
ସୋନପୁର(ୟୁଧିଷ୍ଟିର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଦିବ୍ୟ ଊର୍ଜା ଯୋଗ ସେବା ସମିତି ର ଦ୍ଵିତୀୟ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି।
ଯୋଗ ଆୟୁର୍ବେଦ ଚିକିତ୍ସା ଓ ସ୍ୱଦେଶୀକୁ ସମାଜରେ ଆଦୃତ କରିବା ଏହି ସଂଗଠନ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଆଜି ସକାଳ ୧୦ ଘଣ୍ଟା ରୁ ଏହି ଉତ୍ସବ ୩ ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପଧାନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବରେ ବଲାଙ୍ଗିର ସ୍ଥିତ ତୋପବନ୍ ମଠାଧୀଶ ତେଜସ୍ୱୀମୟ ସରସ୍ଵତୀ ସଂଗଠନ ର ଦ୍ଵିତୀୟ ବାର୍ଷିକ ଉତ୍ସବ ରେ ସଂଗଠନର ଯୋଗ ପ୍ରତି ସମର୍ପଣ କୁ ପ୍ରଶଂସା କରିଥିଲେ । ମ୍ୟୁନିସିପାଲଟି ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ଯୋଗ ଓ ପ୍ରାଣାୟମ ସହିତ ସ୍ବଛତା ବିଷୟରେ ଆଲୋଚନା କରିଥିଲେ । ବଢୁଥିବା ରୋଗ ଶାରୀରିକ ଅସୁସ୍ଥତା କୁ ଅନୁଭବ କରୁଥିବା ସମୟରେ ଆମେ ପ୍ରତି ଦିନ ଯୋଗ କୁ ଜୀବନ ଶୈଳୀ ର ଏକ ଅପରିହାର୍ଯ୍ୟ ଅଙ୍ଗ ବୋଲି ଅତିଥି ମତ ରଖି ଥିଲେ ।
ସ୍ବାମୀ ନିରଞ୍ଜନ ଦାସ ମହାରାଜ ଙ୍କ ସଙ୍ଗୀତ ମୟ ଯୋଗ ର ଅଭ୍ୟାସ କରିଥିଲେ । ଯୋଗ ସାଧକ ଙ୍କ ପୁଅ ଝିଅ ଦ୍ବାରା ଯୋଗ ନୃତ୍ୟ, ସମ୍ବଲପୁରୀ ସଂଗୀତ ନୃତ୍ୟ ପରିବେଷଣ କରା ଯାଇଥିଲା l, ଯୋଗ ସମର୍ପଣ ସମ୍ମାନ କୁମୁଦିନୀ ଦାସ ଓ ପୂର୍ଣ୍ଣ ଚନ୍ଦ୍ର ଦାସ, ସଂଗୀତ ସାଧନା ହେତୁ ପୁରନ୍ଦର ଠେଲା ଓ ବଲାଙ୍ଗିର ର ବିଶିଷ୍ଟ ଯୋଗ ସଂସ୍ଥାନ ଶ୍ରୀ ଜଗଦୀଶ ଯୋଗ କେନ୍ଦ୍ର କୁ ସମ୍ମାନିତ କରାଯାଇ ଥିଲା । ସଭାପତି ଗୋପାଳ ନେଗି ବାର୍ଷିକ ବିବରଣୀ ପାଠ କରିଥିଲେ । ଲକ୍ଷ୍ମୀ ନାରାୟଣ ସାହୁ ସଭା ସଂଯୋଜନା କରିଥିବାବେଳେ ରବୀନ୍ଦ୍ର ଜେନା ଧନ୍ଯବାଦ ଅର୍ପଣ କରିଥିଲେ ।


