ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟର ବାର୍ଷିକୋତ୍ସବ….

ବରଗଡ଼(ତୁଳସି ଚରଣ ଦାଶ)୨୧./୦୩: ସ୍ଥାନୀୟ ବିଜୁପଟ୍ଟନାୟକ ଟାଉନ ହଲଠାରେ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଅଛି ।

ଅଧ୍ୟକ୍ଷ ଡଃ ସରୋଜ କୁମାର ଦେବତା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ଅଶ୍ବିନୀ କୁମାର ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୂଛନ୍ଦା ସାହୁ ଓ ମହାବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ଶ୍ରୀ ସୁରେଶ୍ଵର ଶତପଥି ଯୋଗଦେଇଥିଲେ।
ଆଗାମୀ ଦିନରେ ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ କୁ ଆହୁରି ଉନ୍ନତ କରାଯିବ ବୋଲି ବିଧାୟକ ଶ୍ରୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ଏହା ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଅଶୋକ କୁମାର ଦେବତା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶ୍ରୀମତୀ ନମିତା ବିଶି ଧନ୍ୟବାଦ ଅର୍ପଣ କରିଥିଲେ।
ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲ।

ସେୟାର କରନ୍ତୁ

Next Post

ସୁଲେଖିକା ଅମୃତା ମିତ୍ର ଙ୍କ ଇଂରାଜୀ ପୁସ୍ତକ ଉନ୍ମୋଚିତ

Mon Mar 23 , 2026
କଟକ(ସଞ୍ଜୟ ଶତପଥୀ):ରବିବାର ସନ୍ଧ୍ୟାରେ ସୁଲେଖିକା ଅମୃତା ମିତ୍ର ଙ୍କ ଦ୍ୱାରା ଶିଶୁ ମାନଙ୍କ ଉପଯୋଗୀ ଇଂରାଜୀ ପୁସ୍ତକ ‘ଦି ଆଡ଼ଭେନଚଆରସ ଅଫ ରୋକସା’ର ଉନ୍ମୋଚନ ଉତ୍ସବ କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଷ୍ଟାଫ ସିଲେକ୍ସନ କମିଶନର ସଦସ୍ୟା ଡ଼ଃ ସୃତି ଦାସ କହିଲେଯେ ପୁସ୍ତକ ଟି କିଶୋର କିଶୋରୀ ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇପାରିବ।ଗଳ୍ପ […]

You May Like

Pin It on Pinterest