କୋଟିଆ ସ୍ଵାସ୍ଥ୍ୟକେନ୍ଦ୍ରରେ ୨୭ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା…

ଦାମନଯୋଡ଼ି(ସରୋଜିନୀ ଆଚାର୍ଯ୍ୟ): ପଟ୍ଟାଙ୍ଗି ବ୍ଲକ କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ସ୍ଵତନ୍ତ୍ର ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ଥିଲା।ବିଭିନ୍ନ ଗ୍ରାମରୁ ଆସିଥିବା ୨୭ଜଣ ବ୍ୟକ୍ତିଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୪ଜଣଙ୍କ ଠାରେ ମୋତିଆବିନ୍ଦୁ ଚି଼ହ୍ନଟ ଓ ୧୪ଜଣ ବ୍ୟକ୍ତିଙ୍କ ଚଷମା ପରୀକ୍ଷା ହୋଇଥିଲା।

ରୋଗୀଙ୍କୁ ମାଗଣା ଔଷଧ ବଣ୍ଟନ ସହିତ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷା ମଧ୍ଯ ହୋଇଥିଲା।ସରକାରଙ୍କ ଏହି ଯୋଜନାରେ ମୋତିଆବିନ୍ଦୁ ରୋଗୀଙ୍କ ମାଗଣା ଅସ୍ତ୍ରୋପଚାର ସହିତ ମାଗଣାରେ ଚଷମା ବଣ୍ଟନ ବ୍ୟବସ୍ଥା ରହିଛି।ପଟ୍ଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ଶାନ୍ତନୁ କୁମାର ରାଉତଙ୍କ ତତ୍ୱାବଧାନରେ ତଥା କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ାଃ ବିରେଶ କୁମାର ମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ଶିବିରରେ ମାଥାଲପୁଟ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଚକ୍ଷୁ ଚିକିତ୍ସା ଅଧିକାରୀ ବିଜୟ କୁମାର ଆଚାର୍ଯ୍ୟ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରିଥିଲେ।

ବିପିଏମ ମଧୁଲିକା ପାଢ଼ୀ ଓ ପିଏଚଇଓ ଆରତୀ ଗୁଡ଼ିଆଙ୍କ ନେତୃତ୍ୱରେ ଏହି ସ୍ଵତନ୍ତ୍ର ଆୟୋଜନ ହୋଇଥିଲା।ଫାର୍ମାସୀ ଅଧିକାରୀ ନିରଞ୍ଜନ ରଣା, ନର୍ସିଂ ଅଧିକାରିଣୀ ବାଟିଆ ଖାଲକୋ,ଏଲଟି ଅନୀତା ନାଗ,ସ୍ୱାସ୍ଥ୍ୟକର୍ମୀ ରଞ୍ଜିତା ବେହେରା ଓ କର୍ମଚାରୀ ରାଜୁ ହୋୟାଲ ପରିଚାଳନା କରିଥିଲେ।ଆଉଟସୋର୍ସିଂ କର୍ମଚାରୀ ମନୋଜ ପୁରିଆ,ସତ୍ୟ ପାଙ୍ଗି ଓ ଦସାଇ ଗେମେଲଙ୍କ ସହିତ ଆଶାକର୍ମୀ ସହଯୋଗ କରିଥିଲେ।
ଉଲ୍ଳେଖଯୋଗ୍ୟ,ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଓ ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁଯାୟୀ ପ୍ରତି ଶୁକ୍ରବାର କୋଟିଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ଵତନ୍ତ୍ର ଶିବିର ଆୟୋଜିତ ହୋଇ ରୋଗୀଙ୍କୁ ବିଶେଷଜ୍ଞ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ସେହିକ୍ରମରେ ପ୍ରତି ୧୫ ଦିନରେ ଥରେ ଚକ୍ଷୁ ଅଧିକାରୀଙ୍କ ଦ୍ବାରା ଚକ୍ଷୁ ପରୀକ୍ଷା,ରୋଗ ଚିହ୍ନଟ,ଚଷମା ବଣ୍ଟନ ଓ ମୋତିଆ ବିନ୍ଦୁ ରୋଗୀଙ୍କର କୋରାପୁଟରେ ମାଗଣା ଅସ୍ତ୍ରୋପଚାର ସହ ଅନ୍ୟ ଜଟିଳ ରୋଗ ଚିକିତ୍ସା କରାଯାଉଛି। ଏହାଦ୍ବାରା କୋଟିଆ ଓ ଆଖପାଖ ପଞ୍ଚାୟତର ଲୋକମାନେ ବେଶ ଉପକୃତ ହେଉଛନ୍ତି।

ସେୟାର କରନ୍ତୁ

Next Post

ଶାଳବଣୀ ପଞ୍ଚାୟତରେ ମା' ସରପଞ୍ଚ ପୁଅ ଠିକାଦାର...

Sat Oct 10 , 2026
ମନେରେଗା ଯୋଜନାରେ ହଡପ କରିବାକୁ ଯୋଜନାଆନନ୍ଦପୁର(ନିର୍ମଳ ରାଉଳ): ଆନନ୍ଦପୁର ବ୍ଲକ ଶାଳବଣି ଗ୍ରାମପଞ୍ଚାୟତ ଆର ଡ଼ି ରୋଡ଼ ଠାରୁ ବେଲଦା ଗ୍ରାମ ମୁଣ୍ଡା ସାହି ପଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ରେ ମହା ଘୋଟଲା ଦେଖିବା ପାଇଁ ମିଳିଛି। ରାଜ୍ୟ ସରକାର ଙ୍କ ଉର୍ନ୍ନତି ମୂଳକ କାର୍ଯ୍ୟ ଉପରେ କିଭଳି ଶାଳବଣି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଙ୍କ ପୁତ୍ର ଚୂନ କାଳୀ ମାରି ମନେରେଗା ଯୋଜନାରେ ଅର୍ଥ ହାତେଇବା […]

You May Like

Pin It on Pinterest