ଶାଳବଣୀ ପଞ୍ଚାୟତରେ ମା’ ସରପଞ୍ଚ ପୁଅ ଠିକାଦାର…

ମନେରେଗା ଯୋଜନାରେ ହଡପ କରିବାକୁ ଯୋଜନା
ଆନନ୍ଦପୁର(ନିର୍ମଳ ରାଉଳ): ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମପଞ୍ଚାୟତ ଆର ଡ଼ି ରୋଡ଼ ଠାରୁ ବେଲଦା ଗ୍ରାମ ମୁଣ୍ଡା ସାହି ପଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ରେ ମହା ଘୋଟଲା ଦେଖିବା ପାଇଁ ମିଳିଛି।

ରାଜ୍ୟ ସରକାର ଙ୍କ ଉର୍ନ୍ନତି ମୂଳକ କାର୍ଯ୍ୟ ଉପରେ କିଭଳି ଶାଳବଣି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ପୁତ୍ର ଚୂନ କାଳୀ ମାରି ମନେରେଗା ଯୋଜନାରେ ଅର୍ଥ ହାତେଇବା ଯୋଜନା କରିଛନ୍ତି ତାହା ସ୍ପଷ୍ଟ ଦେଖିବା ପାଇଁ ମିଳିଛି।ଶାଳବଣି ଗ୍ରାମ ପଞ୍ଚାୟତର ବିକାଶ ନାଁ ରେ ଆଦିବାସୀଙ୍କ ରାସ୍ତା କୁ ୧୦ ଲକ୍ଷ ଟଙ୍କା ର ରାସ୍ତାରେ ମାଟି ପଡି଼ବା ଜାଗାରେ ମହରମ ପକାଇ ରାସ୍ତାର ଗାଇଡ଼ ଲାଇନକୁ ଭୁଲିଯାଇ ଗାଇଡ଼ ଲାଇନ ବାହାରେ କରୁଛନ୍ତି କାର୍ଯ୍ୟ ତାହା ସ୍ପଷ୍ଟ ରାସ୍ତା ର ମାନ ଚିତ୍ର ଦେଖିବା ପାଇଁ ମିଳିଛି।

ସୂଚନା ଏହିକି ଶାଳବଣି ଗ୍ରାମ ପଞ୍ଚାୟତ ଆରଡ଼ି ରାସ୍ତା ଠାରୁ ବେଲଦା ମୁଣ୍ଡା ସାହି ରାସ୍ତାର କୋର୍ଡ ନମ୍ବର 2403008015 ପ୍ରୋଜେକ୍ଟ ଆପ୍ରୁଭାଲ ଥିବା ବେଳେ |ଆର୍ଥିକ ବର୍ଷ 2026/27କାର୍ଯ୍ୟା ଦେଶ ରହିଥିଲା ଶାଳବଣି ବେଲଦା ମୁଣ୍ଡା ସାହି ର ଜବକାର୍ଡ ଧାରୀ ଙ୍କ ଜବକାର୍ଡ କାର୍ଯ୍ୟ ପଡି ନଥିବା ବେଳେ, ସରପଞ୍ଚ ଙ୍କ ପୁଅ ପଞ୍ଚାୟତ ପିଓ ଏଡିଓ ନିଜର ହାତ ବାରିସୀ ରଖିଥିବା ଜବକାର୍ଡ ଧାରୀଙ୍କ ଆକାଉଣ୍ଟ କୁ ଜବକାର୍ଡ ର ଅର୍ଥପ୍ରଦାନ କରି ହରି ଲୁଟର ରାସ୍ତା ବାଛିଥାନ୍ତି। ଶାଳବଣି ଗ୍ରାମ ପଞ୍ଚାୟତ ର ପାଞ୍ଚ ବର୍ଷର ବିକାଶର ପଥ କେତେ? ରାଜ୍ୟ ସରକାର ଙ୍କ ଉର୍ନ୍ନତି ମୂଳକ ଯୋଜନା ମନେରେଗା ଯୋଜନା ର ପ୍ରକୃତ ଗ୍ରାମ କୁ ଯାଇ ଅନୁଧ୍ୟାନ ସହ କାଗଜ କଲମର ଦୁର୍ନୀତିର ଚେର କେତେ,ପ୍ରକୃତ ସତ୍ୟା ସତ୍ୟ ବାହାରିବା ପାଇଁ କେନ୍ଦୁଝର ଜିଲ୍ଲାପାଳଙ୍କ ସମେତ ଭିଜିଲାନ୍ସ ତଦନ୍ତର ଆବଶ୍ୟକ ପଡୁଛି।

ସେୟାର କରନ୍ତୁ

You May Like

Pin It on Pinterest