ଡ଼.ନବକିଶୋର ମିଶ୍ର ହିନ୍ଦୁ ଧର୍ମରେ ନବରାତ୍ରୀ ପୂଜାର ବହୁତ ଗୁରୁତ୍ୱ ରହିଛି | ନବରାତ୍ରୀର ପବିତ୍ର ପର୍ବ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି | ନବରାତ୍ରିର ପର୍ବ ନଅ ଦିନ ପାଇଁ ପବିତ୍ରତା ସହ ପାଳନ କରାଯାଏ | ନବରାତ୍ରିର ନଅ ଦିନ ମଧ୍ୟରେ, ନଅ ପ୍ରକାରର ମାତାଙ୍କୁ ପୂଜା କରାଯାଏ | ସେପ୍ଟେମ୍ବର ୩୦ ହେଉଛି ପଞ୍ଚମ ନବବତ୍ରୀ | ଦେବୀ ସ୍କନ୍ଦମାତାଙ୍କୁ ନବରାତ୍ରୀଙ୍କ ପଞ୍ଚମ ଦିନରେ ପୂଜା […]
odisha
ବାସ୍ତବବ୍ୟୁରୋ(କଟକ)୨୯।୦୯ : ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ ଟ୍ରାଙ୍କୁଲାଇଜ୍ ହେଲା । ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି ।ଟ୍ରାଙ୍କୁଲାଇଜ୍ ହେବାପରେ ହାତୀକୁ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଛି। ସୂଚନା ଅନୁଯାଇ, ଏ.ସି.ଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା DFO ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ […]
ସଞ୍ଜୟ ଶତପଥୀ(କଟକ):ଓଡିଶାରୁ ଲୋକସଭାକୁ ନିର୍ବାଚିତ ପ୍ରଥମ ମହିଳା ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଧର୍ମ ପତ୍ନୀ, ପୂର୍ବତନ କଟକ ସାଂସଦ ଜୟନ୍ତୀ ପଟ୍ଟନାୟକ, ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୯୨ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ସେ କଟକର ସାଂସଦ ରହିଥିଲେ। ଗଞ୍ଜାମ ଜିଲ୍ଲା ଆସିକାରେ ୧୯୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ସେ ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା […]
ବାସ୍ତବ ବ୍ୟୁରୋ–ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାଇ ଏବର୍ଷ ଦଶହରାକୁ ଭିଜାଇବ ବର୍ଷା । ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ, ୨ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଏହି ଲଘୁଚାପ ପ୍ରଭାବରେ ପୂଜା ସମୟରେ ପ୍ରବଳ ବର୍ଷା ହେବ । ୨ ଓ ୩ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷିବ କେନ୍ଦ୍ର ପୂର୍ବାନୁମାନ କରିଛି […]
ଡକ୍ଟର.ନବକିଶୋର ମିଶ୍ର ଏ ବର୍ଷ ଅକ୍ଟୋବର ୨୪,୨୦୨୨ ରେ କାର୍ତ୍ତିକ ଅମାବାସ୍ୟା ତିଥି ଅପରାହ୍ନ ୫ :୨୯ :୩୫ ରୁ ଆରମ୍ଭ ହେବ | ତେଣୁ ଏଥର ଦିୱାଲୀ ୨୪ ଅକ୍ଟୋବରରେ ପାଳନ କରାଯାଉଛି | ଅକ୍ଟୋବର ୨୫ ରେ, ବର୍ଷର ଶେଷ ସୂର୍ଯ୍ୟ ପରାଗ ଗୋବର୍ଦ୍ଧନ ପୂଜା ଦିନ ଘଟୁଛି | ସୂର୍ଯ୍ୟ ପରାଗ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ରହିବ। କାର୍ତ୍ତିକ ମାସର ଅମାବାସ୍ୟା ଏବଂ ସୂର୍ଯ୍ୟ […]
ସୁବର୍ଣପୁର(ନମୋଗୁରୁ ହୋତା): ସେପ୍ଟେମ୍ବର ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଶ୍ରବଣବାଧିତ ସପ୍ତାହ ଭାବରେ ପାଳନ କରାଯାଏ। ଏବଂ ସେପ୍ଟେମ୍ବର ୨୩ ତାରିଖ କୁ ବିଶ୍ୱ ସାଙ୍କେତିକ ଭାଷା ଦିବସ ରୂପେ ପାଳନ କରାଯାଏ।ସେହିପରି ଭାବରେ ଆମ ଓଡ଼ିଶା ର ସୁବର୍ଣପୁର ଜିଲ୍ଲା ଉଲ୍ଲୂଣ୍ଡା ବ୍ଲକ ଅନ୍ତଗତ ଚଢେଇପଙ୍କ ଗ୍ରାମ ପଂଚାୟତ ରେ ଅବସ୍ଥିତ ହେପି ହେଣ୍ଡ ସ୍କୁଲ ଫର ଦି ଡେଫ ରେ ମଧ୍ୟ ପାଳନ କରାଯାଇଛି। […]
ରାକେଶ ବିଶ୍ୱାଳ(ରାଉରକେଲା): ପାରିବାରିକ କଳହ ଦିନକୁ ଦିନ ଉଜାଡୁଛି ଘର ସଂସାର।ଦେଖା ଦେଉଛି ବହୁ ଅପ୍ରୀତିକର ଗଟଣା ।ପତି ପତ୍ନୀଙ୍କ କଳହର ଶେଷ ପରିଣତି ହତ୍ୟାର ରୂପ ନେଉଛି ।ଏପରି ଏକ ଅମାନୁଷିକ କାର୍ଯ୍ୟ ଦେଖିବାକୁ ମିଳିଛି,ପତ୍ନୀଙ୍କୁ ମାରି ଘରେ ଟାଙ୍ଗି ଦେଇଛି ପତି। ଏମିତି ଅଭାବନୀୟ ଘଟଣା ଘଟିଛି ରାଉରକେଲା ଟିମ୍ବର କଲୋନିରେ। ପ୍ଲାଣ୍ଟସାଇଟ ପୁଲିସ ମହିଳାଙ୍କ ସ୍ୱାମୀ ବିକାଶ ଦେ ଙ୍କୁ ଥାନାରେ ଅଟକ ରଖିଛି। ମୃତ […]
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ବିଜେଡି ଦଳର ସଭାପତି ସାଜିଛନ୍ତି ଚାନ୍ଦବାଲି ତହସିଲଦାର, ବିଧାୟକ ବାପି ରାୟଙ୍କ ସାଙ୍ଗ ବୋଲି କାହାରିକୁ ଖାତିର ନହିଁ,ବିଜେଡି କର୍ମୀ ନ ହେଲେ ସାଧାରଣ ଲୋକଙ୍କୁ ନିସ୍ତାର ନାହିଁ ।ବର୍ବରତା ସବୁ ସୀମା ଟପି ଯାଇଛନ୍ତି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର l ବିଧାୟକ ବାପି ରାୟଙ୍କ ସାଙ୍ଗ ହୋଇଥିବାରୁ ଶଙ୍ଖ ଦଳର ନେତୃତ୍ୱ ନେଇଛନ୍ତି ଖୋଦ ତହସିଲଦାର ବାବୁ l ତହସିଲରେ ଯେ କୌଣସି ଛୋଟିଏ […]
ଭୁବନେଶ୍ୱର ୧୯।୦୯ : ଧାମନଗର ବିଧାୟକ ବିଷ୍ଣୁଚରଣ ସେଠୀଙ୍କ ପରଲୋକ । ଦୁଃଖ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ଧ୍ର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ,ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ଯ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି ।
ବରଗଡ଼:-୧୪.୯(ନବୀନ ଦାଶ ବାସ୍ତବ ଟିଭି): ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଲରାସରା ପଞ୍ଚାୟତ ଖଇର ପାଲି ଉନ୍ନୀତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଏହାକୁ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମେହେର ଓ ସ୍କୁଲ ଚେୟାର ମେନ୍ ସୁଦାମ ଭୋଇ ଙ୍କ ଆନୁଷ୍ଠାନିକ ଭାବେ ଉଦଘାଟିତ କରିଥିଲେ। ଛାତ୍ରଛାତ୍ରୀ ମାନେ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ପଟ୍ଟନାୟକ ଏବଂ ଅଞ୍ଜଳି ପ୍ରଧାନ ଙ୍କ ସ୍ଵତନ୍ତ୍ର ତତ୍ତ୍ଵାବଧାନ ରେ […]


