କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ…

କୁଆଁରମୁଣ୍ଡା(ଅମୁଲ୍ଯ ଜେନା): ବୀରମିତ୍ରପୁର କ୍ଲଷ୍ଟର -୧ ଶିଶୁ ମହୋତ୍ସବ ପିମେ ଶ୍ରୀ ଆଲେକଜାଣ୍ଡାର ସରକାରୀ ଉଚ୍ଚ ପ୍ରାଥମିକ ବୀରମିତ୍ରପୁର ଓ କୁମୁଝଟିୟା କ୍ଲଷ୍ଟର ସ୍ତରୀୟ ସୁରଭି ପିଏମ ଶ୍ରୀ ସରକାରୀ ହାଇ ସ୍କୁଲ କୁମୁଝାରୀୟା ଠାରେ ଅନୁଷ୍ଠିତ ହୋଇଯାଇଅଛି।

ବୀରମିତ୍ରପୁର କ୍ଲଷ୍ଟରର ସିଆରସିସି ଶ୍ରୀ ରାଜେଶ୍ ଦାସ ଓ କୁମୁଝାରିୟା ସିଆରସିସି ଶ୍ରୀ ଯୋଗେଶ୍ୱର ରୟ ଙ୍କ ପ୍ରତ୍ୟେକ ତତ୍ବାବଧାନରେ ଦୁଇଟି ସ୍ଥାନରେ ଶିଶୁମାନଙ୍କ ପ୍ରତିଭାର ବିକାଶ ପାଇଁ ଶିଶୁ ମହୋତ୍ସବ(ସୁରଭି) ଅନୁଷ୍ଠିତ ହୋଇଯାଇଛି । ବୀରମିତ୍ରପୁର ଠାରେ ଉଦ୍ଘାଟନ ଉତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭରେ ମୁଖ୍ୟ ଅତିଥି ଭାବେ ବୀରମିତ୍ରପୁର ମ୍ୟୁନିସିପାଲଟି ର ଉପାଧ୍ୟକ୍ଷ ନିବେଦିତା ବାଗେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶିଶୁ ମହୋତ୍ସବକୁ ଉଦ୍ଘାଟନ କରିଥିଲେ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବ୍ଲକ ଶିକ୍ଷା ଅଧିକାରୀ ଗାୟତ୍ରୀ ସେଠୀ, କାଉନସିଲର କମେଲେସ ସିଂହ , ଏବିଈଓ ତପଶ୍ଵନୀ ମହାନନ୍ଦିଆ ,ଆଲେକଜାଣ୍ଡାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ରିନା ମଣ୍ଡଳ ,ତଳସରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ତ୍ରିପାଠୀ,ବରିଷ୍ଟ ଶିକ୍ଷୟତ୍ରୀ ଶୁଭଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି କୁମୂଝରୀୟା ଠାରେ ମୁଖ୍ୟ ଅତିଥି ଭାବେ ଏବିଇଓ ତାପଶ୍ୱନୀ ମହାନନ୍ଦିଆ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ସଭାକୁ ଉଦଘାଟନ କରିଥିଲେ । ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସ୍କୁଲ କମିଟି ର ଅଧ୍ୟକ୍ଷା ସବିତା ରୟ ,ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଘୋଷ , ଜଣେ ପ୍ରତିଭା ସମ୍ପନ୍ନ ଶିକ୍ଷକ ସତ୍ୟଜିତ ସୁତାର ,ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ବିଶ୍ଵାଳ ,ସାମାଜିକ ସମୀକ୍ଷକ ଅନ୍ନପୂର୍ଣ୍ଣା ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଅତିଥି ମାନେ ସୁରଭିର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରି କହିଥିଲେ ପ୍ରତ୍ୟେକ ଶିଶୁ ମଧ୍ୟରେ ଥିବା ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା, ଶିଶୁମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ନେତୃତ୍ୱ ଗୁଣ ବଢାଇବା,ଶିକ୍ଷାକୁ ଆନନ୍ଦଦାୟକ ଓ କ୍ରିୟାଭିତ୍ତିକ କରିବା।

ଏହି ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯଥା – ଚିତ୍ରାଙ୍କନ, କବିତା ଆବୃତ୍ତି , କାହାଣୀ କଥନ,ସଙ୍ଗୀତ ,ନୃତ୍ୟ, ବକ୍ତୃତା ଓ ପ୍ରଶ୍ନୋତ୍ତରୀ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ।କୁନି କୁନି ପିଲାମାନଙ୍କ ନୃତ୍ୟ, ଗୀତ ଓ ଅଭିନୟ ଦେଖି ସମସ୍ତ ଅତିଥି ମନ୍ତ୍ରମୁଗ୍ଧ ହୋଇଯାଇଥିଲେ। ସଭା ପରେ ବିଜେତା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଏବଂ ସେମାନଙ୍କୁ ବ୍ଲକ୍ ସ୍ତରୀୟ ସୁରଭି ପାଇଁ ମନୋନୀତ କରାଯାଇଥିଲା।

ସେୟାର କରନ୍ତୁ

Next Post

ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ, ରାଜ୍ୟବାସୀଙ୍କୁ ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ

Sat Oct 17 , 2026
ଭୁବନେଶ୍ୱର(ପ୍ରଶାନ୍ତ ପାଇକରାୟ)୧୭/୧୦: ପବିତ୍ର ଶାରଦୀୟ ଦୁର୍ଗାପୂଜାର ଅମୃତ ମୁହୂର୍ତରେ ମା’ ମହିଷାସୁରମର୍ଦ୍ଦିନୀ ଦୁର୍ଗାଙ୍କ ଅଶେଷ କୃପା ଓ ଆଶୀର୍ବାଦ ସମସ୍ତଙ୍କୁ ପ୍ରାପ୍ତ ହେଉ ଏହି କାମନା ସହ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ । ଏହି ପର୍ବ ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ । ଏହି ମହାନ ପର୍ବ ଆମ ସମସ୍ତଙ୍କ […]

You May Like

Pin It on Pinterest