‘ଏକଦନ୍ତ ଆଡଭାନ୍ସଡ୍ ଡେଣ୍ଟାଲ କେୟାର’ ଓ ‘ରୋଜେଟ୍ ନେଲ୍ ଷ୍ଟୁଡିଓ ଆଣ୍ଡ ସ୍ପା’ର ଭବ୍ୟ ଶୁଭାରମ୍ଭ….

କଟକ(ସଂଜୟ ଶତପଥୀ): କଟକ ସହରରେ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସେବା କ୍ଷେତ୍ରରେ ଦୁଇଟି ନୂତନ ପ୍ରତିଷ୍ଠାନ ‘ଏକଦନ୍ତ ଆଡଭାନ୍ସଡ୍ ଡେଣ୍ଟାଲ କେୟାର’ ଏବଂ ‘ରୋଜେଟ୍ ନେଲ୍ ଷ୍ଟୁଡିଓ ଆଣ୍ଡ ସ୍ପା’ ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ଶ୍ୟାମପ୍ରେମୀ ଶ୍ରୀ ନରେଶ ଗନେରିୱାଲଙ୍କ ଦୁଇ ଝିଅଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ଦୁଇ ପ୍ରତିଷ୍ଠାନ ମାଧ୍ୟମରେ କଟକବାସୀ ଆଧୁନିକ ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ସେବା ପାଇପାରିବେ।
ଏକଦନ୍ତ ଆଡଭାନ୍ସଡ୍ ଡେଣ୍ଟାଲ କେୟାରର ପରିଚାଳକ ଡା. ଆଞ୍ଚଳ ଗନେରିୱାଲ, ଏମ୍.ଡି.ଏସ୍. (କସ୍ମେଟିକ୍ ଡେଣ୍ଟିଷ୍ଟ୍ରି ଓ ଏଣ୍ଡୋଡଣ୍ଟିକ୍ସ) ଙ୍କ କହିବା ଅନୁଯାୟୀ ଏହି ଅନୁଷ୍ଠାନ ରେ ସମସ୍ତେ ଆଧୁନିକ ପ୍ରଯୁକ୍ତିର ଉପଯୋଗରେ ଦନ୍ତ ଚିକିତ୍ସା ସହିତ ଦାନ୍ତର ସୌନ୍ଦର୍ଯ୍ୟ ଏବଂ ହସକୁ ଅଧିକ ଆକର୍ଷଣୀୟ କରିବା ସମ୍ପର୍କିତ ବିଭିନ୍ନ ସେବା ପାଇ ପାରିବେ।ସେହିପରି ‘ରୋଜେଟ୍ ନେଲ୍ ଷ୍ଟୁଡିଓ ଆଣ୍ଡ ସ୍ପା’ର ପରିଚାଳକ ଶ୍ରୀମତୀ ରୋମାନୀ ଅଗ୍ରୱାଲଙ୍କ ମତରେ ଏହି ସଂସ୍ଥା ରେ ଆଧୁନିକ ନେଲ୍ କେୟାର, ନେଲ୍ ଆର୍ଟ୍ ଏବଂ ବିଭିନ୍ନ ସୌନ୍ଦର୍ଯ୍ୟ ସେବା ଉପଲବ୍ଧ ହେବା ସହ ଗ୍ରାହକମାନଙ୍କୁ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିଗତ ଯତ୍ନର ଏକ ଆଧୁନିକ ଅନୁଭୂତିର ସଚେତନତା ପ୍ରଦାନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ଉଭୟ ପ୍ରତିଷ୍ଠାନର ଶୁଭାରମ୍ଭ ଗନେରିୱାଲ ପରିବାରର ସ୍ଥାନୀୟ ମୁଖ୍ୟ ଶ୍ରୀ ରାଧେଶ୍ୟାମ ଗନେରିୱାଲ ଏବଂ କଟକର ପ୍ରସିଦ୍ଧ ଚିକିତ୍ସକ ଡା. ରାଧେଶ୍ୟାମ ଭାବସିଂହକା ମିଳିତ ଭାବେ ରିବନ୍ କାଟିବା ସହ ନାରିକେଳ ଭାଙ୍ଗି ଉଦଘାଟନ କରିଥିଲେ। ଏହି ଅବସରରେ ଗନେରିୱାଲ ପରିବାରର ସଦସ୍ୟମାନେ ଉପସ୍ଥିତ ରହି ଦୁଇ କନ୍ୟାଙ୍କ ନୂତନ ବ୍ୟବସାୟିକ ଯାତ୍ରାର ସଫଳତା କାମନା କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ।
ଏହି ଅବସରରେ ଉପସ୍ଥିତ ଆମନ୍ତ୍ରିତ ବକ୍ତାମାନେ କହିଥିଲେ ଯେ, ଗୋଟିଏ ସ୍ଥାନରେ ଦନ୍ତ ଚିକିତ୍ସା ଓ ସୌନ୍ଦର୍ଯ୍ୟ ସେବା ସହ ଜଡ଼ିତ ଏହି ଦୁଇ ପ୍ରତିଷ୍ଠାନର ଶୁଭାରମ୍ଭ କଟକବାସୀଙ୍କ ପାଇଁ ଏକ ନୂତନ ଦିଗଦର୍ଶନ। ସୁନ୍ଦର ହସ ଓ ନଖ ମାଧ୍ୟମରେ ନିଜର ବ୍ୟକ୍ତିତ୍ୱ ଏବଂ ଆତ୍ମବିଶ୍ୱାସକୁ ସୁଦୃଢ କରିବା ଉଭୟ ପ୍ରତିଷ୍ଠାନର ଲକ୍ଷ୍ୟ ବୋଲି ସେମାନେ କହିଥିଲେ।
ଉଭୟ ପ୍ରତିଷ୍ଠାନ ପ୍ଲଟ୍ ନମ୍ବର ୧୩୫୨/ବି, ସେକ୍ଟର-୬, ସିଡିଏ, ୟୁରୋ କିଡ୍ସ ବିଦ୍ୟାଳୟ ସମ୍ମୁଖରେ, କଟକଠାରେ ଉଦଘାଟିତ ହୋଇଥିବା ଜଣାପଡିଛି।

ସେୟାର କରନ୍ତୁ

You May Like

Pin It on Pinterest