ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘର ୮ମ ବାର୍ଷିକ ଉତ୍ସବ…

ଦାମନଯୋଡ଼ି(ସରୋଜିନୀ ଆଚାର୍ଯ୍ଯ): ନାଲକୋ ଆଲୁମିନା ବିଶୋଧନ ପ୍ରକଳ୍ପର ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଂଗଠନ ‘ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘ’ର ୮ମ ବାର୍ଷିକ ଉତ୍ସବ ରବିବାର ନାଲକୋ ଟାଉନସିପ ମୁକ୍ତବାୟୁ ପେଣ୍ଡାଲରେ ଅନୁଷ୍ଠିତ ହୋଇ ଯାଇଛି।

ମୁଖ୍ୟଅତିଥି ତଥା ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହାର ଉଦଘାଟନ କରିଥିଲେ।୮ମ ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟଅତିଥି ତଥା ଇଡି ଶ୍ରୀ ମିଶ୍ର ସମସ୍ତଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇ ନାଲକୋକୁ ଶୀର୍ଷ ସ୍ଥାନକୁ ନେବାପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।ନାଲକୋ ପାଇଁ ସ୍ବୀକୃତି ପ୍ରାପ୍ତ ଶ୍ରମିକ ସଂଗଠନ ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘ’ର କାର୍ଯ୍ୟଧାରା ବେଶ ଉତ୍ସାହ ଜନକ ବୋଲି ଶ୍ରୀ ମିଶ୍ର କହିଥିଲେ।

କାର୍ଯ୍ୟକ୍ରମରେ ଆଇଏନଟିୟୁସିର ସର୍ବ ଭାରତୀୟ ଉପ ସଭାପତି ତଥା ପୂର୍ବତନ ରାଜ୍ୟସଭା ସାଂସଦ ଡ଼ଃ ରାମଚନ୍ଦ୍ର ଖୁଣ୍ଟିଆ ମୁଖ୍ୟବକ୍ତା ଓ ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମ ବିଶେଷ ଅତିଥି ରୂପେ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଶ୍ରୀ ଖୁଣ୍ଟିଆ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ କୋଡ୍ ତ୍ରୁଟିପୂର୍ଣ୍ଣ ଥିବା କହିଥିଲେ। ଠିକା ଶ୍ରମିକଙ୍କ ସର୍ବନିମ୍ନ ମାସିକ ଦରମା ୨୬ ହଜାର ଟଙ୍କା କରାଯିବାକୁ ଆଇଏନଟିୟୁସିଦାବି କରୁଛି। ନାଲକୋରେ ଏସଓପି ଓ ପିଓଟି ନୀତି ବଦଳିବା ଦରକାର। ଠିକା ଶ୍ରମିକ ଓ ନିୟମିତ କର୍ମଚାରୀ ସମସ୍ତଙ୍କୁ ଉତ୍ପାଦନ ଭତ୍ତା ପ୍ରଦାନ, ସମସ୍ତ ଠିକା ଶ୍ରମିକଙ୍କୁ ପିଏଫ,ଇଏସଆଇ ଆଦିରେ ଅନ୍ତର୍ଭୁକ୍ତ କରାଯିବାକୁ ଶ୍ରୀ ଖୁଣ୍ଟିଆ ଦାବୀ କରିଥିଲେ।

ଆଇଏନଟିୟୁସି ବିଗତ ଦିନରେ ନାଲକୋ ଘରୋଇ କରଣ ପ୍ରସ୍ତାବ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ବନ୍ଦ କରିଥିଲା।ତେବେ ସରକାର ରାଷ୍ଟ୍ରାୟତ ଉଦ୍ୟୋଗଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦେବାକୁ ଶ୍ରୀ ଖୁଣ୍ଟିଆ ମତ ଦେଇଥିଲେ।ସେହିପରି ଆଇଏନଟିୟୁସିର ରାଜ୍ୟ ସାଧାରଣ ସମ୍ପାଦକ କିଶୋର ଜେନା,କାର୍ଯ୍ୟକାରୀ ସଭାପତି ମଦନ ମୋହନ ଧଳ,ଯୁଗ୍ମ ସାଧାରଣ ସମ୍ପାଦକ ନିର୍ମଳ ସାମଲ,ରାଜ୍ୟ ସମ୍ପାଦକ ବିମଳ ନାୟକ,ଯୁବ ସଂଗଠନ ରାଜ୍ୟ ସଭାପତି ପ୍ରକାଶ ବେହେରା,ନାଲକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା(ବିତ୍ତ),ମୁଖ୍ୟ ମହାପ୍ରବନ୍ଧକ ଦିଲ୍ଲୀପ କୁମାର ବାଗ ଓ ମହାପ୍ରବନ୍ଧକ କୁନ୍ତଳ ଆନନ୍ଦ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ।ଆଲୁମିନା ନବନିର୍ମାଣ କର୍ମଚାରୀ ସଂଘର ସଭାପତି ଶ୍ରୀକାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଶ୍ରୀଧର ପରିଡା ମଞ୍ଚ ସଂଯୋଜନା କରିଥିବା ବେଳେ ସମ୍ପାଦକ ଜୀତେନ୍ଦ୍ର ଡାକୁଆ ସ୍ବାଗତ ଭାଷଣ ଓ ଯୁଗ୍ମ ସମ୍ପାଦକ ଚିତ୍ତରଂଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବାର୍ଷିକ ଉତ୍ସବ ଅବ୍ୟବହିତ ପୂର୍ବରୁ ଶନିବାର ସଂଘ କାର୍ଯ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୫୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ସେହିପରି ୧୮ ଜଣ ବ୍ୟକ୍ତି ଅଙ୍ଗ ଦାନ ନିମନ୍ତେ ସ୍ଵୀକୃତି ଦେଇ ରେଜିଷ୍ଟ୍ରେସନ କରିଥିଲେ।ନାଲକୋର ମୁଖ୍ୟ ମହାପ୍ରବନ୍ଧକ ଓ ଅଧିକାରୀଙ୍କ ସହିତ ଅନ୍ୟ ସହଯୋଗୀ ଶ୍ରମିକ ସଂଗଠନ କର୍ମକର୍ତ୍ତା ମଧ୍ୟ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେଇଥିଲେ। ଆୟୋଜକଙ୍କ ପକ୍ଷରୁ କର୍ମକର୍ତ୍ତା ପାଣ୍ଡବ ସାହୁ ,କେ.ନାଗେଶ୍ଵର ପାତ୍ର ,ଏନ ରବିକୁମାର ,ଉମେଶ ଚନ୍ଦ୍ର ବେହେରା,ପ୍ରସନ୍ନ କୁମାର ନାୟକ,ଗୌତମ ବିଷୋୟୀ ଓ ପ୍ରଶାନ୍ତ କୁମାର ସ୍ବାଇଁଙ୍କ ସହିତ ଅନ୍ୟ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ।

ସେୟାର କରନ୍ତୁ

You May Like

Pin It on Pinterest