
ଭୁବନେଶ୍ବର(ଗୌତମ ମିଶ୍ର): ଆଜି ବିନାୟକ ସିନେ କ୍ରିଏସନ୍ ର ନୂଆ ଚଳଚ୍ଚିତ୍ର ନାଲିଚୁଡ଼ା ର ସୁଟିଂ ଆରମ୍ଭ ହୋଇଛି l
ଏହି ଚଳଚ୍ଚିତ୍ରର କାହାଣୀ ଇନ୍ଦୁମତି ରାୟ ଲେଖିଥିବାବେଳେ ଚିତ୍ରନାଟ୍ୟ, ସଂଳାପ ସହ ଗୀତରଚନା କରିଛନ୍ତି ଡ ରଜନୀ ରଞ୍ଜନ l ସଂଗୀତ ନିର୍ଦ୍ଦେଶନା ଯଜ୍ଞ ଦାଶ ଦେଇଥିବା ବେଳେ ଚିତ୍ରନାଟ୍ୟ ନିର୍ଦ୍ଦେଶନାରେ ରଞ୍ଜନ ମିଶ୍ର ଏବଂ ଡି ଓ ପି ରେ ଏସ୍ ରଞ୍ଜନ ଅଛନ୍ତି।ଏଥିରେ ଅଭିଷେକ ରଥ ଓ ହେଲିନା ଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ,ଏଥିସହ ଅଭିଷେକ ରଥ, ରତନ ମେହେର, ନୀଳମଣି ସାହୁ,ଶୁଭ୍ରାଂଶୁ, ସୁଶୀଲ ମିଶ୍ର ପ୍ରମୁଖ ଅଭିନୟରେ ଅଛନ୍ତି l ବିକାଶ ପଟ୍ଟନାୟକ ଏହାର କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି।
ଆଜିଏହ ଚଳଚ୍ଚିତ୍ରଟିର ମହୁରତରେ ଓ ଡି ଏମ ଶିକ୍ଷା ସମୂହର ପ୍ରତିଷ୍ଠାତା ବିଶିଷ୍ଟ ଶିକ୍ଷାବିତ୍ ଡ. ସତ୍ୟବ୍ରତ ମୀନକେତନ ଏଵଂ ଇନ୍ଦୁମତି ରାୟ ଅତିଥି ଭାବେ ଯୋଗଦେଇଥିଲେ l



