ବରପାଲି ଫାର୍ମାସ୍ୟୁଟିକାଲ ମହାବିଦ୍ୟାଳୟ ରେ ପ୍ରଥମଥର ପାଇଁ ବରିଷ୍ଠ ହତାଦର ସଚେତନତା ସଭା

ବରଗଡ଼/ବରପାଲି(ତୁଳସୀ ଚରଣ ଦାଶ)୨୩./୦୩: ଆଜି ସ୍ଥାନୀୟ ଫାର୍ମାସ୍ୟୁଟିକାଲ ମହାବିଦ୍ୟାଳୟ ରେ ପୂର୍ବତନ ବିଧାୟକ ତଥା ପ୍ରତିଷ୍ଠାତା ଅଧ୍ୟକ୍ଷ ସ୍ୱର୍ଗତ ରାଜୀବ ଲୋଚନ ହୋତାଙ୍କ ୯୨ ତମ ଜନ୍ମତିଥି ଅବସରରେ ପ୍ରଥମଥର ପାଇଁ ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ବରଗଡ଼ ପକ୍ଷରୁ “ବରିଷ୍ଠ ହତାଦର ସଚେତନତା ସଭା” ଅନୁଷ୍ଠିତ ହୋଇଥିଲା ।
ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ନରେନ୍ଦ୍ର ହୋତା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂଘ ଉପସଭାପତି ଗୌନ୍ତିଆ କୁମାର ସାହୁ ଉଦ୍ଦେଶ୍ୟ ଜ୍ଞାପନ କଲେ ଓ ସଂପାଦକ ଗୋବିନ୍ଦ ଦାଶ ବରିଷ୍ଠ ହତାଦର ବିଭିନ୍ନ ଉପାଦେୟ ଦିଗକୁ ପରିସଂଖ୍ୟାନ ଓ ଉଦାହରଣ ସହ ଉପସ୍ଥିତ ଛାତ୍ର ସମୂହ ଙ୍କୁ ପିପିଟି ଓ ଭିଡ଼ିଓ ମାଧ୍ୟମରେ ଉପସ୍ଥାପିତ କରିଥିଲେ I
ଅନ୍ୟ ମଞ୍ଚାସିନ ଅତିଥି ଗୁରୁ ଭଗବାନ ସାହୁ ସ୍ମୃତି କମିଟି ସଂପାଦକ ତୁଳସୀ ଚରଣ ଦାଶ, ଦେବୀ ପ୍ରସାଦ ପଟ୍ଟନାୟକ, ଅଚ୍ୟୁତାନନ୍ଦ ବାରିକ, ଡଃ ଡୋଳାମଣୀ ଶତପଥୀ, ପ୍ରତାପ ଷଡ଼ଙ୍ଗୀ ମଧ୍ୟ ବରିଷ୍ଠ ମାନଙ୍କୁ କିପରି ସମ୍ମାନ ସହକାରେ ରଖି ତାଙ୍କୁ ସ୍ନେହ ଶ୍ରଦ୍ଧା ରେ ଲାଳନ ପାଳନ କରିବା ସେ ସମ୍ପର୍କରେ ମତବ୍ୟକ୍ତ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ ।
ଏଥିରେ ଅନୁପ୍ରାଣିତ ହୋଇ ମହାବିଦ୍ୟାଳୟର ପ୍ରିୟାଂଶୁ ପାଣିଗ୍ରାହୀ, ବର୍ଷା ରାଣୀ ସା,ସଳୋନୀ ବେହେରା, ଅପୂର୍ବ ଅର୍ପଣ ଝରିଆ ଆଦି ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ କୁ ଉଚ୍ଚ କୋଟୀର କହବା ସହିତ ଜୀବନରେ ବାପା ମାଆଙ୍କୁ ତଥା ବରିଷ୍ଠ ମାନଙ୍କୁ ସମ୍ମାନ ଦେବା ପାଇଁ ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଉତ୍ତମ ସେବା କାର୍ଯ୍ୟ ପାଇଁ ଡାକ୍ତର ଅଦ୍ଭୂତ ପ୍ରଧାନଙ୍କୁ “ଶ୍ରୀ ରାଜୀବ ଲୋଚନ ହୋତା ସମ୍ମାନ ୨୦୨୫” ପାଇଁ ମାନପତ୍ର, ପୁଷ୍ପ ଗୁଛ ଓ ଉପଢୌକନ ସହ ସମ୍ମାନୀତ କରାଯାଇଥିଲା । ଏଥିରେ ଡାଇରେକ୍ଟର ପ୍ରଫେସର ରଞ୍ଜନ କୁମାର ସାହୁ, ପ୍ରଫେସର ଆଶୁତୋଷ ପ୍ରଧାନ,ଡ. ଆଶୁତୋଷ ମେହେର, ଡ଼ଃ ସନ୍ତୋଷ କୁମାର ଦାଶ, ଶ୍ରୀ ଅବିନାଶ ସାହୁ, ଡ଼ଃ ଅର୍ନବାଦିତ୍ୟ ମହାନ୍ତି, ସଚ୍ଚିଦାନନ୍ଦ ମହାପାତ୍ର, ତ୍ରିବିକ୍ରମ ବରେଇ,ଏଲିଜା ନାଏକ,ହେନେରୀତା ଦାଶ,ସୁଲଗ୍ନା ପାତ୍ର, ରଞ୍ଜିତ ଥଇତ, ଅଂଶୁମାନ ପାଣିଗ୍ରାହୀ,ଶରତ ପାଣିଗ୍ରାହୀ, ସ୍ମଶାନ ବନ୍ଧୁ ଶ୍ରୀମତୀ ସଂଘମିତ୍ରା ପଟେଲ, ଯୋଗ ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାହୁଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ସହ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
ଏହା ପୂର୍ବରୁ ମାଁ ସମଲେଶ୍ଵରୀ ଙ୍କ ଫଟୋଚିତ୍ର ରେ ତଥା ପ୍ରତିଷ୍ଠାତା ପୂର୍ବତନ ବିଧାୟକ ରାଜୀବ ଲୋଚନ ହୋତାଙ୍କ ପ୍ରତିମୂର୍ତ୍ତିରେ ଧୂପ ଦୀପ ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।
ଶେଷରେ ରଞ୍ଜନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସେୟାର କରନ୍ତୁ

Next Post

ଉଦ୍ୟାନ ବିଭାଗରେ ଚାଷୀଙ୍କ ଅର୍ଥ ତୋଷାରପାତ, କାର୍ଯ୍ୟାନୁଷ୍ଠାନ ଶୁନ....

Wed Mar 25 , 2026
କଳାହାଣ୍ଡି/ନର୍ଲା(ନି ପ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚଳିତ ବର୍ଷ ଉଦ୍ୟାନ ଚାଷୀ ମାନଙ୍କ ପାଇଁ ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀ ଙ୍କୁ ଲଙ୍କା, ଧନିଆ , ପିଆଜ ଭଳି ବିଭିନ୍ନ ଚାଷ ପାଇଁ ସରକାରୀ ରିହାତି ଭାବରେ ପ୍ରତି ଚାଷୀ ଙ୍କୁ ୪୯୩୦ ଟଙ୍କା ରୁ ୯୭୦୦ ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବା ବ୍ୟବସ୍ଥା ରହିଛି । କିନ୍ତୁ ଏଭଳି ଯୋଜନା ରେ ପ୍ରକୃତ […]

You May Like

Pin It on Pinterest