ମୁନିଗୁଡ଼ା ରେଳ ଫାଟକ ନିକଟରେ କୁଢକୁଢ ଅଳିଆ , ଦୁର୍ଗନ୍ଧରେ ଲୋକେ ଅତିଷ୍ଠ…

ବସଷ୍ଟାଣ୍ଡ ଓ ରାସ୍ତାପାର୍ଶ୍ୱରେ ଆବର୍ଜନାର ସାମ୍ରାଜ୍ୟ, ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ
ରାୟଗଡା/ମୁନିଗୁଡ଼ା(ପ୍ରଭାକର ରତ୍ନାଲୁ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସଦର ଅଞ୍ଚଳର ରେଳ ଫାଟକ ଓ ବସଷ୍ଟାଣ୍ଡ ନିକଟରେ ଦିନକୁ ଦିନ ଅଳିଆ ଆବର୍ଜନା ଜମି ରହିବା ଘଟଣା ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାସ୍ତାପାର୍ଶ୍ୱରେ ବିପୁଳ ପରିମାଣରେ ପ୍ଲାଷ୍ଟିକ, ପଲିଥିନ ଓ ବିଭିନ୍ନ ପ୍ରକାର ଆବର୍ଜନା ପଡ଼ି ରହିଥିବାରୁ ପରିବେଶ ଦୂଷିତ ହେବା ସହ ଅଞ୍ଚଳରେ ଦୁର୍ଗନ୍ଧ ସୃଷ୍ଟି ହେଉଛି।

ବିଶେଷକରି ରେଳ ଫାଟକରେ ଟ୍ରେନ ଯାତାୟାତ ସମୟରେ ଦୀର୍ଘ ସମୟ ଧରି ଫାଟକ ବନ୍ଦ ରହୁଥିବାରୁ ଏଠାରେ ଲୋକଙ୍କ ଭିଡ଼ ଓ ଯାନବାହନର ଚାପ ରହିଥାଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରେ ରାସ୍ତାକଡ଼ରେ ଏତେ ପରିମାଣର ଆବର୍ଜନା ଜମି ରହିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ଆବର୍ଜନା ନିୟମିତ ଭାବେ ଉଠାଯାଉ ନଥିବାରୁ ତାହା ଦିନକୁ ଦିନ ବଢ଼ି ଚାଲିଛି। ଫଳରେ ଦୁର୍ଗନ୍ଧରେ ନାକ ଫାଟିଯିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି। ଏହା ସହ ଅଳିଆ ଆବର୍ଜନା ଯୋଗୁଁ ମଶା, ମାଛି ଓ ଅନ୍ୟାନ୍ୟ କୀଟପତଙ୍ଗ ବଢ଼ିବାର ଆଶଙ୍କା ରହିଛି।

ମୁନିଗୁଡ଼ା ଭଳି ଏକ ବ୍ୟସ୍ତ ଅଞ୍ଚଳର ରେଳ ଫାଟକ ଓ ବସଷ୍ଟାଣ୍ଡ ନିକଟରେ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ରହିବାକୁ ନେଇ ପ୍ରଶାସନର କାର୍ଯ୍ୟପନ୍ଥା ଉପରେ ପ୍ରଶ୍ନ ଉଠିଛି। ତୁରନ୍ତ ଆବର୍ଜନା ସଫା କରିବା ସହ ନିୟମିତ ଭାବେ ଏହାର ପରିଚାଳନା କରିବାକୁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

ସେୟାର କରନ୍ତୁ

Next Post

ରାୟଗଡ଼ା ଜିଲ୍ଲାରେ ଓଡ଼ିଶା ବନ୍ଦର ବ୍ୟାପକ ପ୍ରଭାବ...

Thu Oct 8 , 2026
ଦୋକାନ ବଜାର ବନ୍ଦ, ରାସ୍ତାରେ ଅଟକିଲା ଯାନବାହନ; ଯାତ୍ରୀ ହନ୍ତସନ୍ତରାୟଗଡ଼ା(ପ୍ରଭାକର ରତ୍ନାଲୁ): ବିଭିନ୍ନ ଦାବି ନେଇ କଂଗ୍ରେସ ସମେତ ଅନ୍ୟ ରାଜନୈତିକ ଦଳ ଓ ଗଣସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ରାୟଗଡ଼ା ଜିଲ୍ଲାରେ ବ୍ୟାପକ ଭାବେ ପରିଲକ୍ଷିତ ହୋଇଛି। ଆଜି ପୂର୍ବାହ୍ନ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ରାୟଗଡ଼ା ସହରର କପିଳାଶ ଛକରୁ କୋରାପୁଟ ଛକ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରାଯାଇଥିଲା।ମୁଖ୍ୟ ନିର୍ବାଚନ […]

You May Like

Pin It on Pinterest