ଆଦିତ୍ଯ ବେହେରା(ଭୁବନେଶ୍ୱର): ୦୨/୦୩/୨୦୨୪-ଚଳିତ ବର୍ଷ ମହାପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବ ରାତ୍ରିର ପର୍ବ ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରଣାଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ କମିଟି ବୈଠକ ସର୍କିଟ ହାଉସ୍‌ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସେବାୟତ, ମନ୍ଦିର ପ୍ରଶାସନ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପ୍ରଶାସନିକ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏ ବର୍ଷର ମହାପ୍ରଭୁଙ୍କ ଜାଗର ଯାତ୍ରାକୁ ମହାଆଡ଼ମ୍ବରରେ ଶାନ୍ତିଶୃଙ୍ଖଳାର ସହ […]

ଆଦିତ୍ଯ ବେହେରା(ଭୁବନେଶ୍ବର): ୩/୩/୨୦୨୪-ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ମାସିକ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ୟୁନିଟ ୩ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ଶିକ୍ଷାବିତ୍ ତଥା ସୁସାହିତ୍ଯିକା ସନ୍ଧ୍ୟା ରାଣୀ ପରିଜା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାର ସଂଯୋଜିକା ତଥା ସୁସାହିତ୍ଯିକା ଶ୍ରୀମତୀ ରାଜଶ୍ରୀ ମହାନ୍ତି ଯୋଗ ଦେଇଥିଲେ। ଶ୍ରୀଜଗନ୍ନାଥ ଙ୍କୁ ସମୂହ ପ୍ରଦୀପ ପ୍ରଜ୍ଜ୍ବଳନ ପରେ ମୁଖ୍ୟ […]

ଆଦିତ୍ଯ ବେହେରା(ଭୁବନେଶ୍ୱର) :ବହୁଦିନର ଦାବୀ ପରେ ଆଜି କେନ୍ଦ୍ରାପଡ଼ାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝରକୁ ମେମୋ ଟ୍ରେନ୍ ଚାଲିବ । ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରାଯିବ । ୨୦୨୦ ମସିହାରୁ ପାରାଦୀପ-ହରିଦାସପୁର ରେଳ ଲାଇନ୍ […]

ସଂଜୟ ଶତପଥୀ(କଟକ)ତା୩/୦୩/;– ରୋଟାରୀ କ୍ଲବ୍ ଅଫ୍ କଟକ ମିଲେନିୟମ ଓ ହିରୋ ସାଇକେଲ କମ୍ପାନୀର ମିଳିତ ଆନୁକୂଲ୍ଯରେ ଏକ ପରିବେଶ ସଚେତନତା ସାଇକେଲ ରାଲି ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମ କଟକ ନୂଆବଜାରସ୍ଥିତ ଗୋପାଳ କ୍ରୁଷ୍ଣ ଗୋଶାଳରୁ ଆରମ୍ଭ ହୋଇ ଗଣ୍ଡରପୁରସ୍ଥିତ ହିରୋ ସାଇକେଲ କମ୍ପାନୀର ସ୍ପିଡ୍ ହ୍ୱିଲ୍ସ୍ ସୋ ରୁମଠାରେ ଶେଷ ହୋଇଥିଲା l ଏହି କାର୍ଯ୍ଯକ୍ରମକୁ ରୋଟାରୀ ମିଲେନିୟମର ସଭାପତି ପ୍ରଦୀପ ମହାନ୍ତି ଉଦଘାଟନ କରି […]

ଆଦିତ୍ଯ ବେହେରା(ଭୁବନେଶ୍ୱର) :ଆଜି ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ବୃଦ୍ଧି ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ‘ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ’ ଅଧୀନରେ ପଞ୍ଜୀକୃତ ହୋଇଥିବା ନିର୍ମାଣ ଶ୍ରମିକମାନଙ୍କ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି । ଏମାନେ ସମସ୍ତେ ନିର୍ମାଣ ଶ୍ରମିକ ପେନ୍‌ସନ ଯୋଜନାରେ ଉପକୃତ ହେଉଛନ୍ତି । ସୂଚନାଯୋଗ୍ୟଯେ, ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ଜିଲ୍ଲା […]

ସଂଜୟ ଶତପଥୀ(କଟକ):ବହୁ ପ୍ରତିକ୍ଷା ପରେ କଟକ ରୁପା ତାରକସୀକୁ ମିଳିଲା ଜିଆଇ ଟ୍ୟାଗ୍। ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ପକ୍ଷରୁ କଟକ ରୁପା ତାରକସୀକୁ ଜିଆଇ ମାନ୍ୟତା ଦେବା ପାଇଁ ୨୦୨୧ ମସିହାରେ ଆବେଦନ କରାଯାଇଥିଲା।ରୁପା ତାରକସୀକୁ ଜିଆଇ ଟ୍ୟାଗ୍ ମିଳିବା ଖବର ପାଇବାପରେ କାରିଗରଙ୍କ ମଧ୍ୟରେ ଖୁସିର ଲହର ଖେଳିଛି। ଏହି ମାନ୍ୟତା ତାରକସୀ କାରୁକାର୍ଯ୍ୟକୁ ଏକ ନୂତନ ପରିଚୟ ଦେବ ବୋଲି କଟକର ରୂପା କାରୀଗର ଆଶା […]

ସଂଜୟ ଶତପଥୀ(କଟକ): ନିର୍ବାଚନ ଯେତେ ପାଖେଇ ଆସୁଛି ନିଆଳି ରାଜନୀତି ସେତେ ସରଗରମ ଦେଖିବାକୁ ମିଳୁଛି । ନିଆଳି ନିର୍ବାଚନ ମଣ୍ଡଳୀ ଭିତରେ ଗୋଷ୍ଠି କନ୍ଦଳ ଓ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବଢ଼ିଚାଲିଥିବାବେଳେ, ସମସ୍ତଙ୍କୁ ପଛରେ ପକାଇ ନିଆଳି ଜନସାଧାରଣଙ୍କ ଏକ ମାତ୍ର ପସନ୍ଦ ଯୋଗ୍ୟ ବିବେଚିତ ପ୍ରାର୍ଥୀ ପାଲଟିଛନ୍ତି ଇଞ୍ଜିନିୟର ପ୍ରସନ୍ନ କୁମାର ମଲ୍ଲିକ । ତାଙ୍କର ଜନସଂପର୍କ ପଦଯାତ୍ରାରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ […]

ସନ୍ତୋଷ ପାତ୍ର(କଳାହାଣ୍ଡି): ଲାଞ୍ଜିଗଡ- “ମିଛ କାମ, ସତ ବିଲ”,ପ୍ରତିଦିନ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କୁଢକୁଢ ମିଛକାମର ବିଲ୍ କରାଯାଇ ସରକାରୀବାବୁ ଓ ଠିକାଦାରଙ୍କମଧୁଚନ୍ଦ୍ରିକାର କଥାକିଛି ନୂଆନୁହେଁ ।ହେଲେ ଯେଉଁ ଠାରେ ଏପରି କାମରେ ଜନ ଅସନ୍ତୋଷ ବଢେ,ଏଇ ଅସାଧୁମେଣ୍ଟ ର ପପର୍ଦ୍ଦାଫାସ ହୁଏ। ଏପରି ଏକ ଘଟଣା ଲାଞ୍ଜିଗଡ ଦାନୀ ଡ଼ଙ୍ଗର ଷ୍ଟାଗାର ଷ୍ଟ୍ରେଞ୍ଚ କାମରେ ଦୁର୍ନିତି ଅଭିଯୋଗ ବାରମ୍ବାର ହୋଇଆସୁଥିଲେବି ପ୍ରସାଶନ ନିରବ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ […]

ସଂଜୟ ଶତପଥୀ(କଟକ): ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମଣାକୁଦ,କୁଦପାଟଣାସ୍ଥିତ ପ୍ରସିଦ୍ଧ ଗ୍ରହରାଜ ଶନିଦେବଙ୍କ ପ୍ରଥମ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିନ ଜଳଯାତ୍ରା, ଘଟ ଆନୟନ ଓ ମଣ୍ଡଳ କରଣ ଆଦି ସମାପନ ପରେ ସନ୍ଧ୍ୟାରେ ଘୋଡ଼ାନାଚ, ଗଣେଶ ଓ ଶନି ନୃତ୍ୟ ସମେତ ବିଶିଷ୍ଟ କଳାକାରଙ୍କ ଦ୍ଵାରା ଭଜନ ସନ୍ଧ୍ୟା ପରିବେଷଣ କରାଯାଇଥିଲାବେଳେ ଦେବ ସେନାପତିଙ୍କର ଭଜନ ଜଣାଣ ଉପସ୍ଥିତ ଦର୍ଶକଙ୍କୁ ବହୁ ଆକର୍ଷିତ […]

Breaking News

Pin It on Pinterest