତା ସାହିତ୍ୟ ପ୍ରାତିଷ୍ଠାନ ର ସାଧାରଣ […]
ସଂଜୟ ଶତପଥୀ(କଟକ): କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଜଣାଶୁଣା ରାମଲୀଳା ନିର୍ଦ୍ଦେଶକ ତଥା ସ୍ଵର୍ଣ୍ଣପଦକପ୍ରାପ୍ତ ମାରୁତିଶ୍ରୀ ରଣଜିତ ପ୍ରସାଦ ଜେନାଙ୍କୁ ପୁରୀଠାରେ ଆୟୋଜିତ ଶ୍ରୀକ୍ଷେତ୍ର ମହୋତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି। ମୂର୍ଚ୍ଛନା ଓ ଓଡ଼ିଶା କଲଚର ଏକାଡ଼େମୀ ପକ୍ଷରୁ ତାଙ୍କୁ ଶ୍ରୀକ୍ଷେତ୍ର ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଭାଇ ମାଡ଼ ମାଥେ ଦେଲା କୀରିଟ,ମୃତ୍ୟୁ ଯଜ୍ଞେ ରାବଣୀ ଓ ପତି ପ୍ରାଣ ଦେଲା ସତୀ ସିନ୍ଦୁର ଆଦି ରାମାୟଣର ବିଭିନ୍ନ ବିଷୟବସ୍ତୁ […]
ସଂଜୟ ଶତପଥୀ(କଟକ): ଆଗାମୀ ୭୬ ତମ ସାଧାରଣତନ୍ତ୍ର ଦିବସ କଟକ ଜିଲ୍ଲା ରେ ପାଳନକୁ ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ କଟକ ଜିଲ୍ଲା ର ମାନନୀୟ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ (ଭା.ପ୍ର.ସେ) ଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରସ୍ତୁତି ବୈଠକ ରେ ଏକ ନୂତନ ନିଷ୍ପତ୍ତି ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ବିଗତ ବହୁବର୍ଷ ଧରି ଏହି […]
ବରଗଡ଼-୨/୧( ନବୀନ କୁମାର ଦାଶ): ବର୍ଷ ଆରମ୍ଭ ହୁଏ ଶେଷ ହୁଏ,ପୁଣି ଆସେ ନବବର୍ଷ ଜାନୁୟାରୀ ଏକ୍ ତାରିଖ।ପୂର୍ବ ଦିଗରୁ ନୂତନ ବର୍ଷରେ ଉଦିଆସେ ନୂତନ ସୂର୍ଯ୍ୟ।ସମୟ ଚକରେ କିପରି ଗୋଟିଏ ବର୍ଷ କଟିଯାଏ ଜଣା ପଡେ ନାହିଁ।ନୂତନ ବର୍ଷ ରେ ନୂତନ ଆଶା ଆକାଂକ୍ଷା ନେଇ ଚଳଚଞ୍ଚଳ ହୋଇଉଠେ ମାନବ ସମାଜ। ଅଧୁରା ରହିଥିବା ସ୍ବପ୍ନକୁ ନବ ବର୍ଷରେ ପୂରଣ କରିବା ପାଇଁ ମନେ ଭରିଥାଏ ତାର ଅସୁମାରୀ […]
ବରଗଡ଼:-୨/୧(ନବୀନ କୁମାର ଦାଶ):ମା’ ମାଟିକୁ ମୁକ୍ତ କରିବା ପାଇଁ ଅକଥନୀୟ ଯନ୍ତ୍ରଣା ଭୋଗ କରି ଜୀବନ ବ୍ୟାପୀ ସଂଘର୍ଷ କରିଥିବା ବରଗଡ ଜିଲ୍ଲା ଘେଁସର ଜମିଦାର ମାଧୋ ସିଂହ ଓ ତାଙ୍କ ପରିବାରର ଇତିହାସ ସମଗ୍ର ଭାରତ ବର୍ଷରେ ବିରଳ ଅଟେ।ତେଣୁ ଘେଁସ ବିରଳ ଇତିହାସର ସଂରକ୍ଷଣ ଆବଶ୍ୟକ ରହିଛି ବୋଲି ଘେଁସ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବୀରତା ଦିବସରେ ମତ ପ୍ରକାଶ ପାଇଛି। ଶହୀଦ ସ୍ମୃତି ସ୍ତମ୍ଭ […]
ସଂଜୟ ଶତପଥୀ: ଗତ ଲୋକସଭାରେ ଭାରତୀୟ ଜନତା ପାର୍ଟି ର ବରିଷ୍ଠ କର୍ମକର୍ତ୍ତା, ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଅମିତ୍ ଶାହା ଶାହାଙ୍କ ର ସମ୍ବିଧାନର ପ୍ରଣେତା ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ପ୍ରତି ଆକ୍ଷେପ ମୂଳକ ମନ୍ତବ୍ୟ କୁ ସାରା ଦେଶ ତଥା ସମସ୍ତ ରାଜନୈତିକ ଦଳ ନାପସନ୍ଦ କରୁଥିବା ବେଳେ କେନ୍ଦ୍ର ବାମପନ୍ଥୀ ଦଳ ମଧ୍ୟ ସେହି ନାପସନ୍ଦ ରେ ସାମିଲ୍ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ […]

 
		 
		 
		 
		 
		 
		 
		 
		 
		 
		
