ସାମ୍ବାଦିକଙ୍କ ମାତୃ ବିୟୋଗ…

ଆନନ୍ଦପୁର(ବାସ୍ତବ କଥା): ଆନନ୍ଦପୁର ପୌରାଞ୍ଚଳର ୪ ନଂ ୱାର୍ଡର ଯୁବ ସାମ୍ବାଦିକ ନିର୍ମଳ ଚନ୍ଦ୍ର ରାଉଳଙ୍କ ମାତୃ ମନୋରମା ରାଉଳଙ୍କ ଆଜି ୮.୧୦.୨୦୨୬ ଗୁରୁବାର ପ୍ରାତୁଷରୁ ପରଲୋକ ହେଇଯାଇଛି ।

ସ୍ବର୍ଗତ ରାମ ଚନ୍ଦ୍ର ରାଉଳଙ୍କ ପତ୍ନୀ ମନୋରମା ରାଉଳ (୮୩)ଙ୍କ ଗୁରୁବାର ଦିନ ପରଲୋକ ଘଟିଥିବା ବେଳେ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ ହୋଇ ନିଜ ବାସ ଭବନରେ ଚିକିତ୍ସିତ ହେଉଥିଲେ। ତାଙ୍କର ମୃତ୍ୟୁ ପରେ ପରିବାରର ସମେତ ସମସ୍ତ ବନ୍ଧୁବର୍ଗ ଓ ବହୁ ମାନ୍ୟଜନ୍ୟ ବ୍ୟକ୍ତି ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ।

ମୃତ୍ୟୁ ଶଯ୍ୟା ନିକଟରେ ଚାରି ପୁଅ, ଚାରି ବହୁ, ଝିଅ ଓ ଜ୍ୱାଇଁଙ୍କ ସମେତ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ବୈତରଣୀ କୂଳ ଶ୍ମଶାନଘାଟରେ ମନୋରମାଙ୍କ ଶେଷକୃତ ସମ୍ପନ୍ନ ହୋଇଥିଲା ।ତାଙ୍କର ମଝିଆ ପୁଅ ବ୍ରହ୍ମାନନ୍ଦ ରାଉଳ ମୁଖାଗ୍ନି ଦେଇଥିଲେ। ତାଙ୍କ ପରଲୋକରେ ଦଳେଇ ସାହିର ସମସ୍ତ ବାସିନ୍ଦା ଗଭୀର ଶୋକ ପ୍ରକାଶ କରିଛନ୍ତି।

ସେୟାର କରନ୍ତୁ

Next Post

ମୁନିଗୁଡ଼ା ରେଳ ଫାଟକ ନିକଟରେ କୁଢକୁଢ ଅଳିଆ , ଦୁର୍ଗନ୍ଧରେ ଲୋକେ ଅତିଷ୍ଠ...

Thu Oct 8 , 2026
ବସଷ୍ଟାଣ୍ଡ ଓ ରାସ୍ତାପାର୍ଶ୍ୱରେ ଆବର୍ଜନାର ସାମ୍ରାଜ୍ୟ, ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନବାଚୀ ରାୟଗଡା/ମୁନିଗୁଡ଼ା(ପ୍ରଭାକର ରତ୍ନାଲୁ): ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ସଦର ଅଞ୍ଚଳର ରେଳ ଫାଟକ ଓ ବସଷ୍ଟାଣ୍ଡ ନିକଟରେ ଦିନକୁ ଦିନ ଅଳିଆ ଆବର୍ଜନା ଜମି ରହିବା ଘଟଣା ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାସ୍ତାପାର୍ଶ୍ୱରେ ବିପୁଳ ପରିମାଣରେ ପ୍ଲାଷ୍ଟିକ, ପଲିଥିନ ଓ ବିଭିନ୍ନ ପ୍ରକାର ଆବର୍ଜନା ପଡ଼ି ରହିଥିବାରୁ ପରିବେଶ ଦୂଷିତ ହେବା […]

You May Like

Pin It on Pinterest