ଭୁବନେଶ୍ୱର,୨୭।୬: ବଦଳିବ ସ୍କୁଲ ୟୁନିଫର୍ମ ? ଗଣଶିକ୍ଷା ମନ୍ତ୍ରୀଙ୍କ ବୟାନ ପରେ ଜୋର ଧରିଲା ଚର୍ଚ୍ଚା । ଗତବର୍ଷ ନବମ ଓ ଦଶମ ପିଲାଙ୍କ ୟୁନିଫର୍ମର ରଙ୍ଗ ବଦଳିଥିଲା । ଗାଢ଼ ନୀଳ ରଙ୍ଗକୁ ବଦଳାଇ ସବୁଜ ପ୍ୟାଣ୍ଟ ଓ ଚେକ ସାର୍ଟ କରାଯାଇଥିଲା। ପୋଷାକର ଛାତିରେ ଲେଖା ହୋଇଥିଲା ‘ଆମେ ଗଢିବୁ ନୂଆ ଓଡ଼ିଶା’। ସେତେବେଳେ ଏହାକୁ ନେଇ ଆପତ୍ତି ଉଠାଇଥିଲେ ବିରୋଧୀ।ଏବେ କଡ଼ ଲେଉଟାଛି କ୍ଷମତା । […]
odisha
ଭୁବନେଶ୍ୱର(ବାସ୍ତବବ୍ୟୁରୋ): ୨୬/୦୬-ଅସ ରାଏ ବର୍ଷାରେ ବେହାଲ୍ ହୋଇଛି ରାଜଧାନୀ ଭୁବନେଶ୍ୱର। ବର୍ଷା ପାଣି ଡ୍ରେନ୍ରେ ପାସ୍ କରିନପାରିବାରୁ ରାସ୍ତାରେ ଲହଡି ମାରି କୃତ୍ରିମ ବନ୍ୟା ଭ୍ରମ ସୃଷ୍ଟି କରୁଛି । ୧୬ ନମ୍ୱର ଜାତୀୟ ରାଜପଥର ଇସ୍କନ୍ ସମ୍ମୁଖର ଅବସ୍ଥା କଥା ନକହିବାଭଲ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି ଗାଡ଼ି ଚଳାଚଳ ଏକ ପ୍ରକାର ଠପ୍ ହୋଇଯାଇଛି।ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଅପରାହ୍ନରେ ହଠାତ୍ ରାଜଧାନୀ ଭୁବନେଶ୍ୱର […]
ଭୁବନେଶ୍ୱର ୨୬/୦୬(ଗୌତମ ମିଶ୍ର ): ମନୋଜ ଆହୁଜା ଓଡିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନେଇ ଚର୍ଚ୍ଚା ରାଜ୍ୟରେ ଜୋର ଧରିଛି।କେନ୍ଦ୍ର ସରକାର ତାଙ୍କୁ ନିଜ ଗୃହ କ୍ୟାଡର ଓଡିଶାକୁ ଫେରାଇଦେବା ପରେ ଏହି ଚର୍ଚ୍ଚା କୁ ବେଶ ଖୋରାକ ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ଥିବା ୧୯୯୦ ବ୍ୟାଚର ଆଇଏଏସ ଅଧିକାରୀ ମନୋଜ ଆହୁଜାଙ୍କୁ ଓଡିଶା ଫେରାଇ ଆଣିବା ଲାଗି ରାଜ୍ୟ ସରକାର କେନ୍ଦ୍ରକୁ ଅନୁରୋଧ କରିଥିଲେ ।ଏହାକୁ […]
ବରଗଡ଼:-୨୬.୬(ନବୀନ କୁମାର ଦାଶ): ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ ବରଗଡ ଜିଲ୍ଲା ପାଇକମାଳ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଗସ୍ତ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠାନ ପରିସରରେ ଏକ ଶିଶୁ ଉଦ୍ୟାନ ନିର୍ମାଣ ଲାଗି ଶିଳାନ୍ୟାସ କରିବା ସହ ପିଲାଙ୍କୁ ସ୍କୁଲ ନେବା ଆଣିବା କରିବା ପାଇଁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ଵାରା ପ୍ରଦତ୍ତ ଏକ ସ୍କୁଲ ବସକୁ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟକି, […]
ଭୁବନେଶ୍ୱର ୨୫/୦୬(ଗୌତମ ମିଶ୍ର ): ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ । ତେବେ ବିଜେଡି କ୍ଷମତାରୁ ବିଦା ହେବା ପରଠୁ ଗତ ୧୫ଦିନ ହେଲା ଘର ଭଙ୍ଗା ଯାଉଥିବା ଜଣାପଡିଛି।ତେବେ ପ୍ରଶ୍ନ ଉଠୁଛି, […]
ଉତ୍ତମ ରାଉତ(ମାହାଙ୍ଗା): କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଂଚଳରେ ଚୋରି ହୋଇଥିବା ବାଇକ୍ କେନ୍ଦ୍ରାପଡା ଜିଲ୍ଲା ଲୋକନାଥପୁର ରୁ ଜବତ କରିଛି ପୋଲିସ। ଏଥିସହ ୪ ବାଇକ୍ ଲୁଟେରାଙ୍କୁ ମଧ୍ଯ କାବୁ କରିବାରେ ସଫଳ ହୋଇଛି ଭଦ୍ରେଶ୍ଵର ପୋଲିସ। ସୂଚନାମୁତାବକ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରୁ OD -05-BA-1134 ନମ୍ବର ଏକ ଟିଭିଏସ ଆପଚି ବାଇକ୍ ଚୋରି ହୋଇଥିବା ନେ଼ଇ ଅନିଲ […]
ଭୁବନେଶ୍ୱର,୨୫/୦୬(ଗୌତମ ମିଶ୍ର ):ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଆଜି ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁରର ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହ ଭିଡ଼ିଓ କନ୍ଫରେନ୍ସିଂ ଯୋଗେ ଜିଲ୍ଲାରେ ଜାପାନୀ ଏନ୍ସେଫାଲାଇଟ୍ସ, ଡିପ୍ଥେରିଆ ଓ ଜଣ୍ଡିସ୍ର ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ ।ରାୟଗଡ଼ା ଜିଲ୍ଲାରେ ଚଳିତ ବର୍ଷ ଜୁନ୍ ମାସ ୧୭ ତାରିଖରେ ପ୍ରଥମ ଡିପ୍ଥେରିଆ କେସ୍ ଠାବ ହୋଇଥିଲା । ଏହି ଘଟଣା […]
ଭୁବନେଶ୍ୱର ୨୪/୦୬(ଗୌତମ ମିଶ୍ର ): ରାଜ୍ୟର ସବୁ ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ବିଜେପିର ସଂକଳ୍ପପତ୍ର ଅନୁଯାୟୀ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ମୁଖ୍ୟମନ୍ତ୍ରୀ ବି ଏହାଉପରେ ଗୁରୁତ୍ବ ଦେଉଛନ୍ତି। କ୍ୟାବିନେଟ ବୈଠକରେ ଏ ନେଇ ଖୁବଶୀଘ୍ର ଆଲୋଚନା କରାଯିବ।ଏହାଛଡ଼ା ରାଜ୍ୟରେ ଆଳୁ ପିଆଜ ଦରବୃଦ୍ଧିର ସମୀକ୍ଷା […]
ଭୁବନେଶ୍ୱର ୨୪/୦୬(ଗୌତମ ମିଶ୍ର ): ରତ୍ନଭଣ୍ଡାର ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଖୁବ୍ ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍ଲାଇନ୍ ବିଭାଗ ପକ୍ଷରୁ ଜଣାଇ ଦିଆଯିବ।ଖୁବ ଶୀଘ୍ର ରତ୍ନ ଭଣ୍ଡାର ଖୋଲିବା ନିଷ୍ପତ୍ତି ନିଆଯିବ ଓ ରତ୍ନ ଅଳଙ୍କାର ଗଣତି କରାଯିବ। ସୋମବାର […]
କେନ୍ଦ୍ରାପଡ଼ା,୨୪/୦୬(ଜୟନ୍ତ ଶତପଥୀ):-ସହଭାଗିତା ବ୍ୟବସାୟ ନାଁ ରେ ଠକାମୀର ଶିକାର ହେଲେ ଯୁବକ,ଶେଷରେ ବନ୍ଧା ହୋଇ କୋର୍ଟ ଚାଲଣ ହେଲେ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ବଛରାଇ ପଞ୍ଚାୟତ ବଛରାଇ ଗାଁ ର ମଣିଭୂଷଣ ପରିଡା ଙ୍କ ପୁଅ ସନ୍ତୋଷ କୁମାର ପରିଡା ଜଣେ ମେଡ଼ିସିନ ଡିଷ୍ଟ୍ରିବୁଟର ଭାବେ କାମ କରୁଥିଲେ ।ସେ ବିଭିନ୍ନ କମ୍ପାନୀର ମେଡ଼ିସିନ ଓଡିଶା ବାହାରୁ ଆଣି ନିଜର ବ୍ୟବସାୟ କରନ୍ତି […]


