
ଆନନ୍ଦପୁର(ନିର୍ମଳ ରାଉଳ):ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମପଞ୍ଚାୟତ ବେଲଦା ଗ୍ରାମ କୁ ମହାତ୍ମା ଗାନ୍ଧୀ ମନରେଗା ଯୋଜନା ରେ ବେଲଦା ବଡ଼ ପୋଖରୀ ଠାରୁ ମଶାଣୀ ଭୂମି ନୂତନ ରାସ୍ତା ନିର୍ମାଣ ପାଇଁ ୯ଲକ୍ଷ ୭୫ହଜାର ଟଙ୍କା ଅନୁମୋଦନ ହୋଇଥିଲା।ଗ୍ରାମ ର ସମସ୍ତ ଗ୍ରାମ ବାସୀ ଓ ଜବ କାର୍ଡ ଧାରୀ ପ୍ରତେକ ଦିନ ଗାଁ ରାସ୍ତାରେ ରେ ଯୋଗ ଦେଇ ରାସ୍ତା କାର୍ଯ୍ୟ କରି ଆଆସୁଛନ୍ତି ।
ପ୍ରତେକ ଦିନ କାର୍ଯ୍ୟ ରେ ଯୋଗ ଦେଉଥିବା ଜବ୍ କାର୍ଡ ଧାରୀ ଙ୍କ ଜିଓ ଟେକ ଫୋଟ ଉଠା ଯାଉଛି।ଜବ କାର୍ଡ ଅର୍ଥ ଜବ କାର୍ଡ ଧାରୀଙ୍କ ଆକାଉଣ୍ଟ କୁ ହିଁ ପ୍ରଦାନ କରାଯାଇଅଛି।ନିର୍ଦ୍ଧିଷ୍ଟ କିଛି କୁ ଚକ୍ରୀ ଗୋଷ୍ଠୀ କୌଣସି ତଥ୍ୟ ନ ଜାଣି ଶୁଣି ଏକ ସାମାଜିକ ଗଣ ମାଧ୍ୟ୍ୟମ ରେ ଦୁର୍ନୀତି ହୋଇଛି ବୋଲି ଅପ-ପ୍ରଚାର କରୁଛନ୍ତି।ଯାହା ଏକ ମିଥ୍ୟା ଓ ଭିର୍ତ୍ତିହୀନ ହାସ୍ୟାସ୍ପଦ ଖବର ଅଟେ।
ରାସ୍ତା ନିର୍ମାଣ ରେ ବ୍ଲକ ରୁ କନିଷ୍ଠ ଯନ୍ତ୍ରୀ ତଦାରଖ କରୁଥିବା ବେଳେ, ପ୍ରତେକ ଦିନ ଜିଓ ଟ୍ୟାଗ ହୋଇ ଜବ କାର୍ଡ ରେ ଉପସ୍ଥିତ ସହ ଫଟୋ ଏମ.ଜି.ଏନ.ଆର. ଜି.ଏସ ସାଇଡ ରେ ଅଫ ଲୋଡ଼ ହୋଇ ଥାଏ ।ସୋସିଆଲ୍ ମିଡିଆରେ ଅପପ୍ରଚାର କରିବା ପୂର୍ବରୁ ମନେରଗା କାର୍ଯ୍ୟର ସମସ୍ତ ନିୟମ ସଂମ୍ପର୍କ ରେ ଧାରଣା ରହିବା ଜରୁରୀ। ଏହି ମିଥ୍ୟା ଦୁର୍ନୀତି ପ୍ରସାରଣ କୁ ଶାଳବଣି ଗ୍ରାମ ପଞ୍ଚାୟତ ବେଲଦା ଗ୍ରାମବାସୀ ନା ପସନ୍ଦ କରିବା ସହ ଜିଲ୍ଲାପାଳ ଙ୍କ ନିକଟରେ ଉପସ୍ଥାପିତ କରିବା ନେଇ ମତ ରଖିଛନ୍ତି।



